Chhath Puja Odisha / ସାରାଦେଶରେ ଛଟପୂଜାର ଧୁମ୍; ଅସ୍ତଗାମୀ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଅର୍ପଣ କଲେ ବ୍ରତଧାରୀ
·37 mins ago·2 min read

Key Points
ଆଜି ପବିତ୍ର ଛଟ୍ ପୂଜାର ତୃତୀୟ ଦିନ
ଅସ୍ତଗାମୀ ସୂର୍ଯ୍ୟଦେବଙ୍କୁ ସନ୍ଧ୍ୟା ଅର୍ଘ୍ୟ ଅର୍ପଣ
୩୬ ଘଣ୍ଟିଆ ନିର୍ଜଳା ଉପବାସରେ ବ୍ରତଧାରୀ
ଅସ୍ତଗାମୀ ସୂର୍ଯ୍ୟଦେବଙ୍କୁ ସନ୍ଧ୍ୟା ଅର୍ଘ୍ୟ ଅର୍ପଣ
୩୬ ଘଣ୍ଟିଆ ନିର୍ଜଳା ଉପବାସରେ ବ୍ରତଧାରୀ
ଭୁବନେଶ୍ଵର/ସମ୍ବଲପୁର: ଆଜି ସୂର୍ଯ୍ୟୋପାସନାର ମହାପର୍ବ ଛଟ୍ ପର୍ବର ତୃତୀୟ ଦିନ । ସାରାଦେଶରେ ଛଟପୂଜାର ଧୁମ୍ । ଓଡ଼ିଶାରେ ମଧ୍ୟ ଏହି ପର୍ବକୁ ଧୁମଧାମରେ ପାଳନ କରାଯାଇଛି । ଏହି ଅବସରରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ନଦୀ ଘାଟରେ ଏକାଠି ହୋଇଥିଲେ । ବ୍ରତଧାରୀ ମହିଳା ଓ ପୁରୁଷମାନେ କଠୋର ଉପବାସ ରଖି ଅସ୍ତମିତ ସୂର୍ଯ୍ୟଙ୍କୁ ଉପାସନା କରିଥିଲେ । ସନ୍ଧ୍ୟା ସମୟରେ ଭକ୍ତମାନେ ନଦୀ ଜଳରେ ପ୍ରବେଶ କରି ଅସ୍ତଗାମୀ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଅର୍ପଣ କରିଥିଲେ । ଛଠ୍ ମାତା ଓ ସୂର୍ଯ୍ୟ ଦେବଙ୍କ ଜୟକାରରେ ପ୍ରକମ୍ପିତ ହୋଇଥିଲା ନଦୀକୂଳ ।
ପଢନ୍ତୁ ଏହି ଖବର: ଡାକିଲାଣି କୋରାପୁଟ... ପାଖେଇ ଆସୁଛି ପରବ-୨୦୨୬
- ସୂର୍ଯ୍ୟୋପାସନାର ମହାପର୍ବ ଛଟ୍ ପର୍ବ
- ରାତିସାରା ଘାଟରେ ଚାଲିବ ଭଜନ କୀର୍ତ୍ତନ
ପଢନ୍ତୁ ଏହି ଖବର: ଡାକିଲାଣି କୋରାପୁଟ... ପାଖେଇ ଆସୁଛି ପରବ-୨୦୨୬
- ଛଟ୍ ପୂଜାରେ ସାମିଲ ଧର୍ମେନ୍ଦ୍ର ପ୍ରଧାନ
ବୁର୍ଲା ଠାରେ ଛଠ୍ ପୂଜା ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେଲି । ଛଠ୍ ପର୍ବର ସବୁଠୁ ବଡ଼ ବିଶେଷତ୍ୱ ହେଉଛି ଏହାର ପବିତ୍ରତା ଏବଂ ଲୋକଆସ୍ଥା । ଆମର ଏହି ଅନନ୍ୟ ପରମ୍ପରା ଆଗାମୀ ପିଢ଼ିକୁ ମଧ୍ୟ ନିଜ ସଂସ୍କୃତି ଓ ସଂସ୍କାର ସହ ଯୋଡ଼ି ରଖିବ ବୋଲି ମୋର ବିଶ୍ୱାସ । https://t.co/kNKyKbHisO
— Dharmendra Pradhan (@dpradhanbjp) November 15, 2026
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories