Videos
|
Odisha

ପୁରୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝି , ଗୋ ନବରାତ୍ର ମହୋତ୍ସବରେ ଦେବେ ଯୋଗ

Swayangprajna Mishra
Browse all articles by Swayangprajna Mishra
·1 year ago
ପୁରୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝି , ଗୋ ନବରାତ୍ର ମହୋତ୍ସବରେ ଦେବେ ଯୋଗ

ପୁରୀ : ପୁରୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟସ୍ତରୀୟ ଗୋ ନବରାତ୍ର ମହୋତ୍ସବରେ ଯୋଗଦେବା ପୂର୍ବରୁ କ୍ରୀୟାଯୋଗ ଆଶ୍ରମ ପରିସରରେ ଥିବା ଗୋଶାଲା ପରିଦର୍ଶନ କରିବା ସହ ଗୋ ପୂଜନ କଲେ ମୁଖ୍ୟମନ୍ତ୍ରୀ। ପରେ ଗୋ ନବରାତ୍ର ମହୋତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ।  ବାଲିଘାଇ ସ୍ଥିତ କ୍ରୀୟାଯୋଗ ଆଶ୍ରମ ପକ୍ଷରୁ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ କାର୍ତ୍ତିକ ଶୁକ୍ଳ ପ୍ରତିପଦା ଠାରୁ ଅଁଳାନବମୀ ପର୍ଯ୍ୟନ୍ତ ଏହି ମହୋତ୍ସବର ଆୟୋଜନ କରାଯାଇଥାଏ।

ଅଧିକ ପଢନ୍ତୁ : ପୂର୍ବ ବିଜେଡି ସରକାରର ମିଛ ମହିଳା ସଶକ୍ତିକରଣର ପୋଲ ଖୋଲିଲେ ମୁଖ୍ୟମନ୍ତ୍ରୀ

ଏଥିରେ ଭାରତ ସମେତ ବିଦେଶର ଗୋ ରକ୍ଷକ,,ଗୋ ବିଞ୍ୟାନୀ ଓ ଗୋ ସେବକ ମାନେ ଯୋଗଦେଇଛନ୍ତି। ବିଶେଷ କରି ଗୋ ବଂଶର ସୁରକ୍ଷା,, ଗୋମାତାଙ୍କ ବୈଶିଷ୍ଟ୍ୟ ଓ ବୈଞ୍ୟାନିକ ଦୃଷ୍ଟିକୋଣରୁ ଗୋ ମାତାଙ୍କର ଆବଶ୍ୟକତା ସମ୍ପର୍କରେ ଏହି ମହୋତ୍ସବରେ ଆଲୋଚନା କରାଯାଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Chief Minister Mohan Majhi in Puri | Argus News