Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା , ସ୍ଵାଧୀନତା ସଂଗ୍ରାମୀଙ୍କ ପରିବାରକୁ ମିଳିବ ସ୍ଵତନ୍ତ୍ର ପରିଚୟ ପତ୍ର

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା , ସ୍ଵାଧୀନତା ସଂଗ୍ରାମୀଙ୍କ ପରିବାରକୁ ମିଳିବ ସ୍ଵତନ୍ତ୍ର ପରିଚୟ ପତ୍ର

Key Points

  • କ୍ରାନ୍ତି ଦିବସ ସାମାରୋହରେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା
  • ସ୍ଵାଧୀନତା ସଂଗ୍ରାମୀଙ୍କ ଦାୟଦଙ୍କୁ  ମିଳିବ'କୁଟୁମ୍ବ ପେନସନ' 
  • ସ୍ଵାଧୀନତା ସଂଗ୍ରାମୀଙ୍କ ପରିବାରକୁ ମିଳିବ ସ୍ଵତନ୍ତ୍ର ପରିଚୟ ପତ୍ର
  • ସ୍ଵାଧୀନତା ସଂଗ୍ରାମୀଙ୍କ ବଳିଦାନ ଗାଥାର ସ୍ମୃତିଚାରଣ କରିଥିଲେ ମୁଖ୍ୟମନ୍ତ୍ରୀ
  •  ପ୍ରଜାତନ୍ତ୍ର ଖବରକାଗଜର ୭୭ତମ ଜନ୍ମବାର୍ଷିକୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ : ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ସ୍ଵାଧୀନତା ସଂଗ୍ରାମୀଙ୍କ ପରିବାର ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବର୍ଷ ବର୍ଷ ହେଲା ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ପରିବାରକୁ ଚିହ୍ନଟ କରି ସମ୍ମାନ ଦେବା ପାଇଁ ଦାବି ହୋଇ ଆସୁଥିଲା । ହେଲେ ନୂଆ ସରକାରେ ସ୍ଵାଧନୀତା ସଂଗ୍ରାମୀଙ୍କ ଦାୟଦ ମାନଙ୍କୁ ଚିହ୍ନଟ କରି ପରିଚୟ ପତ୍ର ଦେବା ସହ ଯଥୋଚିତ ସମ୍ମାନ ଦିଆଯିବ । କ୍ରାନ୍ତି ଦିବସ ଭଳି ପବିତ୍ର ଦିନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । ସ୍ଵାଧୀନତା ସଂଗ୍ରାମୀଙ୍କ ପରିବାରକୁ କୁଟୁମ୍ବ ପେନସନ ଯୋଜନାରେ ଆର୍ଥିକ ସହୟତା ଦେବେ ରାଜ୍ୟ ସରକାର । ସ୍ଵାଧୀନତା ସଂଗ୍ରାମୀଙ୍କୁ ସର୍ବଦା ସମ୍ମାନ ଦେବା ହିଁ ଓଡିଆ ଅସ୍ମିତା । ଅଭିଭାଷଣରେ ଶହୀଦ ମାଧୋ ସିଂଙ୍କ ସଂଗ୍ରାମର କାହାଣୀ ବର୍ଣ୍ଣନା କରିଥିଲେ ମୁଖ୍ୟମନ୍ତ୍ରୀ ।  ଶହୀଦ ସ୍ମାରକୀ ସ୍ଵାଧୀନତା ସଂଗ୍ରାମୀ ସଦନଠାରେ ରାଜ୍ୟ ସ୍ଵାଧୀନତା ସଂଗ୍ରାମୀ ସମିତି ପକ୍ଷରୁ ଆୟୋଜିତ କ୍ରାନ୍ତି ଦିବସ ସମାରୋହରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଶହୀଦ ସ୍ତମ୍ଭରେ ପୁଷ୍ପ ଅର୍ପଣ କରି ଶହୀଦ ସଂଗ୍ରାମୀ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ସହ କାର୍ଯ୍ୟକ୍ରମରେ ଉପସ୍ଥିତ ସ୍ଵାଧୀନତା ସଂଗ୍ରାମୀଙ୍କ ପରିବାର ସଦସ୍ୟଙ୍କୁ ସମ୍ମାନିତ କରିଶହୀଦ ସ୍ଵାଧୀନତା ସଂଗ୍ରାମୀଙ୍କ ବଳିଦାନ ଗାଥାର ସ୍ମୃତିଚାରଣ କରିଥିଲେ ମୁଖ୍ୟମନ୍ତ୍ରୀ ।

ଅଧିକ ପଢନ୍ତୁ ଓଡିଶା ଖବର

ସେପଟେ କୁଟୁମ୍ବ ପେନସନ ଯୋଜନା ଘୋଷଣାକୁ ନେଇ ସ୍ଵାଧୀନତା ସଂଗ୍ରାମୀଙ୍କ ଦାୟଦ ମାନେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହ ପୂର୍ବ ସରକାରରେ ସ୍ଵାଧୀନତା ସଂଗ୍ରାମୀଙ୍କ ପରିବାର ସଦସ୍ୟଙ୍କୁ କୌଣସି ସହାୟତା ମିଳୁନଥିଲା ବୋଲି ସ୍ଵାଧୀନତା ସଂଗ୍ରାମୀଙ୍କ ଦାୟଦ ମାନେ ପ୍ରତିକ୍ରିୟା ରଖିଛନ୍ତି । କ୍ରାନ୍ତି ଦିବସ କାର୍ଯ୍ୟକ୍ରମ ସରିବା ପରେ କଟକ ଠାରେ ପ୍ରଜାତନ୍ତ୍ର ଖବରକାଗଜର ୭୭ତମ ଜନ୍ମବାର୍ଷିକୀରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିବା ସହ ସଭାକୁ ସମ୍ବୋଧିତ କରିଥିଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ସ୍ଵାଧୀନତା ସଂଗ୍ରାମରେ ପ୍ରଜାତନ୍ତ୍ର ଖବରକାଗଜର ଭୂମିକା ସଂପର୍କରେ ମୁଖ୍ୟମନ୍ତ୍ରୀ କହିଥିଲେ । ଏହାସହ ଡକ୍ଟର ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ସହ ପ୍ରଜାତନ୍ତ୍ର ସଂଗ୍ରହାଳୟ ମଧ୍ୟ ପରିଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ ।
୨୦୩୬ରେ ପାଳିତ ହେବ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ଶତ ବାର୍ଷିକୀ । ୨୦୪୭ରେ ସ୍ୱାଧୀନତାର ଶତ ବାର୍ଷିକୀ ମଧ୍ୟ ପାଳିତ ହେବ । ତେଣୁ ‘ବିକଶିତ ଭାରତ’ ଏବଂ ‘ବିକଶିତ ଓଡିଶା’ ଆମର ଲକ୍ଷ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ରୋଡମ୍ୟାପ ପ୍ରସ୍ତୁତ କରୁଛନ୍ତି ସରକାର । ବିକଶିତ ଓଡିଶା ପାଇଁ ଆମର ଯାତ୍ରା ଓଡିଶା ଇତିହାସରେ ‘ବିକାଶର ଏକ ନୂଆ କ୍ରାନ୍ତି’ ଆଣିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
Chief Minister's big announcement, special identity cards will be given to the families of freedom fighters | Argus News