Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Road Accident / ଶିଶୁ ଦିବସରେ ଅଘଟଣ; ପିକନିକ୍ ସାରି ଫେରିବା ବେଳେ ଘାଟିରେ ଓଲଟିଲା ଛାତ୍ରଛାତ୍ରୀଙ୍କୁ ଆଣୁଥିବା ଅଟୋ

Sushanta Sahoo
Browse all articles by Sushanta Sahoo
·8 months ago·2 min read
ଶିଶୁ ଦିବସରେ ଅଘଟଣ; ପିକନିକ୍ ସାରି ଫେରିବା ବେଳେ ଘାଟିରେ ଓଲଟିଲା ଛାତ୍ରଛାତ୍ରୀଙ୍କୁ ଆଣୁଥିବା ଅଟୋ

Key Points

ପିକନିକ୍ ସାରି ଫେରିବା ବାଟରେ ଘାଟିରେ ଓଲଟିଲା ଅଟୋ । ଗଜପତି ଜିଲ୍ଲା କାଶୀନଗଥ ଥାନା ତରବା ଘାଟିରେ ବଡ଼ଧରଣର ସଡ଼କ ଦୁର୍ଘଟଣା ଘଟିଛି । ଏକ ଘରୋଇ ସ୍କୁଲ୍‌ର ଛାତ୍ରଛାତ୍ରୀଙ୍କୁ ନେଇ ଫେରୁଥିବା ଅଟୋଟି ଘାଟିରେ ଓଲଟି ପଡ଼ିଛି ।
ପାରଳାଖେମୁଣ୍ଡି (ଗଜପତି): ଘାଟିରେ ଦୁର୍ଘଟଣା, ଶିଶୁ ଦିବସରେ ଅଘଟଣ । ପିକନିକ୍ ସାରି ଫେରିବା ବାଟରେ ଘାଟିରେ ଓଲଟିଲା ଅଟୋ । ଗଜପତି ଜିଲ୍ଲା କାଶୀନଗଥ ଥାନା ତରବା ଘାଟିରେ ବଡ଼ଧରଣର ସଡ଼କ ଦୁର୍ଘଟଣା ଘଟିଛି । ଏକ ଘରୋଇ ସ୍କୁଲ୍‌ର ଛାତ୍ରଛାତ୍ରୀଙ୍କୁ ନେଇ ଫେରୁଥିବା ଅଟୋଟି ଘାଟିରେ ଓଲଟି ପଡ଼ିଛି ।

ଏଥିସହ ପଢ଼ନ୍ତୁ: ଓଡ଼ିଶା ରାଜନୀତିରେ ନୂଆ ଯୁଗ; ନୂଆପଡ଼ାରୁ ହେଲା ନୂଆ ଆରମ୍ଭ

ମିଳିଥିବା ସୂଚନା ଅନୁସାରେ, କାଶୀନଗର ଥାନା ଅଞ୍ଚଳରେ ଥିବା ଏକ ଘରୋଇ ସ୍କୁଲ୍‌ର ଛାତ୍ରଛାତ୍ରୀ ଆଜି ଶିଶୁ ଦିବସ ଅବସରରେ ପିକନିକ୍ ଯାଇଥିଲେ । ପିକନିକ୍ ସାରି ସନ୍ଧ୍ୟାରେ ତରବା ଘାଟି ଦେଇ ଫେରିବା ବେଳେ ହଠାତ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ଅଟୋଟି । ଏଥିରେ ୧୪ ଜଣ ଛାତ୍ରଛାତ୍ରୀ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି ।

ଅଟୋଟି ଓଲଟି ପଡ଼ିବା ଫଳରେ ସେଥିରେ ଥିବା ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକ ମଧ୍ୟ ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଆହତଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ଗୁରୁତରଙ୍କୁ ଓଡ଼ିଶା ପରିବର୍ତ୍ତେ ଆନ୍ଧ୍ରପ୍ରଦେଶ ପୁରୁଣାପାଟଣା ମଣ୍ଡଳର ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରିଛନ୍ତି ସ୍କୁଲ୍ କର୍ତ୍ତୃପକ୍ଷ ।

ଏଥିସହ ପଢ଼ନ୍ତୁ: ବିହାରରେ 'ଡବଲ୍ ଇଞ୍ଜିନ' ସୁନାମି; ଏହି ରଣନୀତି ଦେଲା ସୁନିଶ୍ଚିତ ବିଜୟ

ବର୍ତ୍ତମାନ ସୁଦ୍ଧା ୩ ଜଣ ଗୁରୁତରଙ୍କୁ ଚିକିତ୍ସା ଲାଗି ଶ୍ରୀକାକୁଲମ ଜିଲ୍ଲାର ଏକ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି । ଶିଶୁ ଦିବସରେ ପିକନିକ୍‌ରୁ ଫେରିବା ବେଳେ ଅଟୋ ଓଲଟି ପଡ଼ି ୧୪ରୁ ଅଧିକ ଛାତ୍ରଛାତ୍ରୀ ଓ ଶିକ୍ଷକ ଆହତ ହେବା ଅଭିଭାବକଙ୍କୁ ଚିନ୍ତିତ କରିଛି । ଗୋଟିଏ ଅଟୋରେ ଏତେ ସଂଖ୍ୟକ ଯାତ୍ରୀ ପରିବହନକୁ ଅନୁମତି ନଥିବା ବେଳେ ଘରୋଇ ସ୍କୁଲ୍ କିଭଳି ନେଇଥିଲା ତା'କୁ ନେଇ ବି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ସମ୍ପୃକ୍ତ ଘରୋଇ ସ୍କୁଲ୍‌ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Gajapati: Auto Overturns on Ghati Road; 14 Students Injured on Children’s Day | Argus News | Argus News