Bihar Elections / ବିହାରରେ 'ଡବଲ୍ ଇଞ୍ଜିନ' ସୁନାମି; ଏହି ରଣନୀତି ଦେଲା ସୁନିଶ୍ଚିତ ବିଜୟ
·4 months ago·3 min read

Key Points
ବିଜେପି ନେତୃତ୍ଵାଧିନ NDAର ସୁନାମି ବିଜୟ ପଛରେ ରହିଛି କୁଶଳ ରାଜନୈତିକ ଇଞ୍ଜିନିୟରିଂ ଓ ଗ୍ରାଉଣ୍ଡ ରଣନୀତି । ଅନ୍ୟପଟେ ବିପକ୍ଷ ମହାମେଣ୍ଟରେ ଆଭ୍ୟନ୍ତରୀଣ କନ୍ଦଳ ଓ ବୁଝାମଣାର ଅଭାବ NDAର ବିଜୟକୁ ଯୋଗାଇଥିଲା ଇନ୍ଧନ ।
ପାଟନା: ବିହାର ବିଧାନସଭା ନିର୍ବାଚନରେ NDAକୁ ବହୁମତ ମିଳିଛି । ବିଜେପି ନେତୃତ୍ଵାଧିନ NDAର ସୁନାମି ବିଜୟ ପଛରେ ରହିଛି କୁଶଳ ରାଜନୈତିକ ଇଞ୍ଜିନିୟରିଂ ଓ ଗ୍ରାଉଣ୍ଡ ରଣନୀତି । ଅନ୍ୟପଟେ ବିପକ୍ଷ ମହାମେଣ୍ଟରେ ଆଭ୍ୟନ୍ତରୀଣ କନ୍ଦଳ ଓ ବୁଝାମଣାର ଅଭାବ NDAର ବିଜୟକୁ ଯୋଗାଇଥିଲା ଇନ୍ଧନ । ଆସନ୍ତୁ ନଜର ପକାଇବା NDAର ୧୦ ରଣନୀତି ଯାହା ପ୍ରଚଣ୍ଡ ବିଜୟକୁ ସମ୍ଭବ କରିଛି ।
ବ୍ରାଣ୍ଡ ମୋଦି ଓ ଡବଲ୍ ଇଞ୍ଜିନ୍
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା NDAକୁ ଆଣ୍ଟି-ଇନକନମ୍ବେସି ଚାପରୁ ମୁକ୍ତ କରିଥିଲା । ନିର୍ବାଚନରେ କେନ୍ଦ୍ରର ଗ୍ୟାରେଣ୍ଟି ବନାମ ରାଜ୍ୟର ଅସ୍ଥିରତାକୁ ଫ୍ରେମ୍ରେ ଦର୍ଶାଇବାରେ ସଫଳ ହୋଇଥିଲା NDA । ଡବଲ୍ ଇଞ୍ଜିନର ଆହ୍ଵାନ ମତଦାତାଙ୍କ ମନରେ ବିଶ୍ଵାସକୁ ସୁଦୃଢ଼ କରିଥିଲା ଏବଂ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟରେ ଗୋଟିଏ କ୍ଷମତା କେନ୍ଦ୍ର ଆବଶ୍ୟକତା ଦର୍ଶାଇଥିଲା ।
NDAର 'କୁଶଳ ନେତୃତ୍ଵ'କୁ ମୋହର
ବିହାର ଭୋଟ୍ର ଅନେକ ପୂର୍ବରୁ NDA ନୀତିଶ କୁମାରଙ୍କ ନେତୃତ୍ଵରେ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଥିଲା । ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାରମ୍ଭିକ ନିର୍ବାଚନୀ ସଭାରେ ନୀତିଶଙ୍କ ନେତୃତ୍ଵ ଉପରେ ମୋହର ମାରିଥିଲେ ।
ସମୟରେ ଆସନ ଭାଗ ବଣ୍ଟା
NDA ଟିକେଟ ବଣ୍ଟନ ପ୍ରକ୍ରିୟାକୁ ସମୟରେ ଓ ସାଙ୍ଗଠନିକ ଭାବେ ସାରିଥିଲା । ଯାହାଦ୍ଵାରା କାର୍ଯ୍ୟକର୍ତ୍ତାଙ୍କୁ ପ୍ରଚାର ଲାଗି ମିଳିଥିଲା ପର୍ଯ୍ଯାପ୍ତ ସମୟ । ଲୋକଙ୍କ ପାଖକୁ ଭଲ ବାର୍ତ୍ତା ଯାଇଥିଲା । ଟିକେଟ ବଣ୍ଟନରେ ଜାତୀୟ ସନ୍ତୁଳନକୁ ଧ୍ୟାନରେ ରଖା ଯାଇଥିଲା । NDAକୁ ଚିରାଗ ପାଶୱାନ ଫେରିବା ଓ ସମୟରେ ମେଣ୍ଟରେ ସାମିଲ କରାଯାଇଥିଲା । ପ୍ରଚାର ପୂର୍ବରୁ NDA ମେଣ୍ଟର ଚିତ୍ର ସ୍ପଷ୍ଟ ହୋଇଥିଲା ।
ମହିଳାଙ୍କ ନିରବ ସମର୍ଥନ
NDAର ସୁନାମି ବିଜୟରେ ସବୁଠୁ ନିର୍ଣ୍ଣାୟକ ସାଜିଥିଲେ ସଂଗଠିତ ଓ ରାଜନୈତିକ କାର୍ଯ୍ୟକଳାପ ଠାରୁ ଦୂରେଇ ରହୁଥିବା ଶ୍ରେଣୀ "ଜୀବିକା ଦିଦି" । ଯେଉଁମାନେ କି ମହିଳା ଭୋଟ୍ ବ୍ୟାଙ୍କର ଆଧାର । ମହିଳାଙ୍କ ଏହି ସମର୍ଥନ କୌଣସି ଭାବନାତ୍ମକ ଆହ୍ଵାନ ନୁହେଁ ବରଂ ଆର୍ଥିକ ଓ ସାମାଜିକ ସଶକ୍ତିକରଣ ଉପରେ ଆଧାରିତ । ନିର୍ବାଚନର ଠିକ୍ ପୂର୍ବରୁ ସରକାର ଜୀବିକା ଦିଦିଙ୍କୁ ୧୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଦେଇଥିଲେ । ନୀତିଶଙ୍କ ମଦ ବନ୍ଦ ନିଷ୍ପତ୍ତି ମହିଳାଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିଥିଲା ।
ମହାଗଠବନ୍ଧନରେ ଆସନକୁ ନେଇ ଟଣା ଓଟରା ଓ ବିଳମ୍ବ
ନିର୍ବାଚନ ଆସନ୍ନ ଥିବା ବେଳେ ଆସନ ମହାଗଠବନ୍ଧନରେ ଆସନ ଭାଗ ବଣ୍ଟା ଅଙ୍କ ଛିଣ୍ଡି ନଥିଲା । କିଏ କେଉଁ ଆସନ ପାଇବ ତାକୁ ନେଇ ମହାଗଠବନ୍ଧନରେ ଥିବା ଦଳ ମଧ୍ୟରେ ଚାଲିଥିଲା ଟଣା ଓଟରା । ଯାହାକି ଲୋକଙ୍କୁ ବାର୍ତ୍ତା ଦେଇଥିଲା ଗଠବନ୍ଧନରେ ଆଭ୍ୟନ୍ତରୀଣ ଭାବେ କିଛି ଠିକ୍ ନାହିଁ । ଅନେକ ଆସନରେ ଅସନ୍ତୁଷ୍ଟ ପ୍ରାର୍ଥୀ ହେଲେ, ଯାହା କି NDA ପ୍ରାର୍ଥୀଙ୍କୁ ସହାୟକ ହେଲା ।
ସାଥ୍ ଦେଲେ ପଛୁଆ ବର୍ଗ
ନୀତିଶ କୁମାର ଓ NDAର ସୋସିଆଲ୍ ଇଞ୍ଜିନିୟରିଂର ଯାଦୁ ନିର୍ବାଚନରେ ଦେଖିବାକୁ ମିଳିଥିଲା । ନୀତିଙ୍କ ଦ୍ଵାରା ପ୍ରସ୍ତୁତ EBC ଓ ମହାଦଳିତ ଭୋଟ୍ ବ୍ୟାଙ୍କ NDAକୁ ସମର୍ଥନ କରିଥିଲେ ।
ଜଙ୍ଗଲରାଜ ବନାମ ସୁଶାସନ
ଜଙ୍ଗଲରାଜ ଡରକୁ ନେଇ ନିର୍ବାଚନରେ ନ୍ୟାରେଟିଭ୍ ତିଆରି କରିଥିଲା NDA । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରତ୍ୟେକଟି ରାଲିରେ ପୂର୍ବରୁ ଥିବା ଆଇନ୍ କାନୁନ୍ ବ୍ୟବସ୍ଥାକୁ ମନେ ପକାଇ ଦେଇଥିଲେ । ବାରମ୍ବାର କହୁଥିବା କଥା ଯୁବ ମତଦାତାଙ୍କୁ ପ୍ରଭାବିତ କରିଥିଲା । ଲାଲୁଙ୍କ ଶାସନ ଦେଖି ନଥିବା ମତଦାତା ବି ଡରିଥିଲେ । NDA ସ୍ପଷ୍ଟ କରିଥିଲା ସେମାନେ ବିକାଶ ସହ ସୁରକ୍ଷିତ ପରିବେଶ ଦେବେ ।
ବିକାଶକୁ ବିହାରର ଭୋଟ୍
ଚଳିତ ବିଧାନସଭା ନିର୍ବାଚନରେ ବିହାରରେ ବମ୍ପର ଭୋଟିଂ ହୋଇଥିଲା । ଯାହାକୁ ନେଇ ରାଜନୈତିକ ବିଶେଷଜ୍ଞ ଆକଳନ କରୁଥିଲେ, ପରିବର୍ତ୍ତନ ହେବ । କିନ୍ତୁ ଫଳାଫଳ ସ୍ପଷ୍ଟ କଲା ବିହାର ମତଦାତାଙ୍କ ହାବଭାବ ବଦଳିଛି । ଲୋକେ ବିଦ୍ୟୁତ୍, ସଡ଼କ ଓ ପାଣିର ଉପଲବ୍ଧତା ପାଇଁ ଭୋଟ୍ ଦେଇଛନ୍ତି । ମତଦାନ ବିକାଶ ପାଇଁ ହୋଇଛି, କ୍ଷଣିକ ପ୍ରଲୋଭନକୁ ନୁହେଁ ।
ହିତାଧିକାରୀଙ୍କୁ ଲାଭ
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାରେ ଲାଭ ପାଇଥିବା ବିଶାଳ ବର୍ଗ ସେମାନଙ୍କ ଅଧିକାରର ସୁରକ୍ଷା ପାଇଁ NDAକୁ ବାଛିଛନ୍ତି ।
ବୁଥ୍ ସ୍ତରରୁ ପରିଚାଳନା
ବିଜେପିର ସାଙ୍ଗଠନିକ ଦକ୍ଷତା ଛୋଟ ଅନ୍ତରକୁ ନିଶ୍ଚିତ ବିଜୟରେ ପରିବର୍ତ୍ତନ କରିଥିଲା । NDAର ବୁଥ୍ ପରିଚାଳନା, ଦଳୀୟ କ୍ୟାଡର ସକ୍ରିୟତା ବିପକ୍ଷଙ୍କୁ ପଛରେ ପକାଇ ଦେଇଥିଲା ।
ଆହୁରି ପଢ଼ନ୍ତୁ: ମୋଦିଙ୍କ 'ହନୁମାନ' ବଦଳାଇ ଦେଲେ ସବୁ ଖେଳ, ବିହାରରେ ବଡ଼ ରେକର୍ଡ କଲେ ଚିରାଗ ପାଶଓ୍ବାନ୍
ଏଥିସହ ପଢ଼ନ୍ତୁ: ନୂଆପଡ଼ାବାସୀଙ୍କ ବିଶ୍ଵାସ ଜିତିଲେ ଜୟ ଢୋଲକିଆ; ଉଡ଼ିଲା ବିଜେପିର ବିଜୟ ବାନା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories