|
logo
Live
Argus News App
GET APP

Argus News - ଓଡ଼ିଶା ରାଜନୀତିରେ ନୂଆ ଯୁଗ; ନୂଆପଡ଼ାରୁ ହେଲା ନୂଆ ଆରମ୍ଭ

Politics

Odisha Politics / ଓଡ଼ିଶା ରାଜନୀତିରେ ନୂଆ ଯୁଗ; ନୂଆପଡ଼ାରୁ ହେଲା ନୂଆ ଆରମ୍ଭ

Sushanta Sahoo
Browse all articles by Sushanta Sahoo
·4 months ago·3 min read
ଓଡ଼ିଶା ରାଜନୀତିରେ ନୂଆ ଯୁଗ; ନୂଆପଡ଼ାରୁ ହେଲା ନୂଆ ଆରମ୍ଭ

Key Points

ଓଡ଼ିଶା ରାଜନୀତିରେ ଆରମ୍ଭ ହୋଇଛି ଏକ ନୂଆ ଯୁଗ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ଵରେ ବିଜେପି, ଓଡ଼ିଶାରେ ଆଗକୁ ବଢ଼ୁଛି । ବିଗତ ୨ ଦଶନ୍ଧି ମଧ୍ୟରେ ଓଡ଼ିଶା ୧୯ଟି ଉପନିର୍ବାଚନ ଦେଖିଥିବା ବେଳେ ୧୫ଟିରେ ବାଜିମାତ୍ କରି ଦବଦବା ଜାହିର୍ କରିଥିଲା ବିଜେଡି ।
ଭୁବନେଶ୍ଵର: ବିଜେପିର ନୂଆପଡ଼ା ବିଜୟ, ଲେଖିଲା ନୂଆ ଇତିହାସ । ଓଡ଼ିଶା ରାଜନୀତିରେ ଆରମ୍ଭ ହୋଇଛି ଏକ ନୂଆ ଯୁଗ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ଵରେ ବିଜେପି, ଓଡ଼ିଶାରେ ଆଗକୁ ବଢ଼ୁଛି । ବିଗତ ୨ ଦଶନ୍ଧି ମଧ୍ୟରେ ଓଡ଼ିଶା ୧୯ଟି ଉପନିର୍ବାଚନ ଦେଖିଥିବା ବେଳେ ୧୫ଟିରେ ବାଜିମାତ୍ କରି ଦବଦବା ଜାହିର୍ କରିଥିଲା ବିଜେଡି ।

ଏବେ ନୂଆପଡ଼ା ଉପନିର୍ବାଚନରେ ବିଜେପିର ବିଶାଳ ବିଜୟ ଲେଖିଛି ନୂଆ ଇତିହାସ । ଓଡ଼ିଶା ରାଜନୀତିରେ ଆରମ୍ଭ କରିଛି ଆଉ ଏକ ଯୁଗ । ବିଜେଡି ସହ ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଯେ ଆଉ ନାହିଁ ମଳିନ ପଡ଼ି ଯାଇଛି, ତାହା ସ୍ପଷ୍ଟ କରିଛି ନୂଆପଡ଼ା ଉପନିର୍ବାଚନ ରେଜଲ୍ଚ ।

୨୦୨୧ରୁ ୨୦୨୩

ଦିନ ଥିଲା ୨୦୦୧ରେ ରେଢ଼ାଖୋଲରି ନେଇ ୨୦୨୩ ଝାରସୁଗୁଡ଼ା ଉପନିର୍ବାଚନ । ସରକାରରେ ଥିବାବେଳେ ବିଜେଡି ଗୋଟିଏ ପରେ ଗୋଟିଏ ପ୍ରାୟ ସମସ୍ତ ଉପନିର୍ବାଚନ ଜିତି ଆସୁଥିଲା । ସନାତନ ବିଶି, ପ୍ରଫୁଲ୍ଲ ସାମଲ, ମନ୍ଦାକିନି ବେହେରା, ରୀତା ସାହୁ ଉପନିର୍ବାଚନରେ ଜିତି ବିଜେଡିର ଶକ୍ତି ବଢ଼ାଇଥିଲେ ।

କଂଗ୍ରେସର ସଫଳତା ସୀମିତ

ବିଗତ ୨ ଦଶନ୍ଧିରେ ହୋଇଥିବା ୧୯ ଉପନିର୍ବାଚନରୁ ବିଜେଡି ୧୫ଟିରେ ସଫଳତା ପାଇଥିବା ବେଳେ ଓଡ଼ିଶାକୁ ଦୀର୍ଘ ବର୍ଷ ଶାସନ କରିଥିବା କଂଗ୍ରେସ ମାତ୍ର ୨ଟିରେ ଜିତିଥିଲା । ତାହା ବି ଦଶନ୍ଧି ତଳେ । ୨୦୦୬ରେ ତଳସରା ଓ ୨୦୦୮ରେ ଲକ୍ଷ୍ମୀପୁର ଉପନିର୍ବାଚନରେ ବିଜୟୀ ହୋଇଥିଲା କଂଗ୍ରେସ ।

ଧାମନଗରରୁ ନୂଆପଡ଼ା, ବିଜେପିର ବାଜିମାତ୍

ସମୟ ବଦଳିବା ସହ ଲୋକଙ୍କୁ ଆକୃଷ୍ଟ କରୁଛି ବିଜେପି । ୨୦୨୨ରେ ଧାମନଗର ଉପନିର୍ବାଚନ ଜିତିଥିଲା ବିଜେପି । ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ ସୂର୍ଯ୍ୟବଂଶୀ ସୂରଜ । ସେତେବେଳେ ବିଜେଡି ସରକାରରେ ଥିଲା । ଏବେ ସମୟ କ୍ରମେ ବିଜେପି କ୍ଷମତାକୁ ଆସିବା ସହ ମୋହନ ସରକାରର ପ୍ରଥମ ଉପନିର୍ବାଚନ ନୂଆପଡ଼ାକୁ ଦଳ ଦଖଲକୁ ନେଇଛି । ଏହି ଆସନ ପୂର୍ବରୁ ବିଜେଡି ଅକ୍ତିଆର୍‌ରେ ଥିଲା ।

୨୦୦୦ ମସିହା ପରଠାରୁ ଓଡ଼ିଶାରେ ହୋଇଥିବା ଉପନିର୍ବାଚନ

୨୦୦୧ - ରେଢ଼ାଖୋଲ - ସନାତନ ବିଶି - ବିଜେଡି
୨୦୦୨ - ଭଦ୍ରକ - ପ୍ରଫୁଲ୍ଲ ସାମଲ - ବିଜେଡି
୨୦୦୨ - ନୟାଗଡ଼ - ମନ୍ଦାକିନି ବେହେରା - ବିଜେଡି
୨୦୦୩ - ବୀରମହାରାଜପୁର - ସଞ୍ଜୀବ କୁମାର ସାହୁ - ବିଜେଡି
୨୦୦୫ - ସୁନ୍ଦରଗଡ଼ - ସୁଶମା ପଟେଲ - ବିଜେଡି
୨୦୦୬ - ତଳସରା - ଡ. ପ୍ରଫୁଲ୍ଲ ମାଝୀ - କଂଗ୍ରେସ
୨୦୦୮ - ଲକ୍ଷ୍ମୀପୁର - ପୂର୍ଣ୍ଣଚନ୍ଦ୍ର ମାଝୀ - କଂଗ୍ରେସ
୨୦୧୧ - ଉମରକୋଟ - ସୁବାଶ ଗଣ୍ଡ - ବିଜେଡି
୨୦୧୨ - ଆଠଗଡ଼ - ରଣେନ୍ଦ୍ର ପ୍ରତାପ ସ୍ଵାଇଁ - ବିଜେଡି
୨୦୧୮ - ବିଜେପୁର - ରୀତା ସାହୁ - ବିଜେଡି
୨୦୧୯ - ପାଟକୁରା - ସାବିତ୍ରୀ ଅଗ୍ରୱାଲ - ବିଜେଡି
୨୦୨୦ - ବାଲେଶ୍ଵର - ସ୍ଵରୂପ କୁମାର ଦାସ - ବିଜେଡି
୨୦୨୦ - ତିର୍ତ୍ତୋଲ - ବିଜୟ ଶଙ୍କର ଦାସ - ବିଜେଡି
୨୦୨୧ - ପିପିଲି - ରୁଦ୍ର ପ୍ରତାପ ମହାରଥୀ - ବିଜେଡି
୨୦୨୨ - ପଦ୍ମପୁର - ପଦ୍ମପୁର - ବର୍ଷା ସିଂ ବରିହା - ବିଜେଡି
୨୦୨୨ - ଧାମନଗର - ସୂର୍ଯ୍ୟବଂଶୀ ସୂରଜ - ବିଜେପି
୨୦୨୨ - ବ୍ରଜରାଜନଗର - ଅଳକା ମହାନ୍ତି - ବିଜେଡି
୨୦୨୩ - ଝାରସୁଗୁଡ଼ା - ଦୀପାଳି ଦାସ - ବିଜେଡି
୨୦୨୫ - ନୂଆପଡ଼ା - ଜୟ ଢୋଲକିଆ - ବିଜେପି

ଏଥିସହ ପଢ଼ନ୍ତୁ: ନୂଆପଡ଼ାବାସୀଙ୍କ ବିଶ୍ଵାସ ଜିତିଲେ ଜୟ ଢୋଲକିଆ; ଉଡ଼ିଲା ବିଜେପିର ବିଜୟ ବାନା

ଆହୁରି ପଢ଼ନ୍ତୁ: ବିହାରରେ 'ଡବଲ୍ ଇଞ୍ଜିନ' ସୁନାମି; ଏହି ରଣନୀତି ଦେଲା ସୁନିଶ୍ଚିତ ବିଜୟ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Odisha Politics: ଓଡ଼ିଶା ରାଜନୀତିରେ ନୂଆ ଯୁଗ; ନୂଆପଡ଼ାରୁ ହେଲା ନୂଆ ଆରମ୍ଭ | Argus News