Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭାରତ ତଥା ଓଡିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଶାସନର ଆବଶ୍ୟକତା ରହିଛି

Odisha

ଭାରତ ତଥା ଓଡିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଶାସନର ଆବଶ୍ୟକତା ରହିଛି

Jitendra Dash
Browse all articles by Jitendra Dash
·2 years ago·2 min read
ଭାରତ ତଥା ଓଡିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଶାସନର ଆବଶ୍ୟକତା ରହିଛି

ଅର୍ଗସ ବ୍ୟୁରୋ : ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏବଂ ଭାରତୀୟ ଜନତା ପାର୍ଟି ପ୍ରତି ଦେଶବାସୀ ତଥା ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇ ଚାଲିଛି । ଓଡିଶାରେ ଛାୟା ସରକାରର ଶାସନ ଚାଲିଛି ଏବଂ ଏହା ବିତାଡିତ ହେବା ଆବଶ୍ୟକ । ଆଗାମୀ ଦିନରେ ଓଡ଼ିଶାରେ ମଧ୍ୟ ଏହା ନିଶ୍ଚିତ ପ୍ରତିଫଳିତ ହେବ । ରାଜ୍ୟରେ ଭାରତୀୟ ଜନତା ପାର୍ଟି ହିଁ ଓଡ଼ିଶାରେ ଏକମାତ୍ର ବିକଳ୍ପ । ମୋଦି ସରକାର ଏବଂ ମୋଦି ଗ୍ୟାରେଂଟି ଉପରେ ଓଡିଶାବାସୀଙ୍କ ଆସ୍ଥା ବୃଦ୍ଧି ପାଇଚାଲିଛି । ଆଜିର ଏହି ମିଶ୍ରଣ ପର୍ବ ପାର୍ଟିର ସଂଗଠନକୁ ଆହୁରି ସୁଦୃଢ କରିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଦଳର ନେତା ଓ କର୍ମୀଙ୍କ ଭରସା ହରାଉଛନ୍ତି । ବିଜେଡି ନେତା  ଏବେ ବିଜେପି ମୁହାଁ ହେଉଛନ୍ତି । ମୋଦିଜୀଙ୍କ ହାତମୁଠାକୁ ସୁଦୃଢ଼ କରିବା ପାଇଁ ଲୋକେ ଆଗକୁ ଆସି ବିଜେପିରେ ସାମିଲ ହେଉଛନ୍ତି ।

ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ନିର୍ବାଚନ ସହ ପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡି, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ଚିଲିକା ବିଧାୟକ ତଥା ବିଜେଡି ନେତା ଶ୍ରୀ ପ୍ରଶାନ୍ତ ଜଗଦ୍ଦେବ ନିଜର ସମର୍ଥକଙ୍କ ଗହଣରେ ବିଜେପିରେ ସାମିଲ ହୋଇଛନ୍ତି । ଶ୍ରୀ ଜଗଦ୍ଦେବ କହିଛନ୍ତି ଯେ, ମୁଁ ବିଜେପିରେ ସାମିଲ ହୋଇ ଖୁସି ଓ ଗର୍ବିତ । ବିଜେଡିରେ ଥିବାବେଳେ ପ୍ରଧାନମନ୍ତ୍ରୀ ଯଶସ୍ୱୀ ମୋଦିଜୀଙ୍କୁ ସମ୍ମାନ ଜଣାଇବା ସହ ତାଙ୍କ ପାର୍ଟିକୁ ସମ୍ମାନ ଦେଉଥିଲି । କିନ୍ତୁ ଏକଥାକୁ ମୁଁ ପରିପ୍ରକାଶ କରିପାରୁନଥିଲି । ଭାରତ ତଥା ଓଡିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଶାସନର ଆବଶ୍ୟକତା ରହିଛି । ମୋଦିଜୀଙ୍କ କାର୍ଯ୍ୟଶୈଳୀ ମୋତେ ପ୍ରଭାବିତ କରିଛି । ଏଠି ମୁଁ ସୈନିକ ଭାବେ କାମ କରିବି । ପୂର୍ବରୁ ନବୀନ ବାବୁଙ୍କ ପାଇଁ ବହୁତ କାମ କରିଛି, ସିଏ ବି ମୋତେ ବହୁତ ସମ୍ମାନ ଦେଇଛନ୍ତି କିନ୍ତୁ ଆଜି ନବୀନ ବାବୁ ସେ ଅବସ୍ଥାରେ ନାହାନ୍ତି । ନବୀନ ବାବୁ ରାଜନୀତି ବ୍ୟବସ୍ଥା ଭିତରୁ ନିବୃତ ରହିବାର ଆବଶ୍ୟକତା ରହିଛି । ଓଡିଶାରେ ବିଜେପିର “ଡବଲ ଇଞ୍ଜିନ ସରକାର” ହେବ । ଏବେ ମୁଁ ପୂରା ଆକ୍ସନ ମୁଡ୍‌ରେ ଅଛି, ବିଜେପି ଦଳର କାର୍ଯ୍ୟ କରିବି ବୋଲି । ପୁରୁଣା ଘରକୁ ଫେରିବା ଭଳି ଲାଗୁଛି । ବିଜେପିରେ ମୋର ପୁରୁଣା ବନ୍ଧୁମାନେ ଥିଲେ ସମସ୍ତଙ୍କୁ ସାଥୀରେ ନେଇ ପୁଣିଥରେ “ବିକଶିତ ଓଡିଶା ଓ ବିକଶିତ ଭାରତ” ଗଠନ କରିବାକୁ ଲକ୍ଷ୍ୟ ରଖିଛି ବୋଲି ଶ୍ରୀ ଜଗଦ୍ଦେବ କହିଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ଅବସରରେ ସେହିପରି ଖୋର୍ଦ୍ଧା ଜିଲ୍ଲା ପରିଷଦ ସଦସ୍ୟ ତଥା ବ୍ଲକ ସଭାପତି ଅନାଦି ସାହୁ, ପୂର୍ବତନ ବିଧାୟକ ପ୍ରାର୍ଥୀ ଭବାନି ଜଗଦ୍ଦେବ ମହାପାତ୍ର, ଖୋର୍ଦ୍ଧା ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ବସନ୍ତ ମହାପାତ୍ର, ଗୌରୀ ସାହୁ, ବିଜୁ ମହିଳା ଜନତା ଦଳ ସାଧାରଣ ସମ୍ପାଦକ ସୋନାଲୀ ଡାକୁଆ, ବିଜୁ ଛାତ୍ର ଜନତା ଦଳ ବେଗୁନିଆ ବ୍ଲକ ସଭାପତି ବିଶ୍ୱଜିତ ଭୂଜବଳ ପ୍ରମୁଖ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବରେ ରାଜ୍ୟ ଉପସଭାପତି ବିଂରଚି ନାରାୟଣ ତ୍ରିପାଠୀ, ରାଜ୍ୟ ସାଧାରଣ ସମ୍ପାଦକ ଡ. ଯତୀନ ମହାନ୍ତି, ବରିଷ୍ଠ ନେତା ପୃଥ୍ୱୀରାଜ ହରିଚନ୍ଦନ, ଭୃଗୁ ବକ୍ସିପାତ୍ର, ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ, ଖୋର୍ଦ୍ଧା ଜିଲ୍ଲା ସଭାପତି ରଶ୍ମିରଞ୍ଜନ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁ ଖଣ୍ଡାଇତରାୟ, ବିଶ୍ୱରଂଜନ ବଡଜେନା ପ୍ରମୁଖ ଉପସ୍ଥିତ ଥିଲେ ।
 
 

Argus Whatsapp Channel Mobile Top
Sponsored
Chilika MLA Prashant Jagdev joins BJP, says CM Naveen should retire from politics | Argus News