Videos
|
Odisha

ଆଜି ହୋଉଛି ଚକଲେଟ ଡେ, ମନର ମଣିଷ ପାଇଁ ଚକୋଲେଟ

Jitendra Dash
Browse all articles by Jitendra Dash
·2 years ago·2 min read
ଆଜି ହୋଉଛି ଚକଲେଟ ଡେ, ମନର ମଣିଷ ପାଇଁ ଚକୋଲେଟ

ଅର୍ଗସ ବ୍ୟୁରୋ : ‘ପ୍ରେମ’ କେତେବେଳେ ହୁଏ କେମିତି ହୁଏ କାହାକୁ ଜଣାନଥାଏ । ପ୍ରେମ ହୋଉଛି ଶାଶ୍ବତ ଓ ଚିରନ୍ତନ । ଆଉ ବର୍ତ୍ତମାନ ଚାଲିଛି ପ୍ରେମ ସପ୍ତାହ । ଆଜି ପ୍ରେମ ଦିବସର ତୃତୀୟ ଦିନ ଅର୍ଥାତ୍‌ ଚକୋଲେଟ ଡେ । ପ୍ରଥମ ଦିନ ଗୋଲାପ ଡେ ଥିଲା ଏବଂ ଅନେକ ପୁଅ ଝିଅ ଗୋଲାପ ଦେଇ ପ୍ରପୋଜ କରିଥିବା ବେଳେ ଆଜି ଚକୋଲେଟ ଦେଇ ପ୍ରେମରେ ମିଠା ଭରିବେ ପ୍ରେମୀ ଯୁଗଳ ମାନେ । ପରସ୍ପରକୁ ଚକଲେଟ୍‌ ଖୁଆଇ ପ୍ରେମୀଯୁଗଳ ମାନେ ସମ୍ପର୍କ‌କୁ ଆହୁରି ମଧୁରତା ଆଣିବାକୁ ଚେଷ୍ଟା କରିବେ ସେମାନେ ।

ପ୍ରେମରେ କୌଣସି ସଂଜ୍ଞା କି ସରହଦ ନଥାଏ । ଏଥିରେ କିଛି ପାଇବାର ଆଶା କମ୍ ଉତ୍ସର୍ଗ ହିଁ ଅଧିକ ରହିଥାଏ । ଆଜିର ଦିନକୁ ସ୍ପେସାଲ କରିବା ପାଇଁ ହାତରେ ହାତ ଛନ୍ଦି ପାର୍କ, ମଲ, ରେସ୍ତୋଁରାରେ ଉଭୟ ଉଭୟଙ୍କୁ ଚକୋଲେଟ୍ ଦେଇ ପ୍ରେମ ନିବେଦନ କରିବେ ପ୍ରେମ ପକ୍ଷୀ । ପ୍ରେମିକା ମନରେ ଯେତେ ଦୁଃଖ ବା ରାଗରେ ଥିଲେ ମଧ୍ୟ ପ୍ରେମିକ, ପ୍ରେମିକାକୁ ଚକୋଲେଟ ଟିଏ ଦେଇଦେଲେ ସେ ସବୁ ରାଗ ଭୁଲିଯାଏ । କାହିଁକି ନା ସାଥୀକୁ ମନେଇବା ପାଇଁ ହେଉ ବା ଖୁସି କରିବା ପାଇଁ ହେଉ ସମସ୍ତେ ଚକୋଲେଟ ହିଁ ଦେଇଥାନ୍ତି ।

ଅଧିକ ପଢନ୍ତୁ : ପ୍ରପୋଜ ଡ଼େ : ଆଜି ପ୍ରେମର କଥା କହିବେ ପ୍ରେମୀ ଯୁଗଳ

ପ୍ରେମ ପ୍ରକାଶ କରିବା ପାଇଁ ଚକୋଲେଟ ଏକ ଉତ୍ତମ ମାଧ୍ୟମ ବୋଲି ବୈଜ୍ଞାନିକ ମତ ମଧ୍ୟ ରହିଛି ଯାହା କୁହଯାଏ । ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, ଏଥିରେ ଥିଓବ୍ରୋମାଇନ୍ ଏବଂ କ୍ୟାଫେନ୍ ରହିଥିବାରୁ ଏହା ଖାଇବା ଦ୍ବାରା ମନୋବଳ ଦୃଢ ହୁଏ । ତେଣୁ ଚକୋଲେଟ ସ୍ୱାସ୍ଥ୍ୟ ଏବଂ ପ୍ରେମ ଜୀବନ ପାଇଁ ଲାଭଦାୟକ ବୋଲି କୁହାଯାଏ । ଆଜି ଦିନରେ ଚକୋଲେଟ ଖୁଆଇ ଉଭୟ ପ୍ରେମୀ ଯୁଗଳ ହୃଦୟ କଥା କହିବେ । ତେବେ ଆପଣ ଯଦି କାହାକୁ ପସନ୍ଦ କରୁଛନ୍ତି, ତେବେ ଆଜି ଚକୋଲେଟ ଦେଇ ନିଜର ମନ କଥା ସେହି ବନ୍ଧୁକୁ କହିଦିଅନ୍ତୁ ! ଦେଖିବେ ଚକୋଲେଟ୍‌ ଭଳି ଆପଣଙ୍କ ଜୀବନ ମିଠା ମିଠା ହୋଇଯିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: