|
logo
Live

Argus News - ବିଜେଡି ସରକାରଙ୍କ ବସୁଧା ଓ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନାର ଉଡ଼ିଲା ଧଜ୍ଜିଆ

Odisha

ବିଜେଡି ସରକାରଙ୍କ ବସୁଧା ଓ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନାର ଉଡ଼ିଲା ଧଜ୍ଜିଆ

Jitendra Dash
Browse all articles by Jitendra Dash
·2 years ago·2 min read
ବିଜେଡି ସରକାରଙ୍କ ବସୁଧା ଓ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନାର ଉଡ଼ିଲା ଧଜ୍ଜିଆ

ଅର୍ଗସ ବ୍ୟୁରୋ : ସ୍ମାର୍ଟ ସିଟି ରାଉରକେଲାରେ ଦିନକୁ ଦିନ ଭୟଙ୍କର ହେଉଛି ସ୍ଥିତି। ଦୂଷିତ ପାଣି ଯୋଗୁ ହଇଜା ବ୍ୟାପିଥିବା ଜଣାପଡ଼ିବା ପରେ ଧରାପଡ଼ିଛି ରାଜ୍ୟ ସରକାରଙ୍କ ଅପରାଗତା । ଏହା ବିରୋଧରେ ରାସ୍ତାକୁ ଓହ୍ଲାଇଛି ବିଜେପି । ସ୍ମାର୍ଟସିଟି ରାଉରକେଲାରେ ୱାଟକୋର ବିଫଳତା ବିରୋଧରେ ବିଜେପି କରିଛି ହ୍ଲଲ୍ଲାବୋଲ । ସେପଟେ ସହରର ଜଳ ଯୋଗାଣ ପିଏଚଡି ହାତରୁ ଘରୋଇ କମ୍ପାନୀ ୱାଟକୋକୁ ଦେବାପରେ ସ୍ଥିତି ବେହାଲ ହୋଇଥିବା ଅଭିଯୋଗ କରିଛନ୍ତି ପୂର୍ବତନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ରାଉରକେଲାକୁ ବିଜେଡି ସରକାର ହଇଜା ସିଟି ବନାଇଦେଇଥିବା କରିଛନ୍ତି ଅଭିଯୋଗ । 

ସବୁ ୱାର୍ଡରେ କଲେରା ବ୍ୟାପିଚାଲିଛି । ଆଜି ରାଉରକେଲା ସରକାରୀ ଡାକ୍ତରଖାନାରେ ଆଉ ୨୬ ଜଣ ନୂଆ ରୋଗି ଆଡମିଟ୍ ହୋଇଛନ୍ତି । ACB ଓ RMRC ଟିମ୍ ସ୍ଥିତି ଯାଞ୍ଚ କରୁଛନ୍ତି । ସେପଟେ ସଚେତନତା କାରଣରୁ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା କହିଛନ୍ତି ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଏସସିବିରୁ ଆଉ 3 ଜଣ ବିଶେଷଜ୍ଞ ଡାକ୍ତରଙ୍କୁ ରାଉରକେଲା ପଠାଯାଇଥିବା କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଯୁଗ୍ମ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଓ ଉତ୍ତରାଞ୍ଚଳ ରାଜସ୍ଵ କମିଶନର ସୁରେଶ୍ ଚନ୍ଦ୍ର ଦଳାଇ ରାଉରକେଲା ସରକାରୀ ଡାକ୍ତରଖାନାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଉଦ୍ୟମ ସତ୍ତ୍ବେ ଏବେବି ବିଭିନ୍ନ ବସ୍ତି ଅଞ୍ଚଳରେ ଗୋଳିଆ ପାଣି ଆସୁଥିବା ଅଭିଯୋଗ କରିଛନ୍ତି ବସ୍ତି ବାସିନ୍ଦା । ସେକ୍ଟର 6 ଅଞ୍ଚଳ ଶଙ୍କର ବସ୍ତିରେ ଆଜି ବି ପାଇପରେ ଗୋଳିଆ ପାଣି ଆସୁଥିବା ଦେଖିବାକୁ ମିଳିଛି । ନାଳ, ନର୍ଦ୍ଦମା ଭିତରେ ପାଣି ପାଇପ୍ ବିଛାଯାଇଛି । ଫାଟିଥିବା ପାଇପ ମରାମତି କରାଯାଉନାହିଁ । ସ୍ମାର୍ଟ ସିଟିର ବିକାଶ ପାଇଁ କେନ୍ଦ୍ର ସରକାର କୋଟିକୋଟି ଟଙ୍କା ଅନୁଦାନ ଯୋଗାଇ ଦେଉଥିଲେ ବି ଗ୍ରାଉଣ୍ଡ ଜିରୋରେ ସଠିକ କାମ ହେଉନଥିବାରୁ ସହରରେ ଡାଇରିଆ ବ୍ୟାପୁଥିବା ଲୋକେ ଅଭିଯୋଗ କରିଛନ୍ତି । 

ମାତ୍ର ବର୍ଷକ ଭିତରେ ପ୍ରହସନ ପାଲଟିଛି ବିଜେଡି ସରକାରଙ୍କ ଡ୍ରିଙ୍କ୍ ଫ୍ରମ ଟ୍ୟାପ୍ ଯୋଜନା । ଦେଶବାସୀଙ୍କୁ ବଶୁଦ୍ଧ ଜଳ ଯୋଗାଇ ଦେବାକୁ କେନ୍ଦ୍ର ସରକାର ହର ଘର ଜଳ ଯୋଜନା ଆପଣାଇଥିବାବେଳେ ଏହାକୁ ରାଜ୍ୟରେ ଲାଗୁ ନକରି ଲୋକଙ୍କ ଜୀବନକୁ ବିପଦରେ ପକାଉଛନ୍ତି ରାଜ୍ୟ ସରକାର । ନା ନିଜେ ଯୋଗାଉଛନ୍ତି ନା କେନ୍ଦ୍ର ଦେଉଥିବା ସୁବିଧା ରାଜ୍ୟବାସୀଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି । 
 

Sponsored
ବିଜେଡି ସରକାରଙ୍କ ବସୁଧା ଓ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନାର ଉଡ଼ିଲା ଧଜ୍ଜିଆ | Argus News