ଆଉ ଗୋଟିଏ ମୁଣ୍ଡ ନେଲା ହଇଜା, ମୃତକ ହେଲେ ପଙ୍କଜ ମଣ୍ଡଳ
·2 years ago

ଅର୍ଗସ ବ୍ୟୁରୋ : ରାଉରେଲାରେ କିଛି ଦିନ ହେବ ହଇଜା ଆତଙ୍କ ଖେଳାଇଛି । ଆଜି ପୁଣି ନେଇଛି ଆଉ ଏକ ମୁଣ୍ଡ । ମୃତକ ହେଲେ ପଙ୍କଜ ମଣ୍ଡଳ । ତାଙ୍କର ବୟସ ୪୪ ବର୍ଷ । ପଙ୍କଜଙ୍କୁ ମିଶାଇ ଆଜି ସୁଦ୍ଧା ୧୨ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ଜଣାଯାଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସପ୍ତାହେ ତଳେ ପାୱାରହାଉସ୍ ଅଞ୍ଚଳର ପଙ୍କଜ ମଣ୍ଡଳ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ପରିବାର ଲୋକେ ତାଙ୍କୁ ଜେପି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ଗତ ୭ ଦିନ ହେଲା ଚିକିତ୍ସା ଚାଲିଥିଲା । ହେଲେ ଆଜି ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ପଙ୍କଜଙ୍କ ମୃତ୍ୟୁ ନେଇ ପରିବାର ଲୋକେ ସୂଚନା ଦେଇଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: