|
logo
Live

Argus News - ଚୌଦ୍ବାର ବସ କଣ୍ଡକ୍ଟର ମୃତ୍ୟୁ ଘଟଣାର ପର୍ଦ୍ଦାଫାସ, ପରକୀୟା ପ୍ରୀତିକୁ ନେଇ ହତ୍ୟା

Odisha

ଚୌଦ୍ବାର ବସ କଣ୍ଡକ୍ଟର ମୃତ୍ୟୁ ଘଟଣାର ପର୍ଦ୍ଦାଫାସ, ପରକୀୟା ପ୍ରୀତିକୁ ନେଇ ହତ୍ୟା

Jitendra Dash
Browse all articles by Jitendra Dash
·2 years ago·1 min read
ଚୌଦ୍ବାର ବସ କଣ୍ଡକ୍ଟର ମୃତ୍ୟୁ ଘଟଣାର ପର୍ଦ୍ଦାଫାସ, ପରକୀୟା ପ୍ରୀତିକୁ ନେଇ ହତ୍ୟା

ଅର୍ଗସ ବ୍ୟୁରୋ : ପରକୀୟା ପ୍ରୀତିକୁ ନେଇ ସ୍ବାମୀକୁ ଜୀଅନ୍ତା ଜାଳିଲା ସ୍ତ୍ରୀ । ନିଜ ପୁରୁଷ ବନ୍ଧୁ ସହ ମିଶି ସ୍ବାମୀକୁ ପୋଡ଼ି ଦେଲା । ଚୌଦ୍ବାରରେ ବସ୍‌ କଣ୍ଡକ୍ଟର ନିଶ୍ଚଳ ପ୍ରଧାନ ମୃତ୍ୟୁ ମାମଲାର ବଡ଼ ଖୁଲାସା କରିଛି କମିଶନରେଟ ପୋଲିସ । ନିଶ୍ଚଳଙ୍କ ମୃତ୍ୟୁ ଏକ ସୁଚିନ୍ତିତ ହତ୍ୟାକାଣ୍ଡ ଥିଲା । ତାଙ୍କୁ ଜିଅନ୍ତା ଜାଳି ଦିଆଯାଇ ଥିଲା ବୋଲି ସ୍ପଷ୍ଟ କରିଛି ପୋଲିସ । 

ପତ୍ନୀର ପରକ୍ରିୟା ପ୍ରୀତିକୁ ନେଇ ଏହି ହତ୍ୟାକାଣ୍ଡ ହୋଇ ଥିବା ବେଳେ, ପତ୍ନୀ ସୁହାସିନୀ ମହାପାତ୍ର ଓ ପୁରୁଷ ବନ୍ଧୁ ପୂର୍ଣ୍ଣଚନ୍ଦ୍ର ମହାରଣାକୁ ଗିରଫ କରିଛି ପୋଲିସ । ଗତ ୧ ତାରିଖ ଦିନ ବିରାଟଗାଦି ନିକଟରେ ନିଶ୍ଚଳଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ SCBରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ହେଲେ ତଦନ୍ତ ସମୟରେ ନିଶ୍ଚଳଙ୍କ ମୃତ୍ୟୁ ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ସୁରାକ ପାଇଥିଲା ପୋଲିସ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ନିଆଳି ଗୋବିନ୍ଦପୁର ମୂଳ ବାସିନ୍ଦା ନିଶ୍ଚଳ ପେଶାରେ ଜଣେ ବସ କଣ୍ଡକ୍ଟର ଥିଲେ । ଚୌଦ୍ବାର ବାସିନ୍ଦା ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ସହ ନିଶ୍ଚଳଙ୍କ ବନ୍ଧୁତା ଥିବା ବେଳେ ନିଶ୍ଚଳଙ୍କ ଘରକୁ ପୂର୍ଣ୍ଣଚନ୍ଦ୍ରଙ୍କ ଯିବା ଆସିବା କରୁଥିଲା । ଏହାରି ଭିତରେ ପୂର୍ଣ୍ଣଚନ୍ଦ୍ରଙ୍କ ସହ ନିଶ୍ଚଳଙ୍କ ପତ୍ନୀ ସୁହାସିନୀଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏପରିକି ନିଶ୍ଚଳ ଅଜ୍ଞାତରେ ପୂର୍ଣ୍ଣଚନ୍ଦ୍ରଙ୍କ ଓ ସୁହାସିନୀ ମିଳାମିଶା କରିବା ସହ ନିଶ୍ଚଳଙ୍କୁ ନିଜ ରାସ୍ତାରୁ ସବୁ ଦିନ ଲାଗି ହଟାଇବାକୁ ଯୋଜନା ମଧ୍ୟ କରିଥିଲେ ।
 

Sponsored
ଚୌଦ୍ବାର ବସ କଣ୍ଡକ୍ଟର ମୃତ୍ୟୁ ଘଟଣାର ପର୍ଦ୍ଦାଫାସ, ପରକୀୟା ପ୍ରୀତିକୁ ନେଇ ହତ୍ୟା | Argus News