Plus Two Exam 2027 / ଯୁକ୍ତ ଦୁଇ ପରୀକ୍ଷା ପାଇଁ ବାଜିଲା ବିଗୁଲ୍; ପ୍ରକାଶ ପାଇଲା ତାରିଖ, ୧୦ଟାରୁ ଦିନ ୧ଟା ଯାଏଁ ଚାଲିବ
·59 mins ago·2 min read

Key Points
ଆସିଲା ଯୁକ୍ତ ୨ ପରୀକ୍ଷା ତାରିଖ
୧୦ଟାରୁ ଦିନ ୧ଟା ଯାଏଁ ଚାଲିବ
ପ୍ରଥମ ଦିନ MIL-Odia ପରୀକ୍ଷା
୧୦ଟାରୁ ଦିନ ୧ଟା ଯାଏଁ ଚାଲିବ
ପ୍ରଥମ ଦିନ MIL-Odia ପରୀକ୍ଷା
ଭୁବନେଶ୍ଵର: ଯୁକ୍ତ ଦୁଇ ପରୀକ୍ଷା ପାଇଁ ବାଜିଲା ବିଗୁଲ୍ । ପ୍ରକାଶ ପାଇଲା CHSE ଦ୍ୱାରା ବାର୍ଷିକ ଉଚ୍ଚ ମାଧ୍ୟମିକ ପରୀକ୍ଷା-୨୦୨୭ର କାର୍ଯ୍ୟସୂଚୀ । କଳା, ବିଜ୍ଞାନ, ବାଣିଜ୍ୟ, ଭୋକେସନାଲ ଓ କରେସପଣ୍ଡେନ୍ସ ଷ୍ଟ୍ରିମ୍ ପାଇଁ ଜାରି ହୋଇଛି ସୂଚୀ । ୨୦୨୭ ଫେବ୍ରୁଆରୀ ୧୬ରୁ ଆରମ୍ଭ ହେବ ବାର୍ଷିକ +2 ପରୀକ୍ଷା । ପ୍ରଥମ ଦିନ ବିଜ୍ଞାନ ବିଭାଗର MIL-Odia ପରୀକ୍ଷା ରହିଛି । ପରବର୍ତ୍ତୀ ଦିନଗୁଡ଼ିକରେ ଭୋକେସନାଲ, କଳା ଓ ବାଣିଜ୍ୟ ବିଭାଗର ବିଭିନ୍ନ ବିଷୟର ପରୀକ୍ଷା ହେବ ।
ପଢନ୍ତୁ ଏହି ଖବର: ଆସିଲା ତାଲିକା; ୨୦୨୭ରେ ୮୨ ଦିନ ବନ୍ଦ ରହିବ ସ୍କୁଲ, ଏହି ଦିନଠୁ ହେବ ଖରା ଛୁଟି
- ୧୦ଟାରୁ ଦିନ ୧ଟା ଯାଏଁ ପରୀକ୍ଷା
- ୨୨ ଡିସେମ୍ବରରୁ ପ୍ରାକ୍ଟିକାଲ୍
ପଢନ୍ତୁ ଏହି ଖବର: ଆସିଲା ତାଲିକା; ୨୦୨୭ରେ ୮୨ ଦିନ ବନ୍ଦ ରହିବ ସ୍କୁଲ, ଏହି ଦିନଠୁ ହେବ ଖରା ଛୁଟି
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଉଦ୍ଭିଦ ବିଜ୍ଞାନ (Botany) ଓ ପ୍ରାଣୀ ବିଜ୍ଞାନ (Zoology) ଗୋଟିଏ ସିଟିଂରେ ହେବ ଏବଂ ମଝିରେ ୨୦ ମିନିଟ୍ ବ୍ୟବଧାନ ରହିବ । Botany ପ୍ରଶ୍ନପତ୍ର ସକାଳ ୧୦ଟାରେ ଏବଂ Zoology ପ୍ରଶ୍ନପତ୍ର ୧୧ଟା ୫୦ରେ ଦିଆଯିବ । ସେହିଭଳି କମର୍ସ ଷ୍ଟ୍ରିମ୍ର ପ୍ରୋଜେକ୍ଟ ମୂଲ୍ୟାଙ୍କନ ଓ ଭାଇଭା ପାଇଁ ସର୍ବନିମ୍ନ ୨୪ ଜଣଙ୍କୁ ନେଇ ଗ୍ରୁପ୍ ଗଠନ କରାଯିବ । ପ୍ରତ୍ୟେକ ଗ୍ରୁପ୍ର ପ୍ରୋଜେକ୍ଟ ଓ ଭାଇଭା ପ୍ରକ୍ରିୟା ଦୁଇ ଘଣ୍ଟା ମଧ୍ୟରେ ଶେଷ କରିବାକୁ ପଡ଼ିବ । ଏଥିପାଇଁ ବାହାରରୁ କୌଣସି External Examiner ରହିବେ ନାହିଁ । ଏହାସହ ବିଜନେସ୍ ଷ୍ଟଡିଜ୍ ଓ ମ୍ୟାନେଜମେଣ୍ଟ ଏବଂ ବିଏଫସି ବିଷୟରେ ‘କନଜ୍ୟୁମର ପ୍ରୋଟେକ୍ସନ’କୁ ନୂଆ ୟୁନିଟ୍-୪ ଭାବେ ସାମିଲ କରାଯାଇଛି । ଇଣ୍ଟିଗ୍ରେଟେଡ୍ ଭୋକେସନାଲ ପ୍ରାକ୍ଟିକାଲ ଓ ଓ ଭୋକେସନାଲ ଟ୍ରେଡ୍ ସବଜେକ୍ଟର ପରୀକ୍ଷା ପାଇଁ ୩ ଘଣ୍ଟା ସମୟ ରହିବ ।
Related Topics
Explore more stories