Videos
|
Odisha

School Holiday List 2027 / ଆସିଲା ତାଲିକା; ୨୦୨୭ରେ ୮୨ ଦିନ ବନ୍ଦ ରହିବ ସ୍କୁଲ, ଏହି ଦିନଠୁ ହେବ ଖରା ଛୁଟି

Debashree Debasmita Sahoo
Browse all articles by Debashree Debasmita Sahoo
·15 mins ago·2 min read
ଆସିଲା ତାଲିକା; ୨୦୨୭ରେ ୮୨ ଦିନ ବନ୍ଦ ରହିବ ସ୍କୁଲ, ଏହି ଦିନଠୁ ହେବ ଖରା ଛୁଟି
Odisha School Holiday List 2027

Key Points

୨୦୨୭ ଶିକ୍ଷାବର୍ଷ ପାଇଁ ଆସିଲା ଛୁଟି ତାଲିକା
ପୂରା ୮୨ ଦିନ ବନ୍ଦ ରହିବ ସ୍କୁଲ
ଭୁବନେଶ୍ଵର: ୨୦୨୭ ଶିକ୍ଷାବର୍ଷ ପାଇଁ ରାଜ୍ୟର ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର ଛୁଟି ତାଲିକା ପ୍ରକାଶ ପାଇଛି। ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ ଆଦେଶ ଜାରି କରାଯାଇଛି । ନୂଆ ଛୁଟି ତାଲିକା ଅନୁଯାୟୀ, ୨୦୨୭ରେ ମୋଟ ୮୨ ଦିନ ସ୍କୁଲ ବନ୍ଦ ରହିବ । ଏଥିରେ ଗ୍ରୀଷ୍ମ ଛୁଟି, ପୂଜା ଛୁଟି ସହ ବିଭିନ୍ନ ପର୍ବପର୍ବାଣି ଓ ଜାତୀୟ ଦିବସ ସାମିଲ ରହିଛି ।

ତାଲିକା ଅନୁସାରେ, ଆସନ୍ତା ବର୍ଷ ମେ ୫ ତାରିଖରୁ ଜୁନ୍ ୧୭ ତାରିଖ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକରେ ଗ୍ରୀଷ୍ମ ଛୁଟି ରହିବ। ସେହିପରି ଅକ୍ଟୋବର ୬ ତାରିଖରୁ ପୂଜା ଛୁଟି ଆରମ୍ଭ ହେବ । ଗ୍ରୀଷ୍ମ ଓ ପୂଜା ଛୁଟିକୁ ନେଇ ଛାତ୍ରଛାତ୍ରୀଙ୍କୁ ଦୀର୍ଘ ଅବକାଶ ମିଳିବ ।

  • କେଉଁ କେଉଁ ଦିନ ସ୍କୁଲ ଛୁଟି
ଅନ୍ୟପକ୍ଷରେ, ବିଭିନ୍ନ ପର୍ବପର୍ବାଣି ଓ ସ୍ୱତନ୍ତ୍ର ଦିବସ ପାଇଁ ମଧ୍ୟ ଛୁଟି ଘୋଷଣା କରାଯାଇଛି । ଜାନୁଆରୀ ୧ରେ ନୂଆବର୍ଷ ଓ ୧୪ରେ ମକର ସଂକ୍ରାନ୍ତି ଛୁଟି ରହିବ । ମାର୍ଚ୍ଚ ୨୩ରେ ହୋଲି ଏବଂ ୨୬ରେ ଗୁଡ୍ ଫ୍ରାଇଡେ ପାଳନ ଅବସରରେ ସ୍କୁଲ ବନ୍ଦ ରହିବ । ଏପ୍ରିଲ ୧ରେ ଉତ୍କଳ ଦିବସ ଏବଂ ଏପ୍ରିଲ ୧୪ରେ ମହାବିଷୁବ ସଂକ୍ରାନ୍ତି ଓ ଡକ୍ଟର ବି.ଆର୍. ଆମ୍ବେଦକର ଜୟନ୍ତୀ ପାଇଁ ଛୁଟି ରହିବ ।

ପଢନ୍ତୁ ଏହି ଖବର: ଗଞ୍ଜାମରେ ଲ୍ୟାଣ୍ଡଫଲ୍; ପ୍ରଶାସନର ଜୋରଦାର ପ୍ରସ୍ତୁତି; ୧୦ ଜିଲ୍ଲାରେ ସ୍କୁଲ ଛୁଟି


ସେହିପରି ଜୁଲାଇ ୫ରେ ରଥଯାତ୍ରା, ଅଗଷ୍ଟ ୨୪ରେ ଜନ୍ମାଷ୍ଟମୀ ଓ ସେପ୍ଟେମ୍ବର ୪ରେ ଗଣେଶ ପୂଜା ପାଇଁ ସ୍କୁଲ ବନ୍ଦ ରହିବ । ଅକ୍ଟୋବର ୨୯ରେ ଦୀପାବଳି ଏବଂ ଡିସେମ୍ବର ୯ରେ ମାଣବସା ଗୁରୁବାର ଛୁଟି ଘୋଷଣା କରାଯାଇଛି । ନୂଆ ଛୁଟି ତାଲିକା ଘୋଷଣା ପରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକମାନେ ଆଗୁଆ ନିଜର ଶିକ୍ଷାଗତ ଓ ଅନ୍ୟାନ୍ୟ କାର୍ଯ୍ୟସୂଚୀ ପ୍ରସ୍ତୁତ କରିପାରିବେ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୨୦୨୬ କ୍ୟାଲେଣ୍ଡର ଅନୁଯାୟୀ ଖରାଛୁଟି ମେ ୬ରୁ ଜୁନ୍ ୧୭ ପର୍ଯ୍ୟନ୍ତ ଏବଂ ଦଶହରା (ପୂଜା) ଛୁଟି ଅକ୍ଟୋବର ୧୭ରୁ ଅକ୍ଟୋବର ୨୬ ପର୍ଯ୍ୟନ୍ତ ହୋଇଥିଲା । କିନ୍ତୁ ପ୍ରବଳ ବର୍ଷା ଯୋଗୁଁ ବର୍ଷା ସାରା ଅନେକ ଥର ବିଭିନ୍ନ ଜିଲ୍ଲାଗୁଡ଼ିକରେ ସ୍କୁଲକୁ କିଛି ଦିନ ପାଇଁ ବନ୍ଦ ରଖାଯାଇଥିଲା । ନିକଟରେ ବାତ୍ୟା ଅର୍ଣ୍ଣବ ପରେ ଆସିଥିବା ବନ୍ୟା ଯୋଗୁଁ ଗଞ୍ଜାମ ଜିଲ୍ଲାରେ ପ୍ରାୟ ସପ୍ତାହେ ଯାଏଁ ସ୍କୁଲ ବନ୍ଦ ରହିଥିଲା ।