Videos
|
Odisha

ICSE Board Exam / ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର; ICSE, ISC ପରୀକ୍ଷା ତାରିଖ ଘୋଷଣା

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର; ICSE, ISC ପରୀକ୍ଷା ତାରିଖ ଘୋଷଣା
ICSE ISC Exam Date Announced

Key Points

ଆସିଲା ICSE, ISC ପରୀକ୍ଷା ତାରିଖ
ତାରିଖ ଘୋଷଣା କଲା CISCE
ପରୀକ୍ଷା ଦେବେ ୩ଲକ୍ଷ ୭୯ହଜାର ୯୮୦ ପରୀକ୍ଷାର୍ଥୀ
ଭୁବନେଶ୍ଵର: କାଉନ୍‌ସିଲ୍ ଫର୍ ଦି ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ଏକ୍‌ଜାମିନେସନ୍ ବା CISCE ପକ୍ଷରୁ ICSE- ଦଶମ ଏବଂ ISC- ଦ୍ୱାଦଶ ବୋର୍ଡ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଆସନ୍ତା ଫେବ୍ରୁଆରୀ ୧୫ରୁ ICSE ଦଶମ ଶ୍ରେଣୀ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଲିବ । ଚଳିତ ବର୍ଷ ଭାରତ ଓ ବିଦେଶରୁ ମୋଟ ୩ ଲକ୍ଷ ୭୯ ହଜାର ୯୮୦ ଜଣ ପରୀକ୍ଷାର୍ଥୀ ICSE ଓ ISC ପରୀକ୍ଷା ଦେବାକୁ ପଞ୍ଜୀକୃତ ହୋଇଛନ୍ତି । ପରୀକ୍ଷା ପରିଚାଳନା ପାଇଁ ଭାରତ ସମେତ ବିଦେଶରେ ମୋଟ ୨,୮୩୫ଟି ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇଛି ।

ଦଶମ ପରୀକ୍ଷା ଫେବ୍ରୁଆରୀ ୧୫ରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୩୧ରେ ଶେଷ ହେବ । ପରୀକ୍ଷାର୍ଥୀ ଓ ସମ୍ପୃକ୍ତ ସ୍କୁଲଗୁଡ଼ିକ CISCEର ଅଫିସିଆଲ୍ ୱେବସାଇଟ୍‌ cisce.org କୁ ଯାଇ ବିସ୍ତୃତ ସମୟସୂଚୀ ବା Time Table ଯାଞ୍ଚ କରିପାରିବେ । ପରୀକ୍ଷାକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ବୋର୍ଡ ପକ୍ଷରୁ ସମସ୍ତ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ସ୍ୱଶାସିତ ନିୟମାବଳୀ ଓ ସୁରକ୍ଷା ନିର୍ଦ୍ଦେଶାବଳୀ ପାଳନ କରିବାକୁ କୁହାଯାଇଛି । ପରୀକ୍ଷାର୍ଥୀମାନଙ୍କୁ ସମୟ ପୂର୍ବରୁ ପରୀକ୍ଷା ହଲ୍‌ରେ ପହଞ୍ଚିବା ସହ ନିର୍ଦ୍ଧାରିତ ନିୟମ ଅନୁସାରେ ପରୀକ୍ଷାରେ ଅଂଶଗ୍ରହଣ କରିବାକୁ କାଉନ୍‌ସିଲ୍ ପରାମର୍ଶ ଦେଇଛି ।

  • CBSE ପରୀକ୍ଷା କେବେ ?
କିଛି ଦିନ ପୂର୍ବରୁ CBSE ପରୀକ୍ଷା ତାରିଖ ଘୋଷଣା ହୋଇଥିଲା । ଫେବ୍ରୁଆରୀ ୧୬ରୁ CBSE ଦଶମ ଓ ଦ୍ବାଦଶ ପରୀକ୍ଷା ହେବ । ଦଶମ ପରୀକ୍ଷା ଫେବ୍ରୁଆରୀ ୧୬ରୁ ମାର୍ଚ୍ଚ ୯ ଯାଏଁ ଚାଲିବାକୁ ଥିବାବେଳେ ଦ୍ବାଦଶ ପରୀକ୍ଷା ଫେବ୍ରୁଆରୀ ୧୬ରୁ ଏପ୍ରିଲ୍ ୯ ଯାଏଁ ଚାଲିବ । ଦଶମ ଓ ଦ୍ବାଦଶ ପରୀକ୍ଷା ସକାଳ ୧୦ଟା ୩୦ରୁ ଆରମ୍ଭ ହେବ । ଦଶମରେ ୮୩ଟି ବିଷୟରେ ପରୀକ୍ଷା ଦେବେ ପିଲା । ଦ୍ଵାଦଶରେ ୧୨୧ଟି ବିଷୟରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ ।

ପଢନ୍ତୁ ଏହି ଖବର: CBSE ୨୦୨୭ ବୋର୍ଡ ପରୀକ୍ଷାର ବଡ଼ ଘୋଷଣା, ୧୦୧ ଦିନ ପୂର୍ବରୁ ପ୍ରକାଶ ପାଇଲା ଡେଟ୍‌ସିଟ୍


ଏଠାରେ କହିରଖୁଛୁ କି, ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା (BSE Odisha) ଦ୍ୱାରା ୨୦୨୭ ମସିହାର ଦଶମ (HSC) ବୋର୍ଡ ପରୀକ୍ଷା ପାଇଁ ପୂର୍ଣ୍ଣାଙ୍ଗ ସମୟସୂଚୀ ଏପର୍ଯ୍ୟନ୍ତ ସରକାରୀ ଭାବରେ ପ୍ରକାଶିତ ହୋଇନାହିଁ । ଦଶମ ବୋର୍ଡ ପରୀକ୍ଷା ୨୦୨୭ ପାଇଁ ଅନଲାଇନ୍ ଫର୍ମ ପୂରଣ ପ୍ରକ୍ରିୟା ୨ ନଭେମ୍ବର ୨୦୨୬ରୁ ଆରମ୍ଭ ହୋଇଥିବାବେଳେ ଏହା ୨୧ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ଚାଲିବ। ଗତ ବର୍ଷଗୁଡ଼ିକର ଧାରା ଅନୁସାରେ ପରୀକ୍ଷା ୨୦୨୭ ମସିହା ଫେବୃଆରୀ ଓ ମାର୍ଚ୍ଚ ମାସ ମଧ୍ୟରେ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: