Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିବାଦୀୟ ଡାକ୍ତରଙ୍କ ବଦଳି ପାଇଁ ଦାବି

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ବିବାଦୀୟ ଡାକ୍ତରଙ୍କ ବଦଳି ପାଇଁ ଦାବି

ଅର୍ଗସ ବ୍ୟୁରୋ : ଗଜପତି ଜିଲ୍ଲା ର ଦ୍ଵିତୀୟ ବୃହତ୍ତମ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପୁନଃ ନିଯୁକ୍ତି ପାଇଥିବା ବିବାଦୀୟ ଡାକ୍ତର କିଶୋର ଚନ୍ଦ୍ର ବେହେରା ଙ୍କୁ ବଦଳି ଦାବି କରିଛନ୍ତି ସ୍ଥାନୀୟ ଜନ ପ୍ରତିନିଧି l ପୂର୍ବରୁ ଡାକ୍ତର କିଶୋର ଚନ୍ଦ୍ର ବେହେରା ଚନ୍ଦ୍ରଗିରି ମେଡିକାଲ ରେ ଭାରପ୍ରlପ୍ତ ଚିକିତ୍ସାଧିକାରୀ ଦାୟିତ୍ୱରେ ଥିଲେ l ତେବେ ସେ ସେତେବେଳ ରୋଗୀ ଓ ରୋଗୀଙ୍କ ସଂପର୍କୀୟ ଙ୍କୁ ଦୁର୍ବ୍ୟବହାର କରିବା ସହ ମେଡିକାଲ କର୍ମଚାରୀଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିଲେ l ରୋଗୀ ସେବାରେ ମଧ୍ୟ ଅବହେଳା କରୁଥିଲେ l ସେଥିପାଇଁ ସ୍ଥାନୀୟ ଜନପ୍ରତିନିଧି ତଥା ସରପଞ୍ଚ ସଂଘ ପକ୍ଷରୁ ତୁରନ୍ତ ତାଙ୍କୁ ବଦଳି କରିବାକୁ ବହୁବାର ଦାବି କରିବା ପରେ ୨୦୨୩ ଫେବୃୟାରୀ ମାସରେ ତାଙ୍କର ମୋହନା ମେଡିକାଲ କୁ ବଦଳି ହୋଇଥିଲା l ଏହାର ପ୍ରତିବାଦ ରେ ଡାକ୍ତର କିଶୋର ଚନ୍ଦ୍ର ବେହେରା ହାଇକୋର୍ଟ ରେ ପିଟିସନ ଦାଖଲ କରିଥିଲେ l

ଅଧିକ ପଢନ୍ତୁ ଓଡିଶା ଖବର

ହାଇକୋର୍ଟ ଙ୍କ ନିର୍ଦେଶ ଅନୁଯାୟୀ ତାଙ୍କୁ ପୁଣି ଥରେ ଚନ୍ଦ୍ରଗିରି ମେଡିକାଲ ର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଭାବେ ନିଯୁକ୍ତି ଦେଇଛି ସ୍ବାସ୍ଥ୍ୟ ବିଭାଗ l ଯାହାକୁ ନେଇ ତିବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସ୍ଥାନୀୟ ଜନ ପ୍ରତିନିଧି l ଜଣେ ବିବାଦୀୟ ଡାକ୍ତର ଙ୍କୁ ପୁଣି ଥରେ କାହିଁକି ଚନ୍ଦ୍ରଗିରି ମେଡିକାଲ ରେ ନିଯୁକ୍ତି ଦିଆଗଲା ବୋଲି ପ୍ରଶ୍ନ କରିବା ସହ  ତୁରନ୍ତ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବି କରିଛନ୍ତି ଜନ ପ୍ରତିନିଧି l ଏପରିକି ସମସ୍ତ କର୍ମଚାରୀ ମାନେ ମଧ୍ୟ ଏନେଇ ଉପରିସ୍ଥ ଅଧିକାରୀଙ୍କୁ ଅଭିଯୋଗ ମଧ୍ୟ କରିଛନ୍ତି । ତେବେ ବାରମ୍ବାର ସେହି ବିବାଦୀୟ ଡାକ୍ତରଙ୍କୁ କାହିଁକି ଏହି ଡାକ୍ତର ଖାନରେ ନିଯୁକ୍ତି ଦେଉଛନ୍ତି ତାହା ସାଧାରଣ ରେ ପ୍ରଶ୍ନ ସୃଷ୍ଟି କରୁଛି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Claims for replacement of controversial doctors | Argus News