Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କନ୍ଧମାଳ ଜିଲ୍ଲାରେ ପୁଣି ଲଜ୍ଜା, ଗର୍ଭବତୀ ହେଲେ ନବମ ଶ୍ରେଣୀ ଛାତ୍ରୀ

Odisha

କନ୍ଧମାଳ ଜିଲ୍ଲାରେ ପୁଣି ଲଜ୍ଜା, ଗର୍ଭବତୀ ହେଲେ ନବମ ଶ୍ରେଣୀ ଛାତ୍ରୀ

Jitendra Dash
Browse all articles by Jitendra Dash
·2 years ago·2 min read
କନ୍ଧମାଳ ଜିଲ୍ଲାରେ ପୁଣି ଲଜ୍ଜା, ଗର୍ଭବତୀ ହେଲେ ନବମ ଶ୍ରେଣୀ ଛାତ୍ରୀ

ଅର୍ଗସ ବ୍ୟୁରୋ : କନ୍ଧମାଳ ଜିଲ୍ଲାରେ ପୁଣି ଲଜ୍ଜାଜନକ ଘଟଣା । ନବମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀ ହେଲେ ୫ ମାସର ଗର୍ଭବତୀ । ଏପରି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାରେ । ସୁଚନା ଅନୁସାରେ କନ୍ଧମାଳ ଜିଲ୍ଲାର ଏକ ଆଶ୍ରମ ବିଦ୍ୟାଳୟରେ ନବମ ଶ୍ରେଣୀରେ ପାଠ ପଢୁଥିଲେ ଛାତ୍ରୀ ଜଣକ । ବିଦ୍ୟାଳୟର ଛାତ୍ରୀନିବାସରେ ରହୁଥିବା ସମୟରେ ଛାତ୍ରୀ ଜଣକ ଅସୁସ୍ଥତା ଅନୁଭବ କରିଥିଲେ । ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସମୟରେ ସେ ଗର୍ଭବତୀ ଥିବା ଜଣାପଡିଥିଲା । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଗତ ୨୫ ତାରିଖରେ ବିଦ୍ୟାଳୟ କର୍ତ୍ତୃପକ୍ଷ ତାଙ୍କୁ ଅଧିକ ପରୀକ୍ଷା ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରିଦେଇଥିଲେ । ବ୍ରହ୍ମପୁର ବଡ ମେଡିକାଲରେ ସବିଶେଷ ପରୀକ୍ଷା ପରେ ନାବାଳିକା ଛାତ୍ରୀ ଜଣକ ପାଞ୍ଚ ମାସର ଗର୍ଭବତୀ ଥିବା ଜଣାପଡିଥିଲା । ଏହାପରେ ଗତ ୨୫ ତାରିଖ ଦିନ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ଦାସ ଏ ନେଇ ସଦର ଥାନାରେ ଏତାଲା ଦେଇଥିଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପୋଲିସ ନାବାଳିକାଙ୍କୁ ପଚରାଉଚରା କରିବା ପରେ ଏହି ଘଟଣା ପଛରେ ଜନୈକ ସ୍ଥାନୀୟ ଯୁବକଙ୍କ ହାତ ଥିବା ପୀଡିତା ନାବାଳିକା ପ୍ରକାଶ କରିଥିଲେ । ପୋଲିସ ଏ ନେଇ ୧୯୧/୨୩ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପୀଡିତା ନାବାଳିକା ଛାତ୍ରୀଙ୍କୁ ଜିଲ୍ଲା ଶିଶୁ କଲ୍ୟାଣ ସମିତିରେ କାଉନସେଲିଂ କରାଯିବା ପରେ ସ୍ଥାନୀୟ ସଖୀ ୱାନ ଷ୍ଟପ ସେଣ୍ଟରରେ ରଖାଯାଇଛି । ଅପରପକ୍ଷରେ, ଅଭିଯୁକ୍ତ ଯୁବକ ଜଣକ ଫେରାର ହୋଇ ଯାଇଥିବା ତଦନ୍ତକାରୀ ଅଧିକାରୀ ସମ୍ବିତ ବେହେରା ପ୍ରକାଶ କରିଛନ୍ତି । 

ଅନ୍ୟ ପକ୍ଷରେ ଏଭଳି ଘଟଣା ଜନଜାତି ବିଭାଗ ପରିଚାଳିତ ବିଦ୍ୟାଳୟ ମାନଙ୍କରେ ଅନ୍ତେବାସିନୀ ମାନଙ୍କ ସୁରକ୍ଷାକୁ ନେଇ ପୁଣିଥରେ ପ୍ରଶ୍ନବାଚି ସୃଷ୍ଟି କରିଛି । ଜିଲ୍ଲା ମଙ୍ଗଳ ଅଧିକାରୀ ରବୀନ୍ଦ୍ର ନାଥ ମିଶ୍ର ଏ ସମ୍ପର୍କରେ ପଚାରିବାରୁ ଘଟଣାର ତଦନ୍ତ ଚାଲିଥିବା ଏବଂ ଯଦି ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏଥିରେ କୌଣସି ଦୋଷ ତ୍ରୁଟି ପରିଲିକ୍ଷିତ ହୁଏ  ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି  l 

Sponsored
Class-IX student 5 months pregnant | Argus News