ଭୁବନେଶ୍ବରରେ ଖୋଲିଲା କ୍ଳବ୍ ସାଇନ୍ ଏକ୍ସ , ଉନ୍ମୋଚନ କଲେ ଜରିନ୍

ଭୁବନେଶ୍ବର : ଦିନକୁ ଦିନ ମଣିଷର ଜୀବନ ବ୍ୟସ୍ତ ବହୁଳ ହେବାରେ ଲାଗିଛି । କର୍ମଜଂଜାଳରେ ମାତି ରହୁଛି ମଣିଷ। ରହୁଛି ଭାରାକ୍ରାନ୍ତ , ରହୁଛି ଚାପଗ୍ରସ୍ତ। ମନକୁ ଟିକିଏ ହାଲକା କରିବା ପାଇଁ ଦିନରେ ଫୁରସତ ନାହିଁ। ତେବେ ରାଜଧାନୀବାସୀଙ୍କ ପାଇଁ ଖୁସି ଖବର। ଭୁବେଶ୍ବରରେ ଖୋଲିଲା କ୍ଳବ୍ ସାଇନ୍ ଏକ୍ସ । ଏହି ଉନ୍ମୋଚନ ଉତ୍ସବର ମୁଖ୍ୟ ଆକର୍ଷଣ ଥିଲେ ବଲିଉଡ ଅଭିନେତ୍ରୀ ଜରିନ ଖାନ୍। କ୍ଳବ୍ ସାଇନ୍ ଏକ୍ସର ଉନ୍ମୋଚନ ସହ ହୋଟେଲ ଲାଇଫ୍ରେ ଅନୁଷ୍ଠିତ ପ୍ରେସମିଟରେ ଯୋଗ ଦେଇ ସାମ୍ବାଦିକଙ୍କ ବିଭିନ୍ନ ପ୍ରଶ୍ନର ସେ ଉତ୍ତର ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଥିଲେ କ୍ଳବ୍ ସାଇନ୍ ଏକ୍ସ୍ ର ସତ୍ଵାଧିକାରୀ ସନ୍ତୋଷ ପାତ୍ର ଓ ବଣ୍ଟି, ବ୍ରାଣ୍ଡ ଆମ୍ବାସାଡର ଶୀତଲ ପାତ୍ର ଏବଂ ଅଶ୍ୱିନ । ଓଡ଼ିଆ ଫିଲ୍ମରେ ଅଭିନୟ କରିବାକୁ ଜରିନ୍ ରାଜି ହୋଇଥିଲେ ଆଉ ତାଙ୍କୁ ଏହି ଅଫର ଦେଇଥିଲେ ପ୍ରଯୋଜକ ରମେଶ ବାରିକ ।
ଅଧିକ ପଢନ୍ତୁ ଓଡିଶା ଖବର
ଶହୀଦ ନଗରରେ ଥିବା ଏହି କ୍ଲବ୍ ଦିନ ୧୨ଟାରୁ ରାତି ୧୨ଟା ଯାଏ ଏହା ଖୋଲା ରହିବ। ଏଠି ଡିଜେ ସହିତ ନାଚ ଗୀତ ଓ ମସ୍ତିର ଆନନ୍ଦ ଉଠାଇ ପାରିବେ ଗ୍ରାହକ। କେବଳ ସେତିକି ନୁହେଁ, ସିଫୁଡ୍, କଣ୍ଟିନେଟାଲ ଓ ସାଉଥ୍ ଇଣ୍ଡିଆନ ଖାଦ୍ୟର ମଧ୍ୟ ସ୍ବାଦ ନେଇପାରିବେ। ଜନ୍ମଦିନ ହେଉ କି ବିବାହ ବାର୍ଷିକୀ ଅବା ଅନ୍ୟ କିଛି ଅବସର ଯେ କେହି ଏଠାକୁ ଆସିପାରିବେ ଓ ଏହାର ଆନନ୍ଦ ନେଇ ପାରିବେ। ପାରିବାରିକ ଉତ୍ସବ ପାଇଁ ଏହାଠୁ ସୁରକ୍ଷିତ ସ୍ଥାନ ଆଉ କିଛି ବି ହୋଇ ନପାରେ ବୋଲି କହିଛନ୍ତି କ୍ଳବ୍ ର ସତ୍ୱାଧିକାରୀ ସନ୍ତୋଷ ପାତ୍ର । କାର୍ଯ୍ୟକ୍ରମ ର ପରିଚାଳନା ଆର ଆର ଇଭେନ୍ଟସ୍ କରିଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ଉପସ୍ଥାପିକା ଶୋଭନା।
