Videos
|
Odisha

CM Kisan Money Today / ଚାଷୀଙ୍କ ପାଇଁ ଖୁସି ଖବର; CM କିଷାନ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

Debashree Debasmita Sahoo
Browse all articles by Debashree Debasmita Sahoo
·2 weeks ago·2 min read
ଚାଷୀଙ୍କ ପାଇଁ ଖୁସି ଖବର; CM କିଷାନ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
CM Kisan Money Today

Key Points

ରାଜ୍ୟର ଲକ୍ଷ ଲକ୍ଷ ଚାଷୀଙ୍କ ପାଇଁ ଖୁସି ଖବର
CM କିଷାନ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵରରେ ଆୟୋଜିତ ହେଉଛି ସ୍ଵତନ୍ତ୍ର କାର୍ଯ୍ୟକ୍ରମ
  
ଭୁବନେଶ୍ଵର: ରାଜ୍ୟର ଚାଷୀଙ୍କ ପାଇଁ ଖୁସି ଖବର । ରାଜ୍ୟ ସରକାରଙ୍କ ପକ୍ଷରୁ ବହୁପ୍ରତୀକ୍ଷିତ ମୁଖ୍ୟମନ୍ତ୍ରୀ କିଷାନ ଯୋଜନାର ପଞ୍ଚମ କିସ୍ତି ଟଙ୍କା ପ୍ରଦାନ କରାଯାଇଛି ।ଚାଷୀଙ୍କ ଖାତାକୁ ଗଲା ୨୦୦୦ ଟଙ୍କା ।  ଭୁବନେଶ୍ୱରର ଓୟୁଏଟି କୃଷି ଶିକ୍ଷା ସଦନରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନିଜେ ଏହି ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି । ଏହି କିସ୍ତି ଜରିଆରେ ରାଜ୍ୟର କ୍ଷୁଦ୍ର, ନାମମାତ୍ର, ବିଶେଷ ଭାବେ ଅନୁନ୍ନତ ଜନଜାତି ସମୂହ ଓ ଭୂମିହୀନ ପ୍ରାୟ ୪୧ ଲକ୍ଷରୁ ଊର୍ଦ୍ଧ୍ୱ କୃଷକ ପରିବାର ପ୍ରତ୍ୟକ୍ଷ ଭାବେ ଉପକୃତ ହେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

  • ୮୩୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ପଠାଯିବ
ସରକାରଙ୍କ ପକ୍ଷରୁ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର ଅର୍ଥାତ DBT ମାଧ୍ୟମରେ ୮୩୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ପଠାଯାଇଛି । ବର୍ତ୍ତମାନ ସମୟରେ ଚାଷ କାର୍ଯ୍ୟ ପାଇଁ ଆବଶ୍ୟକୀୟ ବିହନ, ସାର ଓ ଅନ୍ୟାନ୍ୟ କୃଷି ଉପକରଣ କିଣିବାରେ ଏହି ଆର୍ଥିକ ସହାୟତା ଚାଷୀମାନଙ୍କୁ ବିଶେଷ ଭାବରେ ସାହାଯ୍ୟ କରିବ । ସରକାରଙ୍କ ଏହି ଯୋଜନା ଦ୍ୱାରା କ୍ଷୁଦ୍ର, ନାମମାତ୍ର ଓ ଭାଗଚାଷୀଙ୍କ ସମେତ ଭୂମିହୀନ କୃଷି ପରିବାର ମଧ୍ୟ ଲାଭବାନ ହେବେ ବୋଲି କୁହାଯାଉଛି । ରାଜ୍ୟ ସରକାର ବର୍ଷକୁ ଦୁଇଟି କିସ୍ତିରେ ଚାଷୀଙ୍କ ଖାତାକୁ ୪ ହଜାର ଟଙ୍କା ପଠାଉଛନ୍ତି । 

  • ବିଭିନ୍ନ ଜିଲ୍ଲାରେ ସିଏମ କିଷାନ ସହାୟତା ବଣ୍ଟନ
ଆଜି ଚାଷୀମାନଙ୍କୁ ସିଏମ କିଷାନ ସହାୟତା ବଣ୍ଟନ ପାଇଁ ବିଭିନ୍ନ ଜିଲ୍ଲାରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ରହିଛି । ଖୋର୍ଦ୍ଧା ଜିଲ୍ଲାରେ ଆୟୋଜିତ ସିଏମ କିଷାନ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ କାର୍ଯ୍ୟକ୍ରମରେ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଉପସ୍ଥିତ ରହିଛନ୍ତି । ସେହିପରି ଢେଙ୍କାନାଳରେ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, କଳାହାଣ୍ଡିରେ ସ୍ଵାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, କଟକରେ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର, କେନ୍ଦୁଝରରେ ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ଭଦ୍ରକରେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଯାଜପୁରରେ ସମବାୟ, ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ପୁରୀରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲିକ, ଜଗତସିଂହପୁରରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ ଉପସ୍ଥିତ ଅଛନ୍ତି ।


ପଢନ୍ତୁ ଏହି ଖବର: ଚାଷୀଙ୍କ ପାଇଁ ଖୁସି ଖବର,ଆଧାରକାର୍ଡ ଭଳି ଏଣିକି ଚାଷୀଙ୍କୁ ମିଳିବ ସ୍ୱତନ୍ତ୍ର ପରିଚୟ ପତ୍ର

ସୂଚନା ଥାଉ କି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ସିଏମ-କିଷାନ ଯୋଜନାର ପ୍ରଥମ କିସ୍ତିରେ ପ୍ରାୟ ୪୬ ଲକ୍ଷ ଚାଷୀଙ୍କୁ ୯୨୫ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଥିଲା । ଗରିବ ଓ ଚାଷୀଙ୍କ ମୁହଁରେ ହସ ଫୁଟାଇବା ସହ ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ତିଆରି କରିବାକୁ ମୋଦୀ ସରକାରଙ୍କ ପ୍ରତିବଦ୍ଧତା ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
CM Kisan Yojana: Odisha Govt Transfers ₹833 Crore to Over 41 Lakh Farmers | Argus News