Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି ଗଞ୍ଜାମ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Jitendra Dash
Browse all articles by Jitendra Dash
·2 years ago
ଆଜି ଗଞ୍ଜାମ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଅର୍ଗସ ବ୍ୟୁରୋ : ଆଜି ଗଞ୍ଜାମ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନିଜସ୍ବ ନିର୍ବାଚନ ମଣ୍ଡଳି ହିଞ୍ଜିଳିକାଟୁର ଶେରଗଡ଼ରେ ପହଞ୍ଚିବେ । ୧୦ଟା ୩୦ ହିଞ୍ଜିଳି ଓ ପୂର୍ବାହ୍ନ ୧୧.୧୫ରେ ଶେରଗଡ଼ରେ ପହଞ୍ଚିବେ ନବୀନ । ହିଞ୍ଜିଳିରେ ଆୟୋଜିତ ଏକ ଜନସଭାରେ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରିବେ । 

ଅଧିକ ପଢନ୍ତୁ ଓଡିଶା ଖବର

ସାଢ଼େ ୧୧ଟାରେ ଶେରଗଡ଼ରେ ବି ସେ ଉଦବୋଧନ ଦେବେ । ଆସନ୍ତା ୩୦ ତାରିଖରେ ହିଞ୍ଜିଳି ବିଧାନସଭା ଆସନ ଲାଗି  ମୁଖ୍ୟମନ୍ତ୍ରୀ ନିଜର ପ୍ରାର୍ଥିପତ୍ର ଦାଖଲ କରିବେ । ସେହିଦିନ ସେ ତାରାତାରିଣୀ ଦର୍ଶନ କରିବେ ଏବଂ ପ୍ରାର୍ଥିପତ୍ର ଦାଖଲ ପରେ ଚିକିଟିରେ ଏକ ସମାବେଶକୁ ସମ୍ବୋଧିତ କରିବେ ନେଇ ସୂଚନା ମିଳିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
CM Naveen Patnaik To Launch Election Campaign In Hinjili On today | Argus News