ଲସି ଓ ସର୍ବତ ଦୋକାନରେ ସିଏମସି ସ୍ବାସ୍ଥ୍ୟ ବିଭାଗର ଚଢାଉ

ଅର୍ଗସ ବ୍ୟୁରୋ : ଖରା ବଢୁଥିବାବେଳେ ଜଳୀୟ ଅଂଶ କମିଯାଉଛି । ଏଥିପାଇଁ ବିଭିନ୍ନ ସର୍ବତ ଓ ଲସି ଦୋକାନରେ ଲୋକଙ୍କ ଭିଡ ଜମୁଛି । ହେଲେ ଦୋକାନ ଗୁଡ଼ିକରେ ବ୍ୟବହାର ହେଉଥିବା ଗ୍ଲାସ୍ ପରିଷ୍କାର ଅଛି କି ନାହିଁ, ସର୍ବତରେ ବ୍ୟବହୃତ ଏସେନ୍ସର ମାନ ଠିକ୍ ଅଛି କି ନାହିଁ । ଏହା ଖାଦ୍ୟ ଉପଯୋଗୀ କି ନାହିଁ । ଏସବୁର ଯାଞ୍ଚ ପାଇଁ ବିଭିନ୍ନ ଲସି ଓ ସର୍ବତ ଦୋକାନରେ ଚଢାଉ କରୁଛି କଟକ ମହାନଗର ନିଗମର ସ୍ବାସ୍ଥ୍ୟ ବିଭାଗ । ଦହି, ରାବିଡି, ବରଫ, ରଙ୍ଗ ଆଦିର ଯାଞ୍ଚ କରାଯାଉଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
କାହିଁକି ନା ଲୋକମାନେ ଲସି ଦୋକାନରେ ବ୍ୟବହୃତ ସାମଗ୍ରୀ ଗୁଡିକା ଚେକ୍ କରିନଥାନ୍ତି । କେବଳ ସ୍ବାଦକୁ ନେଇ ଲସି ଦୋକାନରେ ଭିଡ ଜମାଇଥାନ୍ତି । ତେବେ ନିୟମ ଉଲଂଘନ କରୁଥିବା ବ୍ୟବସାୟୀଙ୍କଠୁ ଜୋରିମାନା ସହ ଦୋକାନ ସିଲ୍ ପାଇଁ ସିଏମସିର ସ୍ବାସ୍ଥ୍ୟ ଅଧିକାରୀ ଚେତାବନୀ ଦେଇଛନ୍ତି । ଲସିକୁ ସ୍ବାଦ ଯୁକ୍ତ କରିବା ନିମନ୍ତେ ସହରରେ ବ୍ୟବସାୟୀ ମାନେ ବିଭିନ୍ନ ପ୍ରକାର ଏସେନ୍ସର ବ୍ୟବହାର କରିଥାନ୍ତି । କିନ୍ତୁ ତାହା ଖାଦ୍ୟ ଉପଯୋଗୀ କି ନୁହେଁ ସେମାନେ ଜାଣିପାରନ୍ତି ନାହିଁ ।
📱 Get Argus News App
✨ଏହାକୁ କେତେ ପରିମାଣର ବ୍ୟବହାର କରିବେ ବା କିଭଳି ଏହାକୁ ବ୍ୟବହାର କରିବେ । ଏହାକୁ ନ ବୁଝି ବ୍ୟବହାର କରିବା ଦ୍ବାରା ଏହା ସିଧାସଳଖ ଶରୀରର ଲିଭର ଉପରକୁ ପ୍ରଭାବ ପକେଇଥାଏ । ଦୋକାନୀଙ୍କ ଉପରେ ଚଢ଼ାଉ ପରେ ସେମାନଙ୍କୁ ଏନେଇ ସତର୍କ କରାଯାଇଛି । ସଜାଗ ଓ ସଚେତନ ପରେ ବି ଯେଉଁମାନେ ନିୟମ ଭାଙ୍ଗିବେ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କହିଛି ସିଏମସି ସ୍ବାସ୍ଥ୍ୟ ବିଭାଗ ।
