Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ସରକାରୀ ମିଟିଂ ନାଁରେ ପାର୍ଟି ମିଟିଂ କରୁଛନ୍ତି ମେୟର

Odisha

ସରକାରୀ ମିଟିଂ ନାଁରେ ପାର୍ଟି ମିଟିଂ କରୁଛନ୍ତି ମେୟର

Jitendra Dash
Browse all articles by Jitendra Dash
·2 years ago·1 min read
ସରକାରୀ ମିଟିଂ ନାଁରେ ପାର୍ଟି ମିଟିଂ କରୁଛନ୍ତି ମେୟର

ଅର୍ଗସ ବ୍ୟୁରୋ : ପୁଣି ବିବାଦ ଘେରକୁ ଆସିଛନ୍ତି ସିଏମସି ମେୟର ସୁବାସ ସିଂ । ସରକାରୀ ମିଟିଂ ନାଁରେ ପାର୍ଟି ମିଟିଂ କରୁଛନ୍ତି ମେୟର । ପିଆର ଟିମ୍ ଲଗାଇ କରୁଛନ୍ତି ମିଛ ପ୍ରଚାର । ବିରୋଧୀ ଦଳ କର୍ପୋରେଟରଙ୍କୁ ନିମନ୍ତ୍ରଣ ନକରି ନିଜ ସରକାରୀ ଅଭିଯୋଗ ପ୍ରକୋଷ୍ଠରେ ଏପରି କାର୍ଯ୍ୟ କରୁଛନ୍ତି ସିଏମସି ମେୟର ସୁବାସ ସିଂ । କିଛି ଦିନ ତଳେ ନିଜ ସରକାରୀ ବାସ ଭବନରେ ଥିବା ଅଭିଯୋଗ ପ୍ରକୋଷ୍ଠରେ ୧୫ ନମ୍ୱର ୱାର୍ଡର କିଛି ମହିଳା, ଏସଏଚଜି ମହିଳା, ଯୁବବର୍ଗଙ୍କୁ ନେଇ ଏକ ବୈଠକ କରିଥିଲେ ମେୟର । 

ୱାର୍ଡର ସମସ୍ୟା ସମ୍ପର୍କରେ ଆଲୋଚନା ପାଇଁ ଏହି ବୈଠକ ଡାକିଥିଲେ ବୋଲି ବିଭିନ୍ନ ଖବର କାଗଜରେ ଖବର ପ୍ରକାଶ ପାଇଥିଲା । ହେଲେ ଏଥିରେ ସେହି ୱାର୍ଡ କର୍ପୋରେଟରଙ୍କୁ ଡାକି ନଥିଲେ ମେୟର । ସରକାରୀ କାର୍ଯ୍ୟକ୍ରମ ନାଁରେ ମେୟର ଦଳୀୟ ବୈଠକ ଡାକିଥିଲେ ବୋଲି କଡା ସମାଲୋଚନା କରିଛନ୍ତି ୧୫ ନମ୍ବର ୱାର୍ଡ କର୍ପୋରେଟର ଲିଜାରାଣୀ ରାଉତ। । ହେଲେ କେବଳ ବିଜେଡି ୱାର୍ଡ କର୍ପୋରେଟରଙ୍କୁ ଏହି ବୈଠକରେ ଡାକରା ହେଉଥିବା ବେଳେ ବିରୋଧୀ ଦଳ କର୍ପୋରେଟରଙ୍କୁ ଡାକୁ ନାହାଁନ୍ତି ମେୟର । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ବିରୋଧୀଙ୍କ ଏଥିରେ ସାର୍ଟିଫିକେଟର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି ମେୟର ସୁବାସ ସିଂ । ବିରୋଧୀ ଦଳ କର୍ପୋରେଟରଙ୍କ ସହ ବିନା ଆଲୋଚନାରେ ଅନେକ ପ୍ରସ୍ତାବ ସିଏମସି କାଉନସିଲରେ ପାରିତ କରି ବିବାଦ ଘେରକୁ ଆସିବା ପରେ ଏବେ ନିଜ ଅଭିଯୋଗ ପ୍ରକୋଷ୍ଠରେ ଏଭଳି ବୈଠକ କରି ପୁଣି ବିବାଦ ଘେରକୁ ଆସିଛନ୍ତି ମେୟର ସୁବାସ ସିଂ ।

Painting
Sponsored
CMC Mayor Subas Singh has come to the controversy again | Argus News