Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜେଲ ଭିତରେ ପ୍ଲାନିଂ, ଜେଲରୁ ବାହାରିବା ପରେ କରୁଥିଲେ ଅପରେସନ

Jitendra Dash
Browse all articles by Jitendra Dash
·2 years ago·2 min read
ଜେଲ ଭିତରେ ପ୍ଲାନିଂ, ଜେଲରୁ ବାହାରିବା ପରେ କରୁଥିଲେ ଅପରେସନ

ଅର୍ଗସ ବ୍ୟୁରୋ : ପୋଲିସ କବଜାରେ ବିଟୁ କାଜଲ ଗ୍ୟାଙ୍ଗ । ଜେଲ ଭିତରେ କରୁଥିଲେ ପ୍ରପର ପ୍ଲାନିଂ । ଜେଲରୁ ବାହାରିବା ପରେ କରୁଥିଲେ ଅପରେସନ । ସେମାନଙ୍କଠାରୁ ୧ କେଜି ସୁନାଗହଣା, ୧ କେଜି ୩୦୦ ଗ୍ରାମ ରୁପା ଅଳଙ୍କାର ଓ ନଗଦ ୩ ଲକ୍ଷ ୨୫ ହାଜର ଟଙ୍କା ଜବତ କରାଯାଇଛି । ଶୁଭ୍ରକାନ୍ତ ବେହେରା, ଓରଫ-କାଜଲ, ଡକାୟତି ସହ ଚେନ ସ୍ନାଚିଂରେ ଧୁରନ୍ଧର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର ଓ ଭୁବନେଶ୍ୱରରେ ରହିଛି ୩୧ ମାମଲା । ବିଶ୍ୱଜିତ ଦାସ ଓରଫ ବିଟୁ, କାଜଲର ମୁଖ୍ୟ ସହଯୋଗୀ ଥିଲା, ଏକାଠି ଜେଲରେ ବି ରହୁଥିଲା, ୟା ନାରେ ବି ରହିଛି ଭୁବନେଶ୍ୱର ସହ ବିଭିନ୍ନ ଜିଲ୍ଲାରେ ୩୧ ମାମାଲା ।

ମଧୁସୂଦନ ମହାନ୍ତି ଓରଫ ମଧୁ, ପେସାଦାର ଅପରାଧୀ, ଡକାୟତି ବେଳେ ଲୋକଙ୍କୁ ଧାରୁଆ ଅସ୍ତ୍ରରେ କରୁଥିଲା ଆକ୍ରମଣ, ଜଗତସିଂହପୁରରେ ଏକ ହତ୍ୟା ମାମଲାରେ ଅଭିଯୁକ୍ତ ହୋଇଥିବା ବେଳେ ତାମିଲନାଡୁରେ ବି ରହିଛି ହତ୍ୟା ଉଦ୍ୟମ ଭଳି ମାମଲା । ରାଜଧାନୀର ବିଭିନ୍ନ ଆପାର୍ଟମେଣ୍ଟ ଓ ଘରେ ପଶି ଲୁଟ କରୁଥିବା ଏହି ବଡ଼ ଗ୍ୟାଙ୍ଗର ପର୍ଦାଫାଶ କରିଛି କମିଶନରେଟ ପୋଲିସ । ୩ ଡକାୟତ ବିଟୁ, କାଜଲ ଓ ମଧୁ ସହ ଜଣେ ରିସିଭରକୁ ଗିରଫ କରିଛି ସ୍ପେଶାଲ ସ୍କୁଆଡ଼ । ଅଭିଯୁକ୍ତ ମାନଙ୍କ ପାଖରୁ ୧ କିଲୋ ସୁନା, ୧୩୦୦ଗ୍ରାମ ରୁପା ଗହଣା ଓ ୩ ଲକ୍ଷ ଟଙ୍କା ଜବତ ହୋଇଛି । 

ଗତ ୩୦ ତାରିଖରେ କାନନ୍ ବିହାରର ଏକ ଘରୁ କରିଥିଲେ ଲୁଟ୍ । ଏହି ମାମଲାର ତଦନ୍ତ କରି ଗତ ଦୁଇମାସରେ ଭୁବନେଶ୍ୱର, ପୁରୀ, ଭଦ୍ରକ, ନୟାଗଡ଼, ଯାଜପୁରରେ ଡକାୟତି କରିଥିବା ଜାଣିପାରିଛି ପୋଲିସ । ବଡ଼ କଥା ହେଲା ପୁରୀ ବଳଙ୍ଗାରେ ଡାକ୍ତର ଦମ୍ପତିକୁ ବାନ୍ଧି ଡକାୟତି କରିଥିଲା ଏହି ଗ୍ୟାଙ୍ଗ । ବିଭିନ୍ନ ଅଂଚଳରେ ଲୋକାଲ ଇନ୍ଫମର ରଖିଥିଲେ, ମୋବାଇଲ ରେ ଯୋଗାଯୋଗ କରୁଥିଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର

ବିଳମ୍ବିତ ରାତି, ସନ୍ଧ୍ୟା ଓ ଦିନ ଦ୍ବିପହରରେ ରେକି କରି ମାରଣାସ୍ତ୍ର ସହ ଘରେ ପଶୁଥିଲେ। ଘରେ ଥିବା ଲୋକଙ୍କୁ ବନ୍ଦୀ କରି ଲୁଟ କରୁଥିଲେ। କିଏ ବାଧା ଦେଲେ ଆକ୍ରମଣ କରୁଥିଲେ। ଆଉ ଚୋରୀ ପରେ ବାଇକରେ ଚମ୍ପଟ ମାରୁଥିଲେ । ଲୁଟ ସୁନା ଗହଣାକୁ ଜଣେ ବଣିଆକୁ ବିକ୍ରି କରିବା ପରେ ନିଜ ନିଜ ଭିତରେ ଟଙ୍କା ଭାଗବଣ୍ଟା କରୁଥିଲେ । ୨୦୨୩ ଜୁନରେ ଏହି ଗ୍ରୁପର ବିଟୁ ଆଉ କାଜଲକୁ ଗିରଫ କରିଥିଲା କମିଶନରେଟ ପୋଲିସ । ଏହି ସମୟରେ ମଧୁ ତାମିଲନାଡୁରେ ଆତ୍ମଗୋପନ କରିଥିଲା । ପରେ ବିଟୁ କାଜଲ ଜାମିନରେ ଆସିବା ପରେ ମଧୁ ଓଡିଶା ଆସିଥିଲା ଓ ତିନିଜଣ ମିଶି ପୁଣି ଗ୍ୟାଙ୍ଗ ଅପରେଟ କରିଥିଲେ । ତେବେ ଅଧିକ ତଦନ୍ତ ପାଇଁ ସମସ୍ତଙ୍କୁ ରିମାଣ୍ଡରେ ଆଣିବ ପୋଲିସ । 
 

Sponsored
Commissionerate Police arrests 3 members of Interstate dacoity gang in Bhubaneswar | Argus News