Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଲାଞ୍ଚଖୋର ପୋଲିସ କର୍ମଚାରୀଙ୍କୁ CPଙ୍କ କଡ଼ା ଚେତାବନୀ, ଲାଞ୍ଚ ନେଲେ ଚାକିରିରୁ ହେବେ ବହିସ୍କୃତ

Odisha

Bhubaneswar Police Bribery / ଲାଞ୍ଚଖୋର ପୋଲିସ କର୍ମଚାରୀଙ୍କୁ CPଙ୍କ କଡ଼ା ଚେତାବନୀ, ଲାଞ୍ଚ ନେଲେ ଚାକିରିରୁ ହେବେ ବହିସ୍କୃତ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·1 min read
ଲାଞ୍ଚଖୋର ପୋଲିସ କର୍ମଚାରୀଙ୍କୁ CPଙ୍କ କଡ଼ା ଚେତାବନୀ, ଲାଞ୍ଚ ନେଲେ ଚାକିରିରୁ ହେବେ ବହିସ୍କୃତ
Commissionerate Police

Key Points

ଲାଞ୍ଚ ନେଲେ ଚାକିରୀରୁ ଆଉଟ୍‌
ମଞ୍ଚେଶ୍ୱର ଥାନା ASI ଓ ହୋମଗାର୍ଡ ଗିରଫ
ASI ରାଜେଶ କୁଲୁ ଚାକିରିରୁ ବହିଷ୍କୃତ
କମିସନରେଟ ପୋଲିସରେ ମାଲ୍ ପ୍ରାକ୍ଟିସ୍ ପାଇଁ ଜାଗା ନାହିଁ । ଲାଞ୍ଚ ନେଲେ ସିଧା ଚାକିରିରୁ ବହିଷ୍କାର । ଲାଞ୍ଚଖୋର ପୋଲିସ କର୍ମଚାରୀଙ୍କୁ ପୋଲିସ କମିଶନରଙ୍କ କଡ଼ା ଚେତାବନୀ । ଚାକିରୀ ଛାଡ଼ନ୍ତୁ, ନଚେତ କମିସନରେଟ ପୋଲିସରୁ ବିଦାୟ ନିଅନ୍ତୁ । ଭୁବନେଶ୍ୱର ମଞ୍ଚେଶ୍ୱର ଥାନାରେ ମୋବାଇଲ୍ ଛାଡ଼ିବା ନାଁରେ ୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ASI ରାଜେଶ କୁଲୁ ଏବଂ ହୋମଗାର୍ଡ ଜ୍ୟୋତି ରଞ୍ଜନ ବେହେରା ।

ଅଧିକ ପଢ଼ନ୍ତୁ: ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ ମହାମହିମ


ବୁଧବାର ରାତିରେ ଲାଞ୍ଚ ନେଉଥିବା ସମୟରେ ଧରା ପଡିଥିଲେ ଏଏସଆଇ ରାଜେଶ କୁଲୁ ଓ ହୋମଗାର୍ଡ ଜ୍ୟୋତି ରଞ୍ଜନ ବେହେରା । ମୋବାଇଲ ଛାଡିବା ନାଁରେ ଏଏସଆଇ ଜଣକ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ମାଡ଼ି ବସିଥିଲା ଭିଜିଲାନ୍ସ । ସେମାନଙ୍କଠାରୁ ୨୦ ହଜାର ଟଙ୍କା ଜବତ କରାଯାଇଛି । ମାମଲାରେ ASI ରାଜେଶ କୁଲୁ ଚାକିରିରୁ ବହିଷ୍କୃତ କରାଯାଇଛି । ତେବେ ଆଉ ଜଣେ ହୋମଗାର୍ଡ ଅବଦୁଲ ସର୍ପରାଜ ଖାନ ଏବେ ବି ଫେରାର ଅଛନ୍ତି । ତାଙ୍କୁ ଧରିବା ପାଇଁ ବିଭିନ୍ନ ଜାଗାରେ ରେଡ୍‌ କରୁଛି ଭିଜିଲାନ୍ସ ।

ଲାଞ୍ଚ ନେଲେ ଚାକିରୀରୁ ବହିସ୍କୃତ ହେବେ । କମିସନରେଟ୍‌ ପୋଲିସରେ ମାଲ୍‌ ପ୍ରାକ୍ଟିସ ପାଇଁ ଜାଗା ନାହିଁ । ଲାଞ୍ଚଖୋର ପୋଲିସଙ୍କୁ ପୋଲିସ୍‌ କମିଶନର ସୁରେଶ ଦେବଦତ୍ତ ସିଂ କଡ଼ା ଚେତାବନୀ ଦେଇଛନ୍ତି । ଚାକିରୀ ଛାଡ଼ନ୍ତୁ ନଚେତ କମିସନରେଟ ପୋଲିସରୁ ବିଦାୟ ନିଅନ୍ତୁ । ଲାଞ୍ଚ ନେଲେ କି ଦୁର୍ନୀତି କଲେ ସରକାର ଶୂନ୍ୟ ସହନଶୀଳତା ନୀତି ଆପଣାଉଛନ୍ତି ବୋଲି ପୋଲିସ୍ କମିଶନର କହିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored