Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଲୁଟେରାଙ୍କୁ ଧରିବାକୁ କମିଶନରେଟ ପୋଲିସର ମାଷ୍ଟର ପ୍ଲାନ

Odisha

ଲୁଟେରାଙ୍କୁ ଧରିବାକୁ କମିଶନରେଟ ପୋଲିସର ମାଷ୍ଟର ପ୍ଲାନ

Jitendra Dash
Browse all articles by Jitendra Dash
·2 years ago·1 min read
ଲୁଟେରାଙ୍କୁ ଧରିବାକୁ କମିଶନରେଟ ପୋଲିସର ମାଷ୍ଟର ପ୍ଲାନ

ଅର୍ଗସ ବ୍ୟୁରୋ : ଚୋରି ରୋକିବାକୁ ସ୍ବତନ୍ତ୍ର ଆପ୍ । ରାଜଧାନୀ ଆପାର୍ଟମେଣ୍ଟରୁ ଚୋରି ଆତଙ୍କ । ଲୁଟେରାଙ୍କୁ ଧରିବାକୁ କମିଶନରେଟ ପୋଲିସର ମାଷ୍ଟର ପ୍ଲାନ  । ଆପାର୍ଟମେଣ୍ଟ ବାସିନ୍ଦାଙ୍କ ସହ ପୋଲିସ କମିଶନରଙ୍କ ବୈଠକ । ସୁରକ୍ଷା ବଢ଼ାଇବାକୁ ପୋଲିସ କମିଶନରଙ୍କ ପରାମର୍ଶ । ବାରମ୍ବାର ରାଜଧାନୀରେ ବିଭିନ୍ନ ଆପାର୍ଟମେଣ୍ଟରୁ ଚୋରି ଅଭିଯୋଗ ହେଉଥିବାରୁ ଏହାର ସ୍ଥାୟୀ ପ୍ରତିକାର କରିବାକୁ ଯୋଜନା ପ୍ରସ୍ତୁତ କରିଛି ପୋଲିସ । ବିଭିନ୍ନ ଆପାର୍ଟମେଣ୍ଟ ବାସିନ୍ଦାଙ୍କ ସହ ପୋଲିସ କମିଶନର ବୈଠକ କରିଛନ୍ତି । କଣ କଲେ ଘର ସୁରକ୍ଷିତ ରହିବ ସେନେଇ ଆପାର୍ଟମେଣ୍ଟ ବାସୀଙ୍କ ସହ ଆଲୋଚନା କରିଛନ୍ତି ପୋଲିସ କମିଶନର । 

ସୁରକ୍ଷା ବ୍ୟବସ୍ଥାକୁ କିଭଳି ମଜଭୂତ କରିହେବ ତାକୁ ନେଇ ବୈଠକରେ ଆଲୋଚନା ହେଇଛି। ଆପର୍ଟମେଣ୍ଟରେ ଭଲ କ୍ୱାଲିଟିର ସିସିଟିଭି କ୍ୟାମେରା ଲଗାଇବାକୁ ପୋଲିସ କମିଶନର ଅନୁରୋଧ କରିଛନ୍ତି । ଏଥିସହ ପାରିପାର୍ଶ୍ବିକ ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ବ ଦେବାକୁ କହିଛନ୍ତି । ଉଚ୍ଚ ପାଚେରୀ କରିବା ସହ  ପାଚେରୀ ଉପରେ ତୀକ୍ଷ୍ଣ ଲୁହା ଫ୍ରେମ ଲଗାଇବା ସହ ଆପାର୍ଟମେଣ୍ଟରେ ପର୍ଯ୍ୟାପ୍ତ ତାଲିମ ପ୍ରାପ୍ତ ସିକ୍ୟୁରିଟୀ ଗାର୍ଡ ନିୟୋଜିତ କରିବାକୁ ପରାମର୍ଶ ଦେଇଛନ୍ତି ପୋଲିସ କମିଶନର । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆଧୁନିକ ଟେକ୍ନୋଲୋଜିର ବ୍ୟବହାର ପାଇଁ ଗୁରୁତ୍ୱ ଦେଇଛନ୍ତି ସିପି ସଂଜୀବ ପଣ୍ଡା । ମୋସନ୍ ଡିଟେକ୍ଟର ସହ ପ୍ରତି ଫ୍ଲାଟରେ ଆଇପି କ୍ୟାମେରା ଲଗାଇବାକୁ ଅନୁରୋଧ କରିଛନ୍ତି ପୋଲିସ କମିଶନର । ଗତ ୬ ମାସ ଭିତରେ ରାଜଧାନୀର ପାଖାପାଖି ୩୦ ଟି ଆପାର୍ଟମେଣ୍ଟର ୫୫ ଟି ଫ୍ଲାଟରେ କଳା କନା ବୁଲାଇ ସାରିଲେଣି ଲୁଟେରା ।  ଆପର୍ଟମେଣ୍ଟ ଲୁଟ ରୋକିବାକୁ ଆଡଭାଇଜାରୀ ପ୍ରସ୍ତୁତ କରୁଛି ପୋଲିସ। 

Sponsored
Commissionerate Police's Master Plan to Catch Looters | Argus News