Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୪୯ ବିଧାନସଭା ଓ ୮ଟି ଲୋକସଭା ପ୍ରାର୍ଥୀ ଘୋଷଣା

Jitendra Dash
Browse all articles by Jitendra Dash
·2 years ago
୪୯ ବିଧାନସଭା ଓ ୮ଟି ଲୋକସଭା ପ୍ରାର୍ଥୀ ଘୋଷଣା

ଅର୍ଗସ ବ୍ୟୁରୋ : କଂଗ୍ରେସର ଆସିଲା ପ୍ରଥମ ପ୍ରାର୍ଥୀ ତାଲିକା । ତାଲିକାରେ ୪୯ ବିଧାନସଭା ଓ ୮ଟି ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା । କୋରାପୁଟରୁ ପୁଣି ଲୋକସଭା ଲଢ଼ିବେ ସପ୍ତଗିରି ଉଲାକା । ନବରଙ୍ଗପୁରରୁ ଭୁଜବଳ ମାଝୀ ଓ କଳାହାଣ୍ଡିରୁ ଦ୍ରୌପଦୀ ମାଝୀଙ୍କୁ ସୁଯୋଗ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ସେହିଭଳି ପିସିସି ସଭାପତି ଶରତ ପଟ୍ଟନାୟକ ନୂଆପଡ଼ା ଆସନରୁ ପ୍ରାର୍ଥୀ ହୋଇଥିବା ବେଳେ ବଲାଙ୍ଗୀର ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର । ପୁଣି ଥରେ ସାନଖେମୁଣ୍ଡିରୁ ରମେଶ ଜେନା କଂଗ୍ରେସ ପ୍ରାର୍ଥୀ କରିଛି । ବିଜୟ ପଟ୍ଟନାୟକଙ୍କୁ ପାରଳାଖେମୁଣ୍ଡିରୁ ପ୍ରାର୍ଥୀ କରିଛି । ତାରା ବାହିନୀପତିଙ୍କୁ ଜୟପୁର ଆସନରୁ ଦଳ ପ୍ରାର୍ଥୀ କରିଥିବା ବେଳେ ହକି ତାରକା ପ୍ରବୋଧ ତୀର୍କିଙ୍କୁ ତଳସରାରୁ ଦଳ ମୈଦାନକୁ ଓହ୍ଲାଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
congress announced 24 election candidates | Argus News