ଚିଟଫଣ୍ଡ ଦୁର୍ନୀତିକୁ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ

ଭୁବନେଶ୍ବର : ଚିଟଫଣ୍ଡ ଦୁର୍ନୀତିକୁ ନେଇ ସରକାରଙ୍କୁ ଘେରିଛି କଂଗ୍ରେସ । କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମିଡ଼ିଆ ସେଲର ଅଧକ୍ଷ ବିଶ୍ୱରଂଜନ ମହାନ୍ତି କହିଛନ୍ତି ଚିଟଫଣ୍ଡ ଦୁର୍ନୀତି ହେଉଛି 50 ହଜାର କୋଟି ଟଙ୍କାର ଦୁର୍ନୀତି। ଏହା ରାଜ୍ୟର ଏକ ମହାଦୁର୍ନୀତି। ଚିଟଫଣ୍ଡ ଦୁର୍ନୀତିରେ 20 ଲକ୍ଷ ପରିବାର ପ୍ରଭାବିତ ହୋଇଥିଲା ।12 ବର୍ଷ ହେବ ନ୍ୟାୟ ପାଇଁ ଅପେକ୍ଷା କରିଛନ୍ତି ଜମାକାରୀ । କିନ୍ତୁ ସରକାର ସେମାନଙ୍କ କଥା ଶୁଣୁନାହାନ୍ତି । ଦୀର୍ନୀତିର ପାହାଡ଼ ଉପରେ ବସିଛି ବିଜେଡି ସରକାର । ଏହି ଚିଟଫଣ୍ଡ ଦୁର୍ନୀତିର ବ୍ରାଣ୍ଡ ଆମ୍ବାସେଟର ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଅଧିକ ପଢନ୍ତୁ ଓଡିଶା ଖବର
କାରଣ ସୁପ୍ରିମକୋର୍ଟ 2014 ମସିହାରେ ସିବିଆଇ ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ। ଏହାପରେ ସିବିଆଇ ମୁଖ୍ୟମନ୍ତ୍ରୀ ଘର ପର୍ଯ୍ୟନ୍ତ ଯାଇଥିଲା। କିନ୍ତୁ କେବଳ ସରୋଜ ପାଖରେ ହିଁ ଅଟକି ଯାଇଥିଲା ସିବିଆଇ । ଏବେ ପ୍ରଶ୍ନ ଉଠୁଛି ସିବିଆଇ ତଦନ୍ତ କାହିଁକି ଶିଥିଳପଡିଗଲା । ସେପଟେ 2014 ନିର୍ବାଚନ ଇସ୍ତିହାରରେ ବିଜେଡି ଚିଟଫଣ୍ଡ ଅର୍ଥ ଫେରାଇବ ବୋଲି କହିଥିଲେ ହିଁ ।ତାଙ୍କର ପ୍ରତିଶୃତି ପାଣିର ଗାର ହୋଇଯାଇଛି ବୋଲି ଅଭିଯୋଗ ଆଣିଛି କଂଗ୍ରେସ ।