Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ମୋଦି ଚାଉଳରେ ନବୀନ ବ୍ରାଣ୍ଡିଂକୁ ନେଇ ବିବାଦ ତୀବ୍ର

Odisha

ମୋଦି ଚାଉଳରେ ନବୀନ ବ୍ରାଣ୍ଡିଂକୁ ନେଇ ବିବାଦ ତୀବ୍ର

Jitendra Dash
Browse all articles by Jitendra Dash
·2 years ago·2 min read
ମୋଦି ଚାଉଳରେ ନବୀନ ବ୍ରାଣ୍ଡିଂକୁ ନେଇ ବିବାଦ ତୀବ୍ର

ଅର୍ଗସ ବ୍ୟୁରୋ : ଥମୁନି ମୋଦି ଚାଉଳ ନବୀନ ବ୍ରାଣ୍ଡିଂ ବ୍ୟାଗ ବିବାଦ । ସାରା ରାଜ୍ୟରେ ପ୍ରବଳ ବିରୋଧ ସହ ଆମ ଓଡ଼ିଶା ନବୀନ ଓଡ଼ିଶା ବ୍ୟାଗ ପୋଡ଼ି ପ୍ରତିବାଦ କରିଛନ୍ତି ଲୋକେ । ନବୀନ ବ୍ୟାଗକୁ ନେଇ ଶ୍ରେୟ ରାଜନୀତି ପଦାରେ ପଡ଼ି ଦାଣ୍ଡରେ ଗଡୁଛି । ଭୋଟ ହାତେଇବାକୁ ରାଜ୍ୟ ସରକାର ଏଭଳି ଷଡ଼ଯନ୍ତ୍ର କରିଥିବା ଉଭୟ ବିଜେପି ଓ କଂଗ୍ରେସ ଅଭିଯୋଗ କରିଛି । ସୋମବାର ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଥିବା ସ୍ଵୟଂ ଯୋଜନା କେନ୍ଦ୍ର ସରକାରଙ୍କ ଯୋଜନାକୁ ରିବ୍ରାଣ୍ଡିଂ କରି କେନ୍ଦ୍ରୀୟ ଯୋଜନା ହଡପ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ । ଏହାସହିତ ପିଡିଏସ ହିତାଧିକାରୀଙ୍କୁ ୧ ହଜାର ଟଙ୍କା ଲେଖାଏ ଦେବା ଘୋଷଣାକୁ ସିଧାସଳଖ ଭୋଟରଙ୍କୁ ଲାଞ୍ଚ ବୋଲି ଅଭିଯୋଗ କରିଛି ବିଜେପି ଓ କଂଗ୍ରେସ । 

ସମ୍ବଲପୁର ରେଙ୍ଗାଲି ବ୍ଲକ କତରବଗାଁ ପଞ୍ଚାୟତରେ ନବୀନ ବ୍ରାଣ୍ଡିଂ ଗ୍ୟାଗରେ ନିଆଁ ଲଗାଇବା ସହ ପ୍ରବଳ ବିରୋଧ କରିଛନ୍ତି ଲୋକେ । ମୋଦି ସରକାର ଦେଉଥିବା ଚାଉଳ ଆମ ଓଡିଶା ନବୀନ ଓଡିଶା ଚିହ୍ନ ଥିବା ବ୍ୟାଗରେ ଭତ୍ତି କରି ବଣ୍ଟନ କରାଯାଉଛି । ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଝିଙ୍କିଡୁଙ୍ଗୁରି ପଞ୍ଚାୟତବାସୀ ମଧ୍ୟ ନବୀନ ବ୍ରାଣ୍ଡିଂ ବ୍ୟାଗ୍ ବଣ୍ଟନକୁ ଜୋରଦାର ବିରୋଧ ହୋଇଛି । ନିର୍ବାଚନ ଆସିଲେ ସରକାର ନୂଆ ଯୋଜନା କରି ଭୋଟରଙ୍କୁ ଆକୃଷ୍ଟ କରୁଥିବା ଅଭିଯୋଗ କରିଛନ୍ତି ବାରିପଦାବାସୀ । ଏପରିକି ରାଜ୍ୟ ସରକାର କୋରନା ସମୟରେ ମାତ୍ର ଥରୁଟିଏ  ୧ ହଜାର ଟଙ୍କା ଦେଇ ପରେ ବନ୍ଦ କରିଦେଇଥିଲେ । ଏବେ ୧ ହଜାର ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଥିବା ରାଜ୍ୟ ସରକାର ପ୍ରତିମାସରେ ଟଙ୍କା ଦେବାକୁ ଘୋଷଣା କରିବାକୁ ଦାବି କରିଛନ୍ତି ହିତାଧିକାରୀ । ଲାଞ୍ଚ ଦେଇ ଭୋଟ ହାତେଇବାକୁ ଉଦ୍ୟମ କରୁଥିବା ବିଜେଡିକୁ ଭୋଟ ନଦେବାକୁ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଜନତା ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପୂର୍ବରୁ କଟକ ସହର ସମେତ ବାଲେଶ୍ବରରୁ ବୌଦ୍ଧ, ନୂଆପଡ଼ାରୁ ନରସିଂହପୁର ସବୁଠି ଆମ ଓଡିଶା ନବୀନ ଓଡ଼ିଶା ଛାପ ଥିବା ବ୍ୟାଗ ବଣ୍ଟନକୁ ଜୋରଦାର ବିରୋଧ କରିଥିଲାଛି ବିଜେପି । ଜାତୀୟ ଖାଦ୍ୟ ସୁରକ୍ଷାରେ ଓଡିଶାର ୩ କୋଟି ୨୬ ଲକ୍ଷ ଲୋକଙ୍କୁ ମିଳୁଛି ମାଗଣା ଚାଉଳ । ରାଜ୍ୟ ଖାଦ୍ୟ ସୁରକ୍ଷାରେ ମିଳୁଛି ମାତ୍ର ୯ ଲକ୍ଷ ଲୋକଙ୍କୁ ଚାଉଳ । ୨୦୨୯ ମସିହା ଯାଏ ଖାଦ୍ୟ ସୁରକ୍ଷା ଯୋଜନାରେ ମାଗଣା ଚାଉଳ ଦେବାକୁ ମୋଦି ସରକାର ଘୋଷଣା କରିଥିବାବେଳେ ଏଥିରେ ରାଜ୍ୟ ସରକାର ଟଙ୍କାଟିଏ ମଧ୍ୟ ଦେବେନାହିଁ । ହେଲେ ଶ୍ରେୟ ନେବା ଲାଳସାରେ ହିତାଧିକାରୀଙ୍କୁ ଶଙ୍ଖ ଚିହ୍ନ ଥିବା ବ୍ୟାଗ ଦେଇ ପୁଣି ଯୋଜନା ହାଇଜାକ କରିବାକୁ ଚକ୍ରାନ୍ତ କରିଛନ୍ତି ନବୀନ ସରକାର । ଯାହାକୁ ତୀବ୍ର ବିରୋଧ କରିଛି ବିଜେପି ।

Painting
Sponsored
Controversy over Naveen branding in Modi rice is intense | Argus News