ପଦାରେ ପଡିଲା ଶାସକ ଦଳର ଦୋମୁହାଁ ନୀତି
·2 years ago

ଅର୍ଗସ ବ୍ୟୁରୋ : ପଦାରେ ପଡିଲା ଶାସକ ଦଳର ଦୋମୁହାଁ ନୀତି । ଦାଗି ନେତାଙ୍କୁ କୋଳେଇ ନେଲା ବିଜେଡି । ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବିଜେଡି ନେତା ଶରତ ନାୟକଙ୍କ ଉପରୁ ହଟିଲା ନିଲମ୍ବନ ଆଦେଶ । ଗୋକନ ଛାତ୍ରୀ ମୃତ୍ୟୁ ତଥା ଅନରକିଲିଂ ଏବଂ ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ କାବୁଆର ଲିଙ୍କରେ ରହିବା ନେଇ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶରତଙ୍କ ନାଁରେ ଆସିଥିଲା ଅଭିଯୋଗ । ଜନବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବିଦା ହୋଇଥିଲେ ଶରତ । ହେଲେ ସେହି କରିତକର୍ମା ନେତାଙ୍କୁ ପୁଣି କୋଳେଇ ନେଇଛି ଶାସକ ବିଜେଡି । ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଛନ୍ତି ବିଜୁ ଜନତା ଦଳର ଜିଲ୍ଲା ସଭାପତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: