Videos
|
Odisha

VK Pandian Police Notice / CMOରୁ ଫାଇଲ ଗାଏବ ଘଟଣା, ବାହାନା କରି ଥାନାରେ ହାଜର ହେଲେନି ପାଣ୍ଡିଆନ

Santosh Kumar Sahoo
Browse all articles by Santosh Kumar Sahoo
·2 weeks ago·2 min read
CMOରୁ ଫାଇଲ ଗାଏବ ଘଟଣା, ବାହାନା କରି ଥାନାରେ ହାଜର ହେଲେନି ପାଣ୍ଡିଆନ
VK Pandian Police Notice

Key Points

ଫାଇଲ୍ ଚୋରି ମାମଲା: ଆଜି ହାଜର ହେବେନି ଭିକେ ପାଣ୍ଡିଆନ୍‌
କ୍ୟାପିଟାଲ ଥାନାରେ ଆଜି ହାଜର ହୋଇପାରିବେନି ଭିକେ ପାଣ୍ଡିଆନ୍‌
ବିଦେଶରେ ଥିବାରୁ ଥାନାରେ ହାଜର ହୋଇ ପାରିବେ ନାହିଁ
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତଦନ୍ତ କମିଶନ ଫାଇଲ ଗାଏବ ଘଟଣା । ବ୍ୟକ୍ତିଗତ ଭାବେ ଥାନାରେ ହାଜର ହେବେ ନାହିଁ ଭିକେ ପାଣ୍ଡିଆନ । ନୋଟିସ୍‌ ସତ୍ତ୍ବେ ବାହାନା କରି ଆସିଲେନି ପାଣ୍ଡିଆନ । ବିଦେଶରେ ଥିବାରୁ ବ୍ୟକ୍ତିଗତ ଭାବେ ହାଜର ନ ହୋଇ ଭିଡିଓ କନଫରେନ୍ସିଂ ଜରିଆରେ ପକ୍ଷ ରଖିବାକୁ ପୋଲିସକୁ କହିଛନ୍ତି ଭିକେ ପାଣ୍ଡିଆନ୍‌ । ଏନେଇ ତଦନ୍ତକାରୀ ଅଧିକାରୀଙ୍କୁ ସେ ଇ-ମେଲ୍ ଜରିଆରେ ଜଣାଇଛନ୍ତି ।

ଅଧିକ ପଢ଼ନ୍ତୁ: କିଏ ହେବେ ପୋଲିସ ବିଭାଗର ନୂଆ ମୁଖିଆ ? ୭ରେ ନୂଆ ଡିଜିପି ଚୟନ ବୈଠକ


ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫାଇଲ ଚୋରି ଘଟଣାରେ ଆଜି କ୍ୟାପିଟାଲ ଥାନାରେ ହାଜର ହେବାକୁ ଭିକେ ପାଣ୍ଡିଆନଙ୍କୁ ନୋଟିସ୍ ହୋଇଥିଲା । ଜୁଲାଇ ୨୫ ତାରିଖ ଦିନ ୧୧ଟା ସୁଦ୍ଧା ମାମଲା ସମ୍ବନ୍ଧୀୟ ସମସ୍ତ ତଥ୍ୟ ସହ କ୍ୟାପିଟାଲ ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ହୋଇଥିଲା । ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବା ସହ ଏହି ମାମଲା ସମ୍ବନ୍ଧୀୟ ଯେକୌଣସି ଦଲିଲ, ରେକର୍ଡ, ଇଲେକ୍ଟ୍ରୋନିକ୍ସ ଉପକରଣ କିମ୍ବା ଅନ୍ୟାନ୍ୟ ପ୍ରାସଙ୍ଗିକ ସାମଗ୍ରୀ ଯାହା ନିଜ ପାଖରେ ଥିବ, ତାହା ସାଙ୍ଗରେ ଆଣିବାକୁ କମିଶନରେଟ ପୋଲିସ କରିଥିବା ନୋଟିସରେ ସ୍ପଷ୍ଟ ଭାବରେ କୁହାଯାଇଥିଲା ।

୨୦୧୧ରୁ ୨୦୨୩ ଅକ୍ଟୋବର ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରିଥିଲେ ପାଣ୍ଡିଆନ । ପରେ ଚାକିରୀରୁ ଇସ୍ତଫା ଦେଇ 5T ଅଧ୍ୟକ୍ଷ ଭାବେ ତୃତୀୟ ମହଲାରେ ବି କାର୍ଯ୍ୟ କରୁଥିଲେ। ସେପଟେ ଏହି ଘଟଣାରେ ପୂର୍ବତନ ମୁଖ୍ୟ ଶାସନ ସଚିବ ଉପେନ୍ଦ୍ର ନାଥ ବେହେରାଙ୍କୁ ୨୬ ତାରିଖ ୧୧ ଟା ସୁଦ୍ଧା ହାଜର ହେବାକୁ କୁହାଯାଇଛି। ସେହିପରି ପୂର୍ବରୁ ନୋଟିସ ପାଇ ହାଜର ହୋଇନଥିବା ପୂର୍ବତନ ପ୍ରଶାସକ ରାଜେଶ ବର୍ମାଙ୍କୁ ୩୦ ତାରିଖ ସୁଦ୍ଧା ହାଜର ହେବାକୁ ପୁଣି ଥରେ ନୋଟିସ ହୋଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
VK Pandian Skips Police Appearance in Missing CMO Files Case | Argus News