Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଗ୍ୟାସ କଟରରେ ଏଟିଏମକୁ କାଟି ୨୦ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟ

Odisha

ଗ୍ୟାସ କଟରରେ ଏଟିଏମକୁ କାଟି ୨୦ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟ

Swayangprajna Mishra
Browse all articles by Swayangprajna Mishra
·2 years ago
ଗ୍ୟାସ କଟରରେ ଏଟିଏମକୁ  କାଟି ୨୦ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧିନ ତୁଡ଼ିଗଡିଆ ବଜାରରେ ଥିବା ଏକ୍ସିସ ବ୍ୟାଙ୍କ ଏଟିଏମ୍ କୁ ଦୁବୁର୍ତ୍ତମାନେ ଗ୍ୟାସ କଟରରେ କାଟି ଲକ୍ଷାଧିକ ଟଙ୍କା ଲୁଟ୍ କରିନେଇଥିବା ଅଭିଯୋଗ ହୋଇଛି।ଗତକାଲି ବିଳମ୍ବିତ ରାତିରେ ଦୁଇଟି ବୁଲେରୁ ଗାଡିରେ ୬ରୁ ଉର୍ଦ୍ଧ ଲୁଟେରା ଆସିଥିବା ନେଇ ସ୍ଥାନୀୟ ଲୋକମାନେ ସୂଚନା ଦେଇଛନ୍ତି ।ଲୁଟେରାମାନେ ବିଳମ୍ବିତ ରାତିରେ ଗ୍ୟାସ କଟର ମାଧ୍ୟମରେ ଏଟିଏମକୁ କାଟି ଏଟିଏମରେ ଥିବା ୨୦ଲକ୍ଷ ଟଙ୍କା ଲୁଟ କରିନେଇଥିବା ଅଭିଯୋଗ ହୋଇଛି l

ଅଧିକ ପଢନ୍ତୁ ଓଡିଶା ଖବର

ଲୁଟ ପରେ ଲୁଟେରାମାନେ ଏଟିଏମକୁ ଜାଳିଦେଇଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକମାନେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି l ଖଇରା ଅଞ୍ଚଳରେ ଦିନକୁ ଦିନ ଚୋରି ଡକାୟତି ବଢିବାରେ ଲାଗିଛି ଯାହାକୁ ନେଇ ସ୍ଥାନୀୟ ଲୋକମାନେ ଭୟଭୀତ ଥିବା ନେଇ ପ୍ରକାଶ କରିଛନ୍ତି l
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Over 20 lakh rupees looted by cutting ATM with gas cutter | Argus News