Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Cuttack Chandi Mandir / କେବେ ସୁଦ୍ଧା ଶେଷ ହେବ ଚଣ୍ଡୀ ମନ୍ଦିର କାମ ? ବିଧାନସଭାରେ ଉତ୍ତର ରଖିଲେ ପୂର୍ତ୍ତ ମନ୍ତ୍ରୀ

Santosh Kumar Sahoo
Browse all articles by Santosh Kumar Sahoo
·7 months ago·2 min read
କେବେ ସୁଦ୍ଧା ଶେଷ ହେବ ଚଣ୍ଡୀ ମନ୍ଦିର କାମ ? ବିଧାନସଭାରେ ଉତ୍ତର ରଖିଲେ ପୂର୍ତ୍ତ ମନ୍ତ୍ରୀ

Key Points

ଆସନ୍ତାବର୍ଷ ଜୁନ୍ ମାସ ସୁଦ୍ଧା ଶେଷ ହେବ କଟକ ଚଣ୍ଡୀ ମନ୍ଦିର କାମ
ବିଧାନସଭାରେ କଟକ ବିଧାୟିକାଙ୍କ ପ୍ରଶ୍ନରେ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜଙ୍କ ଉତ୍ତର
ଆଜି ବିଧାନସଭାରେ ଶୀତ ଅଧିବେଶନର ତୃତୀୟ ଦିନ । ଆଜି ଦିନ ଆରମ୍ଭରୁ ସ୍ବାଭାବିକ ଚାଲିଛି ଗୃହ କାର୍ଯ୍ୟ । କେବେ ସୁଦ୍ଧା ଶେଷ ହେବ କଟକ ଚଣ୍ଡୀ ମନ୍ଦିର କାମ । ଏନେଇ ଆଜି ବିଧାନସଭାର ପ୍ରଶ୍ନକାଳରେ ପ୍ରଶ୍ନ କରିଥିଲେ ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋଶ । ସୋଫିଆଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି, ଆସନ୍ତାବର୍ଷ ଜୁନ୍ ମାସ ସୁଦ୍ଧା ଶେଷ ହେବ କଟକ ଚଣ୍ଡୀ ମନ୍ଦିର କାମ । ୨୦୨୬ ସୁଦ୍ଧା ଶେଷ ହେବ କଟକ ଚଣ୍ଡୀ ମନ୍ଦିର କାମ । ଏ ନେଇ ସମୀକ୍ଷା ହୋଇଛି । ଲକ୍ଷ୍ୟ ଅନୁସାରେ କାମ ଚାଲିଥିବା କହିଛନ୍ତି ପୂର୍ତ୍ତ ମନ୍ତ୍ରୀ ।

ଅଧିକ ପଢ଼ନ୍ତୁ: ଆସିଲା ୧୭ ହଜାର ୪୪୦ କୋଟିର ଅତିରିକ୍ତ ବଜେଟ୍; ସୁଭଦ୍ରା ଯୋଜନା ପାଇଁ ୨୯୫ କୋଟି


ସେହିପରି କଟକ ରିଙ୍ଗ୍‌ ରୋଡ୍‌ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏକ ଦୁର୍ଘଟଣା ଓ ଅଧିକ ବର୍ଷା କାରଣରୁ ନଦୀରେ ଅଧିକ ପାଣି ଥିବାରୁ କାମ ବିଳମ୍ବ ହୋଇଛି । କିନ୍ତୁ ନିର୍ଦ୍ଧାରିତ ଲକ୍ଷ୍ୟ ଅନୁସାରେ କାମ ସରିବ । ସେହିପରି କଟକ ତ୍ରିଶୁଳିଆ ଠାରେ ଦ୍ଵିତୀୟ ବ୍ରିଜ୍‌ ନିର୍ମାଣ ନେଇ ବି ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

ଅଧିକ ପଢ଼ନ୍ତୁ: ଉଚ୍ଚଶିକ୍ଷା ବିଭାଗର କଡ଼ା ନିର୍ଦ୍ଦେଶ, କଲେଜ ଜମି କେହି ହାତେଇ ପାରିବେ ନାହିଁ


ସେପଟେ ବିଧାନସଭା ଶୀତ ଅଧିବେଶନର ଦ୍ବିତୀୟ ଦିନରେ ୧୭ ହଜାର ୪୪୦ କୋଟିର ଅତିରିକ୍ତ ବଜେଟ୍‌ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବଜେଟରେ ସମୃଦ୍ଧ ଓଡ଼ିଶାର ନକ୍ସା ଆଙ୍କିଛନ୍ତି ସରକାର । କୃଷି, ଶିକ୍ଷା, ସ୍ବାସ୍ଥ୍ୟ, ମହିଳା ସଶକ୍ତୀକରଣକୁ ଫୋକସ୍‌ରେ ରଖିଛନ୍ତି ମୁଖ୍ୟମନ୍ତ୍ରୀ । କୃଷି ଓ ଜଳସେଚନ ପାଇଁ ୧୬୭୩ କୋଟି, ଖାଦ୍ୟ ସୁରକ୍ଷା ପାଇଁ ୪ ହଜାର ୩୨୯ କୋଟି ର ବ୍ୟୟବରାଦ ହୋଇଛି । ଶିକ୍ଷା କ୍ଷେତ୍ରର ବିକାଶ ପାଇଁ ୨ ହଜାର ୩୨୭ କୋଟି, ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ସଞ୍ଜୀବନୀ ସାଜିବ ସରକାରଙ୍କ ଅତିରିକ୍ତ ୧୧୬୪ କୋଟିର ବଜେଟ୍‌ । ମହିଳା ଓ ଶିଶୁ ବିକାଶକୁ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର । ୧୫୫୮ କୋଟି ଟଙ୍କାର ଅତିରିକ୍ତ ବଜେଟ୍‌ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ।

୨୦୨୫-୨୬ ଆର୍ଥିକ ବର୍ଷ ଲାଗି ୨୦୨୫ ଫେବ୍ରୁଆରୀ ୧୭ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବାର୍ଷିକ ବଜେଟ୍ ଆଣିଥିଲେ । ଏବେ ୧୭ ହଜାର ୪୪୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଆସିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Cuttack Chandi Temple Work to Be Completed by June 2026, Says Works Minister | Argus News