ଦଲାଲ ସାଜିଲେ ଆମ୍ବୁଲାନ୍ସ ଚାଳକ
·2 years ago

ଅର୍ଗସ ବ୍ୟୁରୋ : ଦଲାଲ ସାଜିଲେ ଆମ୍ବୁଲାନ୍ସ ଚାଳକ । ଏସସିବି ଆଇସିୟୁରେ ବେଡ୍ ନାହିଁ କହି ରୋଗୀଙ୍କୁ ଅନ୍ୟ ଘରୋଇ ନର୍ସିଂହୋମକୁ କରୁଥିଲେ ସ୍ଥାନାନ୍ତର । ଖବର ପାଇ ମଙ୍ଗଳାବାଗ ଥାନା ପୋଲିସ ୫ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଦୀର୍ଘବର୍ଷ ଧରି ଏମାନେ ରୋଗୀ ସ୍ଥାନାନ୍ତର କରିଆସୁଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅଭିଯୋଗ ଆସିବା ପରେ ପୋଲିସର ଏକ ଟିମ୍ ଏମାନଙ୍କ ଉପରେ ନଜର ରଖିଥିଲା । ଘଟଣାରେ ୫ ଜଣ ଦଲାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଘଟଣାରେ କେଉଁ କେଉଁ ନର୍ସିଂହୋମର ଲିଙ୍କ ରହିଛି ତାହା ମଧ୍ୟ ଖୋଳତାଡ଼ ଜାରି ରହିଥିବା କହିଛନ୍ତି ଜୋନ ୨ ଏସିପି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: