Videos
|
Odisha

ନିଜର ଗୃହପାଳିତ ପଶୁଙ୍କୁ ଧରି କଟକ ଜିଲ୍ଲାପାଳଙ୍କ ଅଫିସ ଆଗରେ ରୁଣ୍ଡ ହେଲେ ପଶୁପ୍ରେମୀ

Jitendra Dash
Browse all articles by Jitendra Dash
·2 years ago·2 min read
ନିଜର ଗୃହପାଳିତ ପଶୁଙ୍କୁ ଧରି କଟକ ଜିଲ୍ଲାପାଳଙ୍କ ଅଫିସ ଆଗରେ ରୁଣ୍ଡ ହେଲେ ପଶୁପ୍ରେମୀ

ଅର୍ଗସ ବ୍ୟୁରୋ : ରାଜ୍ୟବ୍ୟାପୀ ଧାରଣାରେ ପଶୁ ଚିକିତ୍ସକ । ନିଜର ଗୃହପାଳିତ ପଶୁଙ୍କୁ ଧରି କଟକ ଜିଲ୍ଲାପାଳଙ୍କ ଅଫିସ ଆଗରେ ରୁଣ୍ଡ ହେଲେ ଲୋକେ । କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପଶୁପକ୍ଷୀଙ୍କୁ ଧରି ପଶୁପ୍ରେମୀଙ୍କ ପ୍ରତିବାଦ । ଚିକିତ୍ସା ନପାଇ ଏବେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ନିରୀହ ପଶୁପକ୍ଷୀ । ସମଗ୍ର ରାଜ୍ୟରେ ପ୍ରାଣୀ ଚିକିତ୍ସକ ସାମୁହିକ ଛୁଟିରେ ଥିବା ଯୋଗୁଁ ଏବେ ଚିକିତ୍ସା ନପାଇ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଯନ୍ତ୍ରଣା ଭୋଗୁଛନ୍ତି ନିରୀହ ପଶୁପକ୍ଷୀ । ରାଜ୍ୟ ସରକାର ତୁରନ୍ତ ନିରୀହ ପଶୁପକ୍ଷୀଙ୍କ ଉପରେ ଦୃଷ୍ଟି ଦିଅନ୍ତୁ ବୋଲି ଦାବି କରିଛନ୍ତି ପଶୁପ୍ରେମୀ ଓ ନିଜେ ପ୍ରାଣୀ ଚିକିତ୍ସକ । 

କିଏ ଅଟୋ ରିକ୍ସାରେ ନିଜ ରୋଗିଣା କୁକୁର ନେଇ ଆସିଛି ତ କିଏ ସ୍କୁଟିରେ । କିଏ ନିଜ ଝୋଲାରେ ରୋଗିଣା କୁକୁଡ଼ା ନେଇ ଆସିଛି ତ କିଏ ଜରି ବ୍ୟାଗରେ ପକ୍ଷୀ । ଯଦି ସଠିକ୍ ସମୟରେ ଏମାନଙ୍କ ଚିକିତ୍ସା ନକରାଯାଏ ତା ହେଲେ ଏମାନଙ୍କ ଜୀବନ ଚାଲିଯିବ ବୋଲି ଗୁହାରି କରୁଛନ୍ତି ସବୁ କଟକ ସହରର ପଶୁପ୍ରେମୀ ମାନେ । ନିଜର ନ୍ୟାର୍ଯ୍ୟ ଦାବି ନେଇ ଜାନୁଆରୀ ୧୮ ତାରିଖରୁ ପ୍ରାଣୀ ଚିକିତ୍ସକ ସାମୁହିକ ଛୁଟିରେ ଥିବା ଯୋଗୁଁ ବର୍ତ୍ତମାନ ଗୃହପାଳିତ ପଶୁପକ୍ଷୀ ଚିକିତ୍ସା ନପାଇ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ନିଜର ନାର୍ଯ୍ୟ ଦାବି ନେଇ ଗତ ଜାନୁଆରୀ ୧୮ ତାରିଖରୁ ସମଗ୍ର ରାଜ୍ୟରେ ସାମୁହିକ ଛୁଟିରେ ଅଛନ୍ତି ପ୍ରାଣୀ ଚିକିତ୍ସକ । ପାଖାପାଖି ୧୩୦୦ ରୁ ଉର୍ଦ୍ଧ୍ବ ପ୍ରାଣୀ ଚିକିତ୍ସକ ଏହି ସାମୁହିକ ଛୁଟିରେ ଅଛନ୍ତି । ପଶୁପକ୍ଷୀଙ୍କୁ ଉତ୍ତମ ମାନର ସ୍ବାସ୍ଥ୍ୟ ସେବା ଯୋଗାଇବା, ୨୪ ଘଣ୍ଟିଆ ସ୍ବାସ୍ଥ୍ୟ ସେବା, ମାଗଣା ଔଷଧ, ସ୍ଥାୟୀ ନିଯୁକ୍ତି, ବେତନ ବୃଦ୍ଧି ଭଳି ଅନେକ ନ୍ୟାର୍ଯ୍ୟ ଦାବି ନେଇ ସାମୁହିକ ଛୁଟିରେ ଅଛନ୍ତି ପ୍ରାଣୀ ଚିକିତ୍ସକ । ଯାହାଫଳରେ ଏବେ ପ୍ରାଣୀ ଚିକିତ୍ସା କୋମାରେ ଚାଲି ଯାଇଛି । ତେବେ ଏପରି ସମୟରେ ପଶୁପକ୍ଷୀ ଚିକିତ୍ସା ନପାଇ କିଏ ଯନ୍ତ୍ରଣା ଭୋଗୁଛି ତ କାହାର ଜୀବନ ଚାଲି ଯାଉଛି।  ଅନ୍ୟପଟେ କଟକ ଜିଲ୍ଲାପାଳଙ୍କ ନିକଟରେ ଆସିଥିବା ପଶୁପ୍ରେମୀଙ୍କ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲାପାଳ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
cuttack animal doctor protest | Argus News