Videos
|
Odisha

Bali Jatra / ନଭେମ୍ବର ୨୪ରୁ ଐତିହାସିକ କଟକ ବାଲିଯାତ୍ରା; ବ୍ୟବସାୟୀଙ୍କ ପାଇଁ ଆରମ୍ଭ ହେଲା ପ୍ଲଟ୍ ପଞ୍ଜିକରଣ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ନଭେମ୍ବର ୨୪ରୁ ଐତିହାସିକ କଟକ ବାଲିଯାତ୍ରା; ବ୍ୟବସାୟୀଙ୍କ ପାଇଁ ଆରମ୍ଭ ହେଲା ପ୍ଲଟ୍ ପଞ୍ଜିକରଣ
Cuttack Bali Jatra 2026

Key Points

ଅନଲାଇନ୍ ଓ ଅଫ୍‌ଲାଇନ୍‌ରେ ପ୍ଲଟ୍ ପଞ୍ଜିକରଣ
ବଳକା ପ୍ଲଟ୍ ପାଇଁ ନଭେମ୍ବର ୧୧ରେ ହେବ ସ୍ପଟ୍ ନିଲାମ
କଟକ: ପାଖେଇ ଆସୁଛି ବାଲିଯାତ୍ରା । ନଭେମ୍ବର ୨୪ ତାରିଖରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଐତିହାସିକ ବାଲିଯାତ୍ରା ଆୟୋଜି ହେବ । ଏଥର ପରିବେଶ ଅନୁକୂଳ ଐତିହାସିକ ବାଲିଯାତ୍ରା କଟକ -୨୦୨୬ ପାଇଁ ଅଭିନବ ପଦକ୍ଷେପ ନେଇଛି କଟକ ଜିଲ୍ଲା ପ୍ରଶାସନ ।

ବାଲିଯାତ୍ରାକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଖଲି ପତ୍ର ବ୍ୟବହାର ଓ ଗ୍ରାମୀଣ ଜୀବିକାର ପ୍ରୋତ୍ସାହନ ପାଇଁ କଟକ ଜିଲ୍ଲା ପ୍ରଶାସନ ଓ ଓରମାସ୍, ମୟୂରଭଞ୍ଜ ମଧ୍ୟରେ ବୁଝାମଣାପତ୍ର (MoU) ସ୍ଵାକ୍ଷରିତ ହୋଇଛି ।

ଏଥିସହ ପଢ଼ନ୍ତୁ: କେମିତି ଅଛନ୍ତି ୫ ଓରାଙ୍ଗଉଟାନ ? ବଡ଼ ଅପଡେଟ୍ ଦେଲେ ନନ୍ଦନକାନନ ଉପନିର୍ଦ୍ଦେଶକ 

କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଉପସ୍ଥିତିରେ କଟକ ଓରମାସର ଉପମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସଂଜୀବ କୁମାର ମହାନ୍ତି ଏବଂ ମୟୂରଭଞ୍ଜ ଓରମାସର ଉପମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାଗ୍ୟଲକ୍ଷ୍ମୀ ରାଉତ ଏହି ବୁଝାମଣାପତ୍ରରେ ସ୍ଵାକ୍ଷର କରିଛନ୍ତି । ବାଲିଯାତ୍ରା ପାଇଁ ପ୍ରତିଦିନ ଯେତିକି ଖାଲି ପତ୍ର ଓ ଠୋଲା ଆବଶ୍ୟକ ତାହା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଓରମାସ ଅଧିକାରୀ।

ଚଳିତ ବର୍ଷ ୮ ଦିନ ଧରି ହେବାକୁ ଥିବା ଏହି ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ, ସୁରକ୍ଷିତ ଏବଂ ଜନାଦୃତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସେପଟେ ବ୍ୟବସାୟୀଙ୍କ ପାଇଁ ଆରମ୍ଭ ହୋଇଛି ପ୍ଲଟ ପଞ୍ଜିକରଣ ପ୍ରକ୍ରିୟା ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଉଭୟ ପଡ଼ିଆରେ ପଡ଼ିବ ଷ୍ଟଲ୍

ଏଥର ଗଡଗଡ଼ିଆ ଘାଟ ଉପର ଓ ତଳ ପଡ଼ିଆରେ ଜମିବ ମହାମେଳା । ଏହାରି ଭିତରେ ବ୍ୟବସାୟୀଙ୍କ ପାଇଁ ଅଫଲାଇନ୍ ଓ ଅନଲାଇନରେ ପ୍ଲଟ ବୁକିଂ ପ୍ରକ୍ରିୟା ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି। ପ୍ରତିଦିନ ଦିନ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ପଞ୍ଜିକରଣ କରାଯାଉଛି ।

ଅକ୍ଟୋବର ୨୬ରୁ ଦ୍ୱିତୀୟ ପର୍ଯ୍ୟାୟ

ପ୍ରଥମ ପର୍ଯ୍ୟାୟ ପଞ୍ଜିକରଣ ଅକ୍ଟୋବର ୧୦ ତାରିଖରୁ ଆରମ୍ଭ ହୋଇ ୧୭ ତାରିଖ ପର୍ଯ୍ୟନ୍ତ ଚାଲିଥିବାବେଳେ, ଦ୍ୱିତୀୟ ପର୍ଯ୍ୟାୟ ଅକ୍ଟୋବର ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହାପରେ ନଭେମ୍ବର ୨ ତାରିଖରୁ ନିଲାମ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ତେବେ ଭଲ ବ୍ୟବସାୟ ଆଶାରେ ବାରବାଟୀ ପ୍ୟାଲେସରେ ପହଞ୍ଚି ବ୍ୟବସାୟୀମାନେ ପ୍ଲଟ ବୁକିଂ କରୁଥିବାର ଦେଖିବାକୁ ମିଳିଛି ।

ବାଲିଯାତ୍ରା ଉପର ଓ ତଳ ପଡ଼ିଆର ନିଲାମ ପରେ ଯେଉଁ ପ୍ଲଟ୍‌ଗୁଡ଼ିକ ବଳକା ରହିଯିବ । ସେ ଗୁଡ଼ିକୁ ନଭେମ୍ବର ୧୧ ତାରିଖ ଦିନ ବାରବାଟୀ ପ୍ୟାଲେସଠାରେ ସ୍ପଟ୍ ନିଲାମରେ ବିକ୍ରି କରାଯିବ ।

ଏଥିସହ ପଢ଼ନ୍ତୁ: ସୁଲଭ ଆବାସିକ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ; ଉପକୃତ ହେବେ ୧,୬୦୮ ପରିବାର 

ବର୍ଗଫୁଟ ପିଛା ୬୦ ଟଙ୍କାରୁ ୬୫ ଟଙ୍କା

ଚଳିତ ବର୍ଷ ତଳ ପଡ଼ିଆରେ ୧,୪୫୨ଟି ଏବଂ ଉପର ପଡ଼ିଆରେ ୫୯୨ଟି ଷ୍ଟଲ୍‌ ରହିଛି । ସେହିପରି ପ୍ଲଟ୍‌ଗୁଡ଼ିକର ମୂଲ୍ୟ ବର୍ଗଫୁଟ ପିଛା ୬୦ ଟଙ୍କାରୁ ୬୫ ଟଙ୍କା ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଛି । ଚଳିତ ବର୍ଷ ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମରେ ବଲିଉଡର ନାମକରା କଳାକାରମାନଙ୍କୁ ଆଣିବା ପାଇଁ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି ।