Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବାଲିଯାତ୍ରାରେ ମହାଦୁର୍ନୀତି, ଦୁଇଟି ତୋରଣ କରି ଲୁଟିନେଲେ ୩୨ ଲକ୍ଷ

Odisha

ବାଲିଯାତ୍ରାରେ ମହାଦୁର୍ନୀତି, ଦୁଇଟି ତୋରଣ କରି ଲୁଟିନେଲେ ୩୨ ଲକ୍ଷ

Jitendra Dash
Browse all articles by Jitendra Dash
·2 years ago·2 min read
ବାଲିଯାତ୍ରାରେ ମହାଦୁର୍ନୀତି, ଦୁଇଟି ତୋରଣ କରି ଲୁଟିନେଲେ ୩୨ ଲକ୍ଷ

ଅର୍ଗସ ବ୍ୟୁରୋ : ସରିଛି କଟକର ଐତିହାସିକ ବାଲିଯାତ୍ର । ଆଉ ବାଲିଯାତ୍ରରେ ହୋଇଛି ଆଖିବୁଜା ଦୁର୍ନୀତି । ଦୁର୍ନୀତି କିପରି ହୋଇଛି ତା ଉପରେ ଟିକେ ନଜର ପକେଇଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଥରେ ନଜର ପକାନ୍ତୁ ବାଲିଯାତ୍ରାରେ ହୋଇଥିବା ଅସ୍ଥାୟୀ ତ୍ୱରଣ ଉପରେ । ଗୋଟିଏ ନେତାଜୀ ସେତୁ ନିକଟ ବେଲଭ୍ୟୁ ଛକରେ ଆଉ ଗୋଟିଏ ନଖରା ପାଖ ବାମ୍ଫକୁଦ ନିକଟରେ ହୋଇଛି । କେବଳ ବାଉଁଶ, ଫ୍ଲେକ୍ସ ଓ କାଗଜ ବୋର୍ଡରେ ତିଆରି କରି ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା । ଗୋଟିଏ ତୋରଣ ପାଇଁ ୧୬ ଲକ୍ଷ ଟଙ୍କା ଅର୍ଥାତ ୨ଟି ତୋରଣ ପାଇଁ ୩୨ ଲକ୍ଷ ଟଙ୍କା ଟେଣ୍ଡର ମାଧ୍ୟମରେ ଧାର୍ଯ୍ୟ ହୋଇଛି । 

 

କେବଳ ସେତିକି ନୁହେଁ ୯୬ ଲକ୍ଷ ଟଙ୍କା ବ୍ୟୟରେ ସିଏମସି ପକ୍ଷରୁ କନସେପ୍ଟ କମ୍ୟୁନିକେସନ ନାମକ ସଂସ୍ଥାକୁ ବାଲିଯାତ୍ରାରେ ଲେଜର ସୋ ପାଇଁ ଟେଣ୍ଡର ଦିଆଯାଇଥିଲା । ଏକ ପ୍ରୋଜେକ୍ଟର ଲଗେଇ ଲେଜର ସୋ କରାଯାଇଥିଲା, ଲୋକେ ଅସନ୍ତୋଷ ପ୍ରକାଶ କରିବାକୁ ପୁଣି ଦୁଇ ଦିନରେ ବନ୍ଦ କରାଯାଇଥିଲା । ସେହିପରି ୨୭ ଲକ୍ଷ ଟଙ୍କାର ଆତସବାଜି ଫୁଟାଇବା ପାଇଁ ବଜେଟ ହୋଇଥିଲା । ପ୍ରତିଟି କାମରେ ଜଳଜଳ ହୋଇ ଦିଶୁଛି ଦୁର୍ନୀତି । ଯାହାକୁ ନେଇ କଂଗ୍ରେସ କର୍ପୋରେଟର ମାନେ ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି । ଏପଟେ ବିଜେପି ମଧ୍ୟ ସିବିଆଇ ତଦନ୍ତ ଦାବି କରିଛି । କେବଳ ସେତିକି ନୁହେଁ କିଛି ବିଜେଡି ନେତା ମଧ୍ୟ ଆରଡିସିଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇ ତଦନ୍ତ ଦାବି କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର

ଚଳିତ ବର୍ଷ ବାଲିଯାତ୍ରା ପାଇଁ ସିଏମସି ପକ୍ଷରୁ ବିଭିନ୍ନ କାମ ପାଇଁ ମୋଟ ୪.୫ କୋଟି ଟଙ୍କାର ବଜେଟ ରଖାଯାଇଥିଲା । ବିଭିନ୍ନ କାମ ପାଇଁ ଟେଣ୍ଡର ମଧ୍ୟ ଡକାଯାଇଥିଲା । ତେବେ ଟେଣ୍ଡର ପ୍ରକ୍ରିୟାର ମୁଖ୍ୟ ଦାୟିତ୍ବରେ ଥିଲେ ନିକଟରେ ବଦଳି ହୋଇଥିବା ସିଏମସିର ନିର୍ବାହୀ ଯନ୍ତ୍ରୀ ଦିବ୍ୟରଞ୍ଜନ ତ୍ରିପାଠୀ । ବାଲିଯାତ୍ରା ଦୁର୍ନୀତି କଥା ସାମ୍ନାକୁ ଆସିବାରି ତରବରିଆ ଭାବେ ମେୟର ଏକ ବାଲିଯାତ୍ରା ତଦନ୍ତ କମିଟି ଗଠନ କରିଛନ୍ତି । 

କମିଟିରେ ଟେଣ୍ଡର ପ୍ରକ୍ରିୟା କରାଇଥିବା ନିର୍ବାହୀ ଯନ୍ତ୍ରୀ ଦିବ୍ୟରଞ୍ଜନ ତ୍ରିପାଠୀଙ୍କୁ ସାମିଲ କରିବାକୁ ନେଇ ଖୋଦ ବିଜେଡି କର୍ପୋରେଟର ତଥା ୱାର୍କସ କମିଟି ମୁଖ୍ୟ ପ୍ରଦୀପ୍ତ ଖୁଣ୍ଟିଆ କହିଛନ୍ତି ଚୋର ହାତରେ ଚାବି କାଠି ଧରାଇଛନ୍ତି ମେୟର । ପୂର୍ବ ବର୍ଷ ବଲିଯାତ୍ରରେ ମଧ୍ୟ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ତେବେ ତେବେ ଦେଖିବାକୁ ବାକିରହିଲା ତଦନ୍ତ ଦିଗ କୋଉ ମୋଡ଼ ନେଉଛି । ତାହା ଆଗମୀ ଦିନରେ ଜଣାପଡିବ । 
 

Sponsored
cuttack bali yatra date 2023 | Argus News