Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବାଲିଯାତ୍ରା ପାଇଁ ବ୍ୟବସାୟୀ ଆରମ୍ଭ କଲେଣି ପ୍ରସ୍ତୁତି

Odisha

ବାଲିଯାତ୍ରା ପାଇଁ ବ୍ୟବସାୟୀ ଆରମ୍ଭ କଲେଣି ପ୍ରସ୍ତୁତି

Jitendra Dash
Browse all articles by Jitendra Dash
·2 years ago·1 min read
ବାଲିଯାତ୍ରା ପାଇଁ ବ୍ୟବସାୟୀ ଆରମ୍ଭ କଲେଣି ପ୍ରସ୍ତୁତି

ଅର୍ଗସ ବ୍ୟୁରୋ : ବାଲିଯାତ୍ରା ପାଇଁ ମହାନଦୀ ପଠାରେ ଆରମ୍ଭ ହେଲାଣି ବ୍ୟବସ୍ୟାୟୀଙ୍କ ପସରା । ହାତରେ ଆଉ ଅଳ୍ପ ଦିନ ଥିବାରୁ ଵ୍ୟଵସ୍ୟାୟୀ ମାନେ ତାଙ୍କ ଜିନିଷପତ୍ର ଧରି ଆରମ୍ଭ କଲେଣି ପ୍ରସ୍ତୁତି । ଅନ୍ୟପଟେ ବାଲିଯାତ୍ରାର ପ୍ଲଟ ନିଲାମ ପକ୍ରିୟା ପ୍ରାୟତଃ ଶେଷ ହୋଇଥିବା ବେଳେ ବଳକା ଥିବା କିଛି ପ୍ଲଟ ନିଲାମ ଆଜି ଓ ଆସନ୍ତା କାଲି କରାଯିବ । ୯୦୦ ବ୍ୟବସ୍ୟାୟୀ ମୋଟ ୧୬୦୦ ରୁ ଉର୍ଦ୍ଧ୍ଵ ପ୍ଲଟ ପାଇଁ ପଞ୍ଜିକରଣ କରିଛନ୍ତି । 

ତେବେ ପ୍ରଶାସନର ନିୟମ ଅନୁଯାୟୀ ସମସ୍ତ ଟଙ୍କା ପୈଠ କରିବା ପରେ ଷ୍ଟଲ ପାଇଁ ବିଦ୍ୟୁତ କଣ୍ଟ୍ରାକ୍ଟରଙ୍କ ସାର୍ଟିଫିକେଟ ଵାଵଦ ଟଙ୍କା ୩୦୦ରୁ ୪୦୦ ଟଙ୍କା ବେଆଇନଭାବେ ଆଦାୟ କରାଯିବାକୁ ନେଇ ଵ୍ୟଵସ୍ୟାୟୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେପଟେ ଟଙ୍କା ନେଉଥିବା କଥା ସ୍ୱୀକାର କରିଛନ୍ତି ଵିଦ୍ୟୁତ ବିଭାଗ ସଂଘ କର୍ମଚାରୀ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଚଳିତ ବର୍ଷ ବାଲିଯାତ୍ରାକୁ ଆକର୍ଷଣୟ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ ଓ କଟକ ମହାନଗର ନିଗମ । ନୂଆ ଦୋଳି ସହ ଟନେଲ ଆକୁଆରିୟମ, କଟକ ଇନ କଟକ ପେବିଲିଅନର ନୂଆ ରୂପ ରେଖ ସହ ପ୍ରତିଦିନ ସନ୍ଧ୍ୟରେ ସଂସ୍କୃତିକ କାର୍ଯ୍ୟକ୍ରମ, ଅଲିଉଡ଼ ଓ ବଲିଉଡର କଳାକାର ମାନଙ୍କ ସଙ୍ଗୀତ ପରିବେଷଣ, ମହାନଦୀ ନୀଳ ଜଳ ରାଶିରେ ଲେଜର ଲାଇଟ ସୋ, ଆତସବାଜି ଆଦି କାର୍ଯ୍ୟକ୍ରମ ହାତକୁ ନେଇଛି ପ୍ରଶାସନ । 

ସେପଟେ ନିଲାମ ପକ୍ରିୟା ସ୍ଵଛତାର ସହ ଚାଲିଥିବା ବେଳେ ବେଆଇନ ଭାବେ ଯଦି କିଏ ଟଙ୍କା ନେଇଛି ତେଣେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ଗତ ବର୍ଷର ବାଲିଯାତ୍ରାରେ ସ୍ୱଚ୍ଛତା ନେଇ ଅନେକ ବିବାଦ ମୁଣ୍ଡ ଟେକି ଥିବା ବେଳେ ଚଳିତ ବର୍ଷ କେତେ ସ୍ଵଛତାର ସହ ବାଲିଯାତ୍ରା ଶେଷ ହେଉଛି ତାହା ଆଗମୀ ଦିନରେ ଜଣାପଡିବ ।
 

Argus Whatsapp Channel Mobile Top
Sponsored
cuttack bali yatra preparation 2023 | Argus News