ପାଖେଇ ଆସିଲାଣି ବାଲିଯାତ୍ରା, କଟକ କମିଶନରେଟ ପୋଲିସ ତରଫରୁ ଜୋରଦାର ପ୍ରସ୍ତୁତି

ଅର୍ଗସ ବ୍ୟୁରୋ : ଆସନ୍ତା ୨୭ ତାରିଖରୁ ଉଭୟ ଉପର ଓ ତଳ ପଡ଼ିଆରେ ଆୟୋଜନ ହେବାକୁ ଯାଉଛି ଐତିହାସିକ ବାଲିଯାତ୍ରା । ଶାନ୍ତି, ଶୃଙ୍ଖଳାର ସହ ବାଲିଯାତ୍ରା ସମାପନ ପାଇଁ କଟକ କମିଶନରେଟ ପୋଲିସର ଲକ୍ଷ୍ୟ । ଏଥିପାଇଁ କଟକ କମିଶନରେଟ ପୋଲିସ ତରଫରୁ କରାଯାଇଛି ଜୋରଦାର ପ୍ରସ୍ତୁତି । ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ବ୍ୟବସ୍ଥା ପରିଚାଳନା, ନିଖୋଜ ଛୋଟ ପିଲାଙ୍କୁ ଉଦ୍ଧାର କରିବା, ବରିଷ୍ଠ ନାଗରିକଙ୍କୁ ସହଯୋଗ କରିବା ଉପରେ ଦିଆଯିବ ଅଧିକ ଗୁରୁତ୍ବ । ଖାସ୍ କରି ଛୋଟ ଛୁଆଙ୍କୁ ବାଲିଯାତ୍ରା ଆଣିବା ସମୟରେ ସେମାନଙ୍କ ପକେଟରେ ଘର ଲୋକଙ୍କ ମୋବାଇଲ୍ ନମ୍ବର ଲେଖିକି ଦେବା ପାଇଁ କଟକ ଡିସିପି କରିଛନ୍ତି ଅପିଲ୍ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅଧିକ ଭିଡ଼ ଦିନେ ଛୋଟ ଛୁଆ ଓ ବରିଷ୍ଠ ଲୋକଙ୍କୁ ନଆଣିବା ପାଇଁ ଡିସିପି ପରାମର୍ଶ ଦେଇଛନ୍ତି । ବାଲିଯାତ୍ରା ସମୟରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ପାଇଁ ଟ୍ରାଫିକ ନିୟନ୍ତ୍ରଣ କରିବା ସବୁଠାରୁ ବଡ ଚ୍ୟାଲେଞ୍ଜ । ଏଥିପାଇଁ ଆସନ୍ତା ୨୭ ତାରିଖରୁ ୪ ତାରିଖ ପର୍ଯ୍ୟନ୍ତ ଟ୍ରାଫିକ କଟକଣା ରହିବ ବୋଲି କହିଛନ୍ତି କଟକ ଡିସିପି ପିନାକ ମିଶ୍ର । ସେହିପରି ବାଲିଯାତ୍ରାରେ ୬୦ ପ୍ଲାଟୁନ ଫୋର୍ସ ହେବେ ମୁତୟନ । ୨୬ଟି ଏଡପୋଷ୍ଟ ଜରିଆରେ ଜନସାଧାରଣଙ୍କୁ ପୋଲିସ କରିବ ସହାୟତା । ଗହଳି ଉପରେ ନଜର ରଖିବାକୁ ୫ଟି ୱାଚ ଟାୱାରର ବ୍ୟବସ୍ଥା କରାଯାଇଛି ।
📱 Get Argus News App
✨ଚଳିତ ବାଲିଯାତ୍ରା ପାଇଁ ପସରା ମେଲାଇଛନ୍ତି ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ବ୍ୟବସାୟୀ । ଚଳିତ ଅନ୍ୟପଟେ ବୈଷ୍ଣବ ପାଣି ମଞ୍ଚ, ଅକ୍ଷୟ ମହାନ୍ତି ମଞ୍ଚ, କଟକ ଇନ କଟକର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଦୋଳି ବ୍ୟବସାୟୀ ବିଭିନ୍ନ ପ୍ରକାରର ଦୋଳି ଲଗେଇଛନ୍ତି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଲୋକଙ୍କ ଭିଡ଼ ଅଧିକ ହେବାକୁ ଥିବା ବେଳେ ଟ୍ରାଫିକ ପରିଚାଳନା, ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ହେଉଛି ପୋଲିସ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ।
