Historic Baliyatra Cuttack / ଆସନ୍ତାକାଲିଠୁ ଐତିହାସିକ କଟକ ବାଲିଯାତ୍ରା; ଉଦ୍ଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
·30 mins ago·2 min read

Key Points
- ରାଷ୍ଟ୍ରପତିଙ୍କ ଆଗମନ ପାଇଁ ଜୋରସୋରରେ ପ୍ରସ୍ତୁତି
- ସରିଲା କାରକେଡ୍ ରିହର୍ସଲ, ଡିଜିପି କଲେ ସମୀକ୍ଷା
- ବାଲିଯାତ୍ରାକୁ ଜଗିବେ ୭୦ ପ୍ଲାଟୁନ୍ ଫୋର୍ସ
- ୧୨୦୦ ସିସିଟିଭି, ୧୦୦ AI କ୍ୟାମେରାରେ ନଜର
କଟକ: ଉତ୍କଳୀୟ ନୌବାଣିଜ୍ୟ ଓ ସଂସ୍କୃତିର ଗୌରବମୟ ଗାଥା । ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି କଟକର ଐତିହାସିକ ବାଲିଯାତ୍ରା । ଏଥର ପ୍ରଥମଥର ପାଇଁ ବାଲିଯାତ୍ରାର ଉଦ୍ଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଥିପାଇଁ ସରିଛି ପ୍ରସ୍ତୁତି । ୧୨୦୦ ସିସିଟିଭି କ୍ୟାମେରା ଓ ୧୦୦ AI କ୍ୟାମେରା ନଜରରେ ରହିବ ସିଲଭର ସିଟି ।
ସୁନ୍ଦର ବେଶରେ ସଜ୍ଜିତ ହୋଇ 'କଳିଙ୍ଗ ତରଙ୍ଗିଣୀ' ଅପେକ୍ଷା କରିଛି ରାଷ୍ଟ୍ରପତିଙ୍କୁ । ଆସନ୍ତାକାଲି ମହାମହିମ ଭୁବନେଶ୍ଵରରୁ ବାହାରି ସିଧାସଳଖ କଟକ ସିଲଭର ସିଟି ବୋଟିଂ କ୍ଲବରେ ପହଞ୍ଚିବେ । ସେଠାରେ 'କଳିଙ୍ଗ ତରଙ୍ଗିଣୀ'ରେ ବସି ମହାମହିମ ମହାନଦୀରୁ ନେଇ ଗଡ଼ଗଡ଼ିଆ ଘାଟକୁ ଯିବେ । ସେଠାରେ ପାରମ୍ପରିକ ଡଙ୍ଗା ଭସାଇବେ ।
ଏଥିସହ ପଢ଼ନ୍ତୁ: ଖାସ୍ ବାଲିଯାତ୍ରା ପାଇଁ ଚାଲିବ ୫୦ଟି ଆମ ବସ୍; ଏଇଠୁ ଚଢିବେ ଯାତ୍ରୀ
ପରେ କଟକ ଇନ୍ କଟକରେ ପ୍ରବେଶ କରି ସିଧାସଳଖ ଯିବେ ଓରମାସ । ତାପରେ ଗଣକବି ବୈଷ୍ଣବ ପାଣିଙ୍କ ମଞ୍ଚରେ ଉଦଘାଟନ କରିବେ ଐତିହାସିକ ବାଲିଯାତ୍ରାକୁ । ରାଷ୍ଟ୍ରପତି ଦ୍ରୌପଦୀଙ୍କ ମୁର୍ମୁଙ୍କ ପାଇଁ ଶାସ୍ତ୍ରୀୟ ସଙ୍ଗୀତ ବି ପରିବେଷଣ କରାଯିବ । ତା ପୂର୍ବରୁ ସୋମବାର ପୂରା ସୁରକ୍ଷାର ସମୀକ୍ଷା କରିଛନ୍ତି ପୋଲିସ ଡିଜି ବିନିୟତୋଷ ମିଶ୍ର ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ନେଇ ପୋଲିସ କରିଛି କାରକେଡ୍ ରିହର୍ସଲ । ରାଜଭବନରୁ କାରକେଡ୍ ବାହାରି କଟକ ସିଲଭର ସିଟି ବୋଟିଂ କ୍ଲବ ଯାଇଥିଲା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କଟକ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ବାଲିଯାତ୍ରାକୁ ଜଗିବେ ୭୦ ପ୍ଲାଟୁନ୍ ଫୋର୍ସ । ୧୨୦୦ ସିସିଟିଭି ଓ ୧୦୦ AI କ୍ୟାମେରା ନଜରରେ ରହିବ ସମଗ୍ର ସହର ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୪ ଓ ୨୫ ତାରିଖ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ୨୪ ତାରିଖ ମଧ୍ୟାହ୍ନ ୧୨ଟା ୩୦ରେ ସେ ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚି ଲୋକଭବନ ଯିବେ ଏବଂ ଅପରାହ୍ଣ ୪ଟାରେ କଟକ ବାଲିଯାତ୍ରା ପରିଦର୍ଶନ କରି ସନ୍ଧ୍ୟାରେ ଲୋକଭବନକୁ ଫେରି ରାତ୍ରୀଯାପନ କରିବେ ।
ଏଥିସହ ପଢ଼ନ୍ତୁ: ସହାୟତାରୁ ବଞ୍ଚିତ ହେବେନି କୌଣସି ଯୋଗ୍ୟ ଚାଷୀ, ରାସନ କାର୍ଡ ନଥିଲେ ବି ମିଳିବ ଅର୍ଥ
୨୫ ତାରିଖରେ ଅଭିନ୍ନଚନ୍ଦ୍ର ହୋମିଓପ୍ୟାଥି କଲେଜର ସମାବର୍ତ୍ତନ ଉତ୍ସବରେ ଯୋଗଦେବା ପରେ ସେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବ୍ଲୁ-ବୁକ୍ ଗାଇଡଲାଇନ୍ ଅନୁସାରେ ରାଜଧାନୀରେ ୪୮ ପ୍ଲାଟୁନ୍ ପୋଲିସ ଫୋର୍ସ ଓ ୧୨୦ ଅଫିସର ମୁତୟନ ରହିବେ । ଭୁବନେଶ୍ୱର ରିଜର୍ଭ ଗ୍ରାଉଣ୍ଡଠାରେ ଡିସିପି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ସହ କାରକେଡ୍ ରିହର୍ସଲ ବି କରାଯାଇଛି ।