Videos
|
Odisha

Historic Baliyatra Cuttack / ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି; ବାଲିଯାତ୍ରାରେ ସାଦା ପୋଷାକରେ ମୁତୟନ ରହିବେ ପୋଲିସ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି; ବାଲିଯାତ୍ରାରେ ସାଦା ପୋଷାକରେ ମୁତୟନ ରହିବେ ପୋଲିସ
Droupadi Murmu's Cuttack Visit

Key Points

ରାଷ୍ଟ୍ରପତିଙ୍କ ପାଇଁ ବ୍ଳୁ ବୁକ୍ ଅନୁଯାୟୀ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଥିବାବେଳେ ବାଲିଯାତ୍ରା ପାଇଁ ଅଲଗା ସୁରକ୍ଷା ବ୍ୟବସ୍ଥା କରାଯାଇଛି । କଟକ ବାଲିଯାତ୍ରାକୁ ଜଗିବେ ୭୦ ପ୍ଲାଟୁନ୍ ପୋଲିସ ଫୋର୍ସ ଓ ୪୦୦ ଅଫିସର । ପଡ଼ିଆରେ ରହିବ ୩୮ଟି ୱାଚ୍ ଟାୱାର ।
କଟକ: ଐତିହାସିକ ବାଲିଯାତ୍ରାକୁ ଆଉ ମାତ୍ର ଗୋଟିଏ ଦିନ ବାକି । ବାତ୍ୟା 'ଅକଭାନ' ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ପଡ଼ିଆର ଅବସ୍ଥା ବେହାଲ ହୋଇଯାଇବା ବେଳେ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପଡ଼ିଆକୁ ମେଳା ଉପଯୋଗୀ କରିବା ପାଇଁ ଚେଷ୍ଟା ଚାଲିଛି ।

ବାଲିଯାତ୍ରାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦଘାଟନ କରିବାକୁ ଥିବାବେଳେ ଏହାର ଗୁରୁତ୍ଵ ବଢି ଯାଇଛି । ଅନ୍ୟପଟେ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ୭୦ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ୧୦୦ ଏଆଇ କ୍ୟାମେରା ନିୟୋଜିତ ହେବ ।

ଶୁଖିଲାଣି କାଦୁଅ

ବର୍ଷା ପରେ ପଡ଼ିଆରୁ ପାଣି ଶୁଖିଛି ଆଉ କାଦୁଅ ମଧ୍ୟ ନାହିଁ । ପ୍ରଶାସନର ତ୍ୱରିତ ପଦକ୍ଷେପ ସହ ରାତିଦିନ ଏକ କରି ଚାଲିଛି ବାଲିଯାତ୍ରା ପ୍ରସ୍ତୁତି । ଚଳିତ ବର୍ଷ ବାଲିଯାତ୍ରାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ହୋଇଥିବାରୁ ଭବ୍ୟ ଢଙ୍ଗରେ ତାଙ୍କୁ ସ୍ୱାଗତ କରିବା ପାଇଁ ସମସ୍ତ ପ୍ରସ୍ତୁତି କରାଯାଉଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: ଆସୁଛି ଡଙ୍ଗାଭସା; ବିନ୍ଦୁସାଗରରେ ଦିଶିବ ଅତୀତ ଗୌରବର ଝଲକ, ଭାସିବ ବିଶାଳ ଡଙ୍ଗା 

ସିଲଭର ସିଟି ବୋଟ କ୍ଲବରେ ପହଞ୍ଚି କଳିଙ୍ଗ ତରଙ୍ଗୀଣି ସ୍ୱତନ୍ତ୍ର ବୋଟରେ ବସି କଟକ ଇନ୍ କଟକକୁ ଆସିବେ । ଏହା ପରେ ବୈଷ୍ଣବ ପାଣି ମଞ୍ଚରେ ପହଁଚି ଐତିହାସିକ ବାଲିଯାତ୍ରାକୁ ଉଦଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଥିପାଇଁ କଳିଙ୍ଗ ତରଣୀ ବୋଟ ପ୍ରସ୍ତୁତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଯେଉଁଥିରେ ରାଷ୍ଟ୍ରପତି ଙ୍କ ସହ ତାଙ୍କ ଝିଅ ଓ ସୁରକ୍ଷାକର୍ମୀ ରହିବେ ।

ସବୁ ବିଧାୟକ, ସାଂସଦଙ୍କୁ ନିମନ୍ତ୍ରଣ

ରାଷ୍ଟ୍ରପତିଙ୍କ ବୋଟକୁ ଏସ୍କର୍ଟ କରି ସମ୍ମୁଖରେ ୭ଟି ବୋଟ ରହିବ । ଭାରତୀୟ ନୌସେନାର ବୋଟ ଆଗେ ରହିବ । ଏହା ସହ ଅଗ୍ନିଶମ ବିଭାଗ, ଓଡ୍ରାଫର ମଧ୍ୟ ବୋଟ ରହିବ । ବାଲିଯାତ୍ରାକୁ ୧୪୭ ବିଧାୟକ ଏବଂ ୨୧ ଜଣ ସାଂସଦଙ୍କୁ ଅତିଥି ଭାବେ ଡକାଯାଇଛି ।

କଟକ ଇନ୍ କଟକରେ କେଏମସିର ୧୫୦ ବର୍ଷ ପୂର୍ତ୍ତିରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିବାବେଳେ ସେଠାରେ ମଧ୍ୟ ବ୍ୟାପକ ଆୟୋଜନ କରାଯାଇଛି । ବାଲିଯାତ୍ରାର ସମସ୍ତ ପ୍ରସ୍ତୁତିର ତଦାରଖ କରିଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓସାହେବ ସିନ୍ଧେ, ସିଏମସି କମିଶନରଙ୍କ ସହ ଅନ୍ୟ ଅଧିକାରୀ ।

ବାଲିଯାତ୍ରା ପାଇଁ ଅଲଗା ସୁରକ୍ଷା

ଅନ୍ୟପଟେ ମହାମହିମ ରାଷ୍ଟ୍ରପତିଙ୍କ ଗସ୍ତ ସହ ବାଲିଯାତ୍ରା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି କଟକ ଡିସିପି । ରାଷ୍ଟ୍ରପତିଙ୍କ ପାଇଁ ବ୍ଳୁ ବୁକ୍ ଅନୁଯାୟୀ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଥିବାବେଳେ ବାଲିଯାତ୍ରା ପାଇଁ ଅଲଗା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ରାଷ୍ଟ୍ରପତିଙ୍କ ଗସ୍ତ ରୁଟ୍‌ରେ ସାଦା ପୋଷାକରେ ମୁତୟନ ହେବେ ପୋଲିସ କର୍ମଚାରୀ । ଏଥିସହ ସ୍ୱତନ୍ତ୍ର ବ୍ୟାରିକେଡିଂ ବ୍ୟବସ୍ଥା ମଧ୍ୟ କରାଯିବ ।

ଏଥିସହ ପଢ଼ନ୍ତୁ: କୁକୁରଙ୍କ ବନ୍ଧ୍ୟାକରଣ ଠପ୍; ଗାଡ଼ି ପଛରେ ଗୋଡ଼ାଇ ଘଟାଉଛନ୍ତି ଦୁର୍ଘଟଣା 

ପଡ଼ିଆରେ ୩୮ଟି ୱାଚ୍ ଟାୱାର

କଟକ ବାଲିଯାତ୍ରାକୁ ଜଗିବେ ୭୦ ପ୍ଲାଟୁନ୍ ପୋଲିସ ଫୋର୍ସ ଓ ୪୦୦ ଅଫିସର । ପଡ଼ିଆରେ ରହିବ ୩୮ଟି ୱାଚ୍ ଟାୱାର । ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବାକୁ ୧୨୦୦ ସିସିଟିଭି ସହ ୧୦୦ଟି ଏଆଇ କ୍ୟାମେରା ଲଗାଯିବ । ଯେଉଁଥିରେ ଅପରାଧୀଙ୍କ ଫଟୋ ସହ ସମ୍ପୂର୍ଣ୍ଣ ତଥ୍ୟ ରହିଛି । ଯଦି ଅପରାଧୀମାନେ ବାଲିଯାତ୍ରାକୁ ଆସିବେ ତେବେ ଚିହ୍ନଟ ହେବେ ।