Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଘରକରଣା ସାମଗ୍ରୀ କିଣିବାକୁ ତଳ ଓ ଉପର ପଡିଆରେ ଲାଗିଛି ଲୋକଙ୍କ ଭିଡ଼

Odisha

ଘରକରଣା ସାମଗ୍ରୀ କିଣିବାକୁ ତଳ ଓ ଉପର ପଡିଆରେ ଲାଗିଛି ଲୋକଙ୍କ ଭିଡ଼

Jitendra Dash
Browse all articles by Jitendra Dash
·2 years ago·1 min read
ଘରକରଣା ସାମଗ୍ରୀ କିଣିବାକୁ ତଳ ଓ ଉପର ପଡିଆରେ ଲାଗିଛି ଲୋକଙ୍କ ଭିଡ଼

ଅର୍ଗସ ବ୍ୟୁରୋ : ସରିଛି ବାଲିଯାତ୍ରା ହେଲେ ସରିନି କିଣାବିକା । ବାଲିଯାତ୍ରା ଶେଷ ହେବାର ଦୁଇ ଦିନ ପରେ ମଧ୍ୟ ଘରକରଣା ସାମଗ୍ରୀ କିଣିବାକୁ ବଲିଯାତ୍ରା ତଳ ଓ ଉପର ପଡିଆରେ ଲାଗୁଛି ଲୋକଙ୍କ ଭିଡ଼ । ବିଶେଷ କରି ଗୃହିଣୀମାନେ ବିଭିନ୍ନ ସାମଗ୍ରୀ କିଣାକିଣି କରିବା ପାଇଁ ବାଲିଯାତ୍ରାକୁ ଅପେକ୍ଷା କରି ରହିଥାନ୍ତି । ବର୍ଷକୁ ଥରେ ହେଉଥିବା ବାଲିଯାତ୍ରା ମେଳାରେ ଘରକରଣା ସାମଗ୍ରୀର ବେଶ ଚାହିଦା ରହିଥାଏ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଅନ୍ୟ ସମୟରେ ମିଳୁନଥିବା ଏହି ଘର କରଣା ସମଗ୍ରୀ କିଣିବା ପାଇଁ ମେଳା ପଡ଼ିଆରେ ଗୃହିଣୀଙ୍କ ଭିଡ଼ ଜମେ । ଆଉ ବାଲିଯାତ୍ରା ସରିବା ପରେ ବି ଭିଡ କମ୍ ହୋଇନି । ଯୁଗ ସିନା ଆଧୁନିକ ହେଲେ ସେ ପାରମ୍ପରିକ ଜିନିଷର ବେଶ ଚାହିଦା । ଯାହା ଏହି ବାଲିଯାତ୍ରା ପଡ଼ିଆରେ ଦେଖିବାକୁ ମିଳେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆଠଗଡ଼ ତିଗିରିଆର ଝାଡୁ ଓ କୁଲା ବାଉଁସିଆ ସେହିପରି ମୁଗୁନି ପଥରରେ ତିଆରି ହୋଇଥିବା ଚକେଇ, ଶୀଳ, ଚନ୍ଦନପେଡି ଏବଂ ଅନ୍ୟ ସମଗ୍ରୀ ନେବା ପାଇଁ ଲୋକଙ୍କ ଭିଡ଼ ଜମୁଛି । ପାଗ ଖରାପ ବା ବର୍ଷା ଯୋଗୁଁ ବ୍ୟବସାୟ ପ୍ରଭାବିତ ହୋଇଛି, ହେଲେ ପାଗ ଭଲ ହେଲେ ବ୍ୟବସାୟ ବଢ଼ିବ ବୋଲି ଆଶା ରଖିଛନ୍ତି ବ୍ୟବସାୟୀ । ଅନ୍ୟପଟେ ବାଲିଯାତ୍ର ଶେଷ ହେବା ପରେ ଅଧିକାଂଶ ବ୍ୟବସାୟୀ ଫେରିଯାଇଛନ୍ତି । 

Sponsored
Cuttack Baliyatra festival | Argus News