Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆସନ୍ତା ୨୭ରେ ବାଲିଯାତ୍ରା, ଜାରି ରହିଛି ଜୋରଦାର ପ୍ରସ୍ତୁତି

Jitendra Dash
Browse all articles by Jitendra Dash
·2 years ago·1 min read
ଆସନ୍ତା ୨୭ରେ ବାଲିଯାତ୍ରା, ଜାରି ରହିଛି ଜୋରଦାର ପ୍ରସ୍ତୁତି

ଅର୍ଗସ ବ୍ୟୁରୋ : ଆସନ୍ତା ୨୭ରେ ହେବାକୁ ଥିବା ଐତିହାସିକ ବାଲିଯାତ୍ରା ପାଇଁ ଜାରି ରହିଛି ଜୋରଦାର ପ୍ରସ୍ତୁତି । ବାଲିଯାତ୍ରା ତଳ ପଡ଼ିଆରେ ମାଟି ସମତଳ, ଧୂଳି ନଉଡିବା ପାଇଁ କେମିକାଲ୍ ସିଞ୍ଚନ, ଲାଇନ କାମ, ବୈଷ୍ଣବ ପାଣି ମଞ୍ଚ ପ୍ରସ୍ତୁତି, କଟକ ଇନ୍ କଟକକୁ ନୂଆ ରୂପ ରେଖ ଦବା ପାଇଁ ଚାଲିଛି ରଙ୍ଗ କାମ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଚଳିତ ବର୍ଷ କଟକ ଇନ୍ କଟକରେ ଗ୍ରାମାଅଞ୍ଚଳର ଥିମ କରିବା ପାଇଁ ଚିନ୍ତା କରିଛି ଜିଲ୍ଲା ପ୍ରଶାସନ । ସେପଟେ ବ୍ୟବସାୟୀଙ୍କ ପାଇଁ ପ୍ଲଟ ନିଲାମ ପକ୍ରିୟା ଶେଷ ହୋଇଛି । ଯେଉଁ ପ୍ଲଟ ଗୁଡିକ ନିଲାମ ହୋଇନାହିଁ ସେ ଗୁଡିକୁ ଖୁବଶୀଘ୍ର ସ୍ବତନ୍ତ୍ର ନିଲାମ ପକ୍ରିୟା ଜରିଆରେ ନିଲାମ କରାଯିବ ବୋଲି କହିଛନ୍ତି କଟକ ଜିଲ୍ଲାପାଳ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ବାଲିଯାତ୍ର ପଡିଆରେ ପହଁଞ୍ଚି ସାରିଲେଣି ଦୋଳି ବ୍ୟବସାୟୀ । ଚଳିତ ବର୍ଷ ବାଲିଯାତ୍ରର ମୁଖ୍ୟ ଆକର୍ଷଣ ହେବାକୁ ଯାଉଛି ଟନେଲ୍ ଆକ୍ବାରିୟମ । ବାଲିଯାତ୍ରାର ସଂସ୍କୃତିକ ସନ୍ଧ୍ୟାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ବଲିଉଡର ନାମୀ ଦାମୀ ସିଙ୍ଗରଙ୍କୁ ଆଣିବା ପାଇଁ ଯୋଜନା କରିଛି ଜିଲ୍ଲା ପ୍ରଶାସନ ।

Sponsored
cuttack baliyatra preparation 2023 | Argus News