Baliyatra Third Evening / ଆଜି ବାଲିଯାତ୍ରାରେ ଜମିବ ମ୍ୟୁଜିକ୍ ନାଇଟ୍; ବଲିଉଡ୍ ଗାୟକଙ୍କ ସହ ଧମାଲ୍ କରିବେ ଓଡ଼ିଆ କଣ୍ଠଶିଳ୍ପୀ
·35 mins ago·3 min read

Key Points
ଆଜି ଜମିବ ବଲିଉଡର ତୃତୀୟ ସନ୍ଧ୍ୟା
ଆସୁଛନ୍ତି ବଲିଉଡର ଲୋକପ୍ରିୟ ସିଙ୍ଗର
ଗାଇଛନ୍ତି ଅନେକ ହିଟ୍ ଗୀତ
ସେପଟେ ଓଡ଼ିଆ ଗାୟକ ବି ଧୁମ୍ କରିବେ
ଆସୁଛନ୍ତି ବଲିଉଡର ଲୋକପ୍ରିୟ ସିଙ୍ଗର
ଗାଇଛନ୍ତି ଅନେକ ହିଟ୍ ଗୀତ
ସେପଟେ ଓଡ଼ିଆ ଗାୟକ ବି ଧୁମ୍ କରିବେ
କଟକ: ସନ୍ଧ୍ୟା ହେଲେ ବାଲିଯାତ୍ରା ପଡ଼ିଆରେ ଜମୁଛି ଲୋକଙ୍କ ଭିଡ଼। ବୁଲାବୁଲି ସହ କିଣାକିଣିର ମଜା ନେଉଛନ୍ତି ଦର୍ଶକ । ରଙ୍ଗବେରଙ୍ଗ ଆଲୋକ ମାଳା ସହ ନୂଆ ରୂପରେ ସଜେଇ ହୋଇଛି ସିଲଭର ସିଟି । ତେବେ ଆଜି ଐତିହାସିକ ବାଲିଯାତ୍ରାର ତୃତୀୟ ସନ୍ଧ୍ୟାରେ ଗଣକବି ବୈଷ୍ଣବ ପାଣି ମଞ୍ଚ ଓ ଅକ୍ଷୟ ମହାନ୍ତି ମଞ୍ଚରେ ବଲିଉଡ ଓ ଓଲିଉଡର ଦୁଇ ବିଶିଷ୍ଟ କଣ୍ଠଶିଳ୍ପୀ ସଙ୍ଗୀତ ପରିବେଷଣ କରିବେ ।
ସେହିପରି ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ଗାୟକ ଶଶାଙ୍କ ଶେଖର ମଧ୍ୟ ନିଜର ସଙ୍ଗୀତ ପରିବେଷଣ କରିବେ । ତାଙ୍କର କିଛି ଲୋକପ୍ରିୟ ସଙ୍ଗୀତ ମଧ୍ୟରେ ଦିନେ ଫୁଟିଥିଲା ଫୁଲ (ତୁ କହିବୁ ନା ମୁଁ), ଚାନ୍ଦର ଚାନ୍ଦିନୀ ପରି (ଗୁପଚୁପ୍), ଚାନ୍ଦ ନା ତୁମେ ତାରା, ମରିବାକୁ ସିନା, କିଛି ପ୍ରେମ ହେଇସାରିଛି ଭଳି ଗୀତ ଦର୍ଶକଙ୍କ ମଧ୍ୟରେ ବେଶ ଆଦୃତ ଲାଭ କରିଛି ।
ପଢନ୍ତୁ ଏହି ଖବର: ଆଲୋକମାଳାରେ ଝଲସିଲା କଟକ, ରାଷ୍ଟ୍ରପତିଙ୍କ ହାତରେ ଉଦ୍ଘାଟିତ ହେଲା ବିଶ୍ୱପ୍ରସିଦ୍ଧ ବାଲିଯାତ୍ରା
ସେହିପରି କଟକ ମହାନଗର ନିଗମର ୧୫୦ ବର୍ଷର ଗୌରବମୟ ଯାତ୍ରାକୁ ନେଇ ‘କଟକ ଇନ୍ କଟକ’ରେ ସ୍ଥାନ ପାଇଛି ଆଉ ଏକ ସ୍ୱତନ୍ତ୍ର ପାଭିଲିଅନ୍ । କଟକର ଐତିହ୍ୟ ଓ ଗୌରବ ସମ୍ପର୍କରେ ଅବଗତ ହେଉଛନ୍ତି ଦର୍ଶକ । ‘ବାଉନ ବଜାର, ତେପନ ଗଳି’ର କଥା ହେଉ, ‘ଉତ୍କଳ ଦୀପିକା’ର କଥା ହେଉ କି ଆଧୁନିକ କଟକର କଥା, ସବୁକିଛି ଏଠାରେ ସ୍ଥାନ ପାଇଛି । ଏକ୍ସପେରିଏନ୍ସ ଜୋନ୍ ସହ ଏକ ସ୍ୱତନ୍ତ୍ର ଟନେଲ୍ରେ କଟକର ଇତିହାସ ସ୍ଥାନିତ ହୋଇଛି । ମଧୁବାବୁ ଓ ଗୋପବନ୍ଧୁଙ୍କ କଟକ ପ୍ରତି ଅବଦାନ ସହ ଯାତ୍ରା, ପୁସ୍ତକମେଳା ଓ ସାଂସ୍କୃତିକ ମଞ୍ଚ ଏହି ପାଭିଲିଅନ୍ର ଆକର୍ଷଣ ବଢ଼ାଇଛି । ଏସବୁକୁ ଦେଖିବା ସହ ଫଟୋ ଉଠାଇ ମଜା ନେଉଛନ୍ତି ବାଲିଯାତ୍ରାକୁ ଆସୁଥିବା ଦର୍ଶକ ।
- ଆଜି ଆସିବେ ଏହି ସେଲିବ୍ରିଟି
KATAKA, GET READY FOR ANOTHER BIG NIGHT OF MUSIC! 🔥🎶 On 26th November, Shasank Sekhar & Team take the stage at Akshaya Mohanty Mancha, while Papon & Team bring their musical magic to Ganakabi Baishnaba Pani Mancha! From soulful Odia melodies to unforgettable Bollywood hits, get ready for a night that has something for every music lover. 📅 26 November 2026 #BaliJatra2026 #Papon #ShasankSekhar #Kataka #Odisha
— Historic Balijatra Kataka (@katakabalijatra) November 26, 2026
ସେହିପରି ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ଗାୟକ ଶଶାଙ୍କ ଶେଖର ମଧ୍ୟ ନିଜର ସଙ୍ଗୀତ ପରିବେଷଣ କରିବେ । ତାଙ୍କର କିଛି ଲୋକପ୍ରିୟ ସଙ୍ଗୀତ ମଧ୍ୟରେ ଦିନେ ଫୁଟିଥିଲା ଫୁଲ (ତୁ କହିବୁ ନା ମୁଁ), ଚାନ୍ଦର ଚାନ୍ଦିନୀ ପରି (ଗୁପଚୁପ୍), ଚାନ୍ଦ ନା ତୁମେ ତାରା, ମରିବାକୁ ସିନା, କିଛି ପ୍ରେମ ହେଇସାରିଛି ଭଳି ଗୀତ ଦର୍ଶକଙ୍କ ମଧ୍ୟରେ ବେଶ ଆଦୃତ ଲାଭ କରିଛି ।
- ସବୁଠୁ ଚର୍ଚ୍ଚାରେ ‘କଟକ ଇନ୍ କଟକ’
ପଢନ୍ତୁ ଏହି ଖବର: ଆଲୋକମାଳାରେ ଝଲସିଲା କଟକ, ରାଷ୍ଟ୍ରପତିଙ୍କ ହାତରେ ଉଦ୍ଘାଟିତ ହେଲା ବିଶ୍ୱପ୍ରସିଦ୍ଧ ବାଲିଯାତ୍ରା
ସେହିପରି କଟକ ମହାନଗର ନିଗମର ୧୫୦ ବର୍ଷର ଗୌରବମୟ ଯାତ୍ରାକୁ ନେଇ ‘କଟକ ଇନ୍ କଟକ’ରେ ସ୍ଥାନ ପାଇଛି ଆଉ ଏକ ସ୍ୱତନ୍ତ୍ର ପାଭିଲିଅନ୍ । କଟକର ଐତିହ୍ୟ ଓ ଗୌରବ ସମ୍ପର୍କରେ ଅବଗତ ହେଉଛନ୍ତି ଦର୍ଶକ । ‘ବାଉନ ବଜାର, ତେପନ ଗଳି’ର କଥା ହେଉ, ‘ଉତ୍କଳ ଦୀପିକା’ର କଥା ହେଉ କି ଆଧୁନିକ କଟକର କଥା, ସବୁକିଛି ଏଠାରେ ସ୍ଥାନ ପାଇଛି । ଏକ୍ସପେରିଏନ୍ସ ଜୋନ୍ ସହ ଏକ ସ୍ୱତନ୍ତ୍ର ଟନେଲ୍ରେ କଟକର ଇତିହାସ ସ୍ଥାନିତ ହୋଇଛି । ମଧୁବାବୁ ଓ ଗୋପବନ୍ଧୁଙ୍କ କଟକ ପ୍ରତି ଅବଦାନ ସହ ଯାତ୍ରା, ପୁସ୍ତକମେଳା ଓ ସାଂସ୍କୃତିକ ମଞ୍ଚ ଏହି ପାଭିଲିଅନ୍ର ଆକର୍ଷଣ ବଢ଼ାଇଛି । ଏସବୁକୁ ଦେଖିବା ସହ ଫଟୋ ଉଠାଇ ମଜା ନେଉଛନ୍ତି ବାଲିଯାତ୍ରାକୁ ଆସୁଥିବା ଦର୍ଶକ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories