Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କଟକ ବାରବାଟୀରେ ଏଥରେ ମହା ଲଢେଇ

Jitendra Dash
Browse all articles by Jitendra Dash
·2 years ago·2 min read
କଟକ ବାରବାଟୀରେ ଏଥରେ ମହା ଲଢେଇ

ଅର୍ଗସ ବ୍ୟୁରୋ : ବର୍ତ୍ତମାନ କଟକ ବାରବାଟୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରୁଛନ୍ତି ବିଜେପି, ବିଜେଡି ଓ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ । କଟକ ସହରରେ ଆରମ୍ଭ ହୋଇଥିବା ଯାଇକା ପ୍ରକଳ୍ପ, ବକ୍ସ ଡ୍ରେନ ପ୍ରକଳ୍ପ, ଶିଶୁ ଭବନର ଉନ୍ନତିକରଣ, ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନର ସୌନ୍ଦର୍ଯ୍ୟକରଣ, ପୁରୁଣା ଜେଲର ସୌନ୍ଦର୍ଯ୍ୟକରଣ ଭଳି କାର୍ଯ୍ୟର ଭିତ୍ତିପ୍ରସ୍ତର କାର୍ଯ୍ୟ ବିଜେପି ଅମଳରେ ଆରମ୍ଭ ହୋଇଥିଲା ବୋଲି ବିଜେପି ଦୃଢ଼ୋକ୍ତି ପ୍ରକାଶ କରିଛି । 

କଟକ ବାରବାଟୀ ଆସନରେ ୧୯୯୫ ରୁ ୨୦୦୯ ପର୍ଯ୍ୟନ୍ତ ବିଜେପି ବିଧାୟକ ଥିଲେ ସମୀର ଦେ । ସେ ନଗର ଉନ୍ନୟନ ମନ୍ତ୍ରୀ ଥିବା ସମୟରେ ଏହି ସବୁ ଉନ୍ନତିମୂଳକ କାର୍ଯ୍ୟର ପରିକଳ୍ପନା କରିଥିଲେ ବୋଲି କହିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର । ୨୦୦୯ ପରଠାରୁ ବିଜେଡି ସରକାର କିଛି ନୂତନ ପରିକଳ୍ପନା କରିନାହିଁ । ତେବେ ବିଜେପି ଶାସନକୁ ଆସିଲେ  କଟକ ସହରର ଆହୁରି ଅଧିକ ବିକାଶ ହେବ ବୋଲି କହିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ । 

ସେପଟେ ୨୦୦୯ ରୁ ୧୦୧୯ ପର୍ଯ୍ୟନ୍ତ ବିଜେଡି ଦଖଲରେ ଥିବା କଟକ ବାରବାଟୀ ଆସନ ୧୦୧୯ ରେ କଂଗ୍ରେସ କବଜାକୁ ଯାଇଥିଲା । ସେବେଠାରୁ ଏ ପର୍ଯ୍ୟନ୍ତ କଟକ ସହରରେ ଯାହା ବି ବିକାଶ ହୋଇଛି ତାହା କଂଗ୍ରେସ ଅମଳରେ ହୋଇଛି ବୋଲି କହି ନିର୍ବାଚନ ପ୍ରଚାର କରୁଛନ୍ତି କଂଗ୍ରେସ ବିଧାୟିକା ପ୍ରାର୍ଥୀନୀ ସୋଫିଆ ଫିର୍ଦୋସ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର

କେବଳ ଏତିକି ନୁହେଁ କଂଗ୍ରେସ ଶାସନକୁ ଆସିଲେ କଟକ ସହରକୁ ସ୍ମାର୍ଟ ସିଟି କରିବା ପାଇଁ ଉଦ୍ୟମ କରାଯିବା ସହ ବେରୋଜଗାର ଦୂରୀକରଣ ଭଳି ଅନେକ ଉନ୍ନତିମୂଳକ କାର୍ଯ୍ୟ କରାଯିବ ବୋଲି କଂଗ୍ରେସ ନିଜର ଇସ୍ତାହାରରେ କହିଛି । ଅନ୍ୟପଟେ କଂଗ୍ରେସର ଏହି ମନ୍ତବ୍ୟକୁ କଡା ସମାଲୋଚନା କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ବେହେରା । ସହରବାସୀ କାହା ସପକ୍ଷରେ ଭୋଟ ଦେବେ ତାହା ଜୁନ ୪ରେ ଜଣା ପଡ଼ିବ । 

Sponsored
cuttack barabati assembly election | Argus News