Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାରବାଟୀ ଷ୍ଟାଡିୟମ ନବକଳେବର ବିବାଦରେ ପଡୁନି ପୂର୍ଣ୍ଣଛେଦ

Jitendra Dash
Browse all articles by Jitendra Dash
·2 years ago·1 min read
ବାରବାଟୀ ଷ୍ଟାଡିୟମ ନବକଳେବର ବିବାଦରେ ପଡୁନି ପୂର୍ଣ୍ଣଛେଦ

ଅର୍ଗସ ବ୍ୟୁରୋ : ବାରବାଟୀ ଷ୍ଟାଡିୟମ ନବକଳେବର ବିବାଦରେ ପଡୁନି ପୂର୍ଣ୍ଣଛେଦ । ୭୦୦ କୋଟି ବ୍ୟୟରେ ଷ୍ଟାଡିୟମ ପୁନଃନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ ଏହାକୁ ବିରୋଧ କରିଛି ଭୈରବ ଚନ୍ଦ୍ର ମହାନ୍ତି ସ୍ମୃତି ସଂସଦ । ଷ୍ଟାଡିୟମ ଭାଙ୍ଗି ନୂଆ ରୂପ ଦେବା ପାଇଁ ରାଜ୍ୟ ସରକାର, ବିସିସିଆଇ ଓ ଓସିଏ ଷ୍ଟାଡିଅମକୁ ନୂଆ ରୂପ ଦେବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ।  

ଓଡ଼ିଆଙ୍କ ବିଶ୍ୱାସ ଓ ଐତିହ୍ୟ କୀର୍ତ୍ତୀରାଜି ସହିତ ଜଡିତ ରହିଛି ବାରବାଟୀ ଷ୍ଟାଡିୟମ । ବାରବାଟୀ ଷ୍ଟାଡିୟମର ଐତିହ୍ୟ ଓ କୀର୍ତ୍ତିରାଜିକୁ ଅକ୍ଷୁଣ୍ଣ ରଖି ରୂପାନ୍ତରଣ କରିବାକୁ ସଂଘ ଦାବି କରିଛି । ଏହାସହ ଷ୍ଟାଡିୟମରେ ସ୍ୱର୍ଗତ ଭୈରବ ଚନ୍ଦ୍ର ମହାନ୍ତିଙ୍କ ଏକ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ସ୍ମୃତି ସଂସଦର କର୍ମକର୍ତ୍ତା ଦାବି କରିଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୧୯୫୦ ମସିହାରେ ନିର୍ମିତ ହୋଇଥିଲା ଐତିହାସିକ ବାରବାଟୀ ଷ୍ଟାଡିୟମ। । ସରକାରୀ ଅନୁଦାନ ବିନା ସେତେବେଳ ବାରବାଟୀ ରାଫେଲ୍‌ ନାମରେ ଏକଟଙ୍କିଆ ଟିକେଟ କରି ଉଦ୍ୟୋକ୍ତାମାନେ ସାଇକେଲରେ ଦୁଆର ଦୁଆର ବୁଲି ଟିକେଟ ବିକ୍ରି କରି ଅର୍ଥ ସଂଗ୍ରହ କରିଥିଲେ । ରାଜ୍ୟ ସରକାର, ବି.ସି.ସି.ଆଇ ଏବଂ ଓ.ସି.ଏ ଏହି ଦିଗରେ ପୁନଃ ଚିନ୍ତା କରିବାକୁ ଦାବି କରିଛନ୍ତି ସଂଘ ସଦସ୍ୟ । 

Sponsored
cuttack barabati stadium issues | Argus News