Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଠିକାଦାରଙ୍କୁ ପୋଷିବା ପାଇଁ ଐତିହ୍ୟ ସଂପନ୍ନ ବାରବାଟୀକୁ ନିଶ୍ଚିହ୍ନ ନକରାଯାଉ

Jitendra Dash
Browse all articles by Jitendra Dash
·2 years ago·3 min read
ଠିକାଦାରଙ୍କୁ ପୋଷିବା ପାଇଁ ଐତିହ୍ୟ ସଂପନ୍ନ ବାରବାଟୀକୁ ନିଶ୍ଚିହ୍ନ ନକରାଯାଉ

ଅର୍ଗସ ବ୍ୟୁରୋ : ଗତ ୨୪ ବର୍ଷରେ କ୍ରିକେଟ, ଫୁଟବଲ, ହକି ସମେତ ଅନ୍ୟାନ୍ୟ ଖେଳକୁଦରେ ‘ଫରଫର୍ମିଙ୍ଗ ରାଜ୍ୟରୁ ପାର୍ଟିସିପେଟିଙ୍ଗ ରାଜ୍ୟ’କୁ ପରିଣତ ହୋଇଛି ଓଡିଶା ରାଜ୍ୟ । ଏହା ହେଉଛି ନବୀନ ସରକାରର ବଡ ବିଫଳତା । ଜାତୀୟ କ୍ରିକେଟ ଟିମରେ ଓଡିଶାର ଜଣେ ହେଲେ ଖେଳାଳୀ ସ୍ଥାନ ପାଇନାହାନ୍ତି । ଏପରିକି ଆଇପିଏଲରେ ମଧ୍ୟ ସ୍ଥାନିତ ହୋଇନାହାନ୍ତି । ରଣଜୀ ପ୍ରତିଯୋଗିତାରେ ଓଡିଶା ତଳଆଡୁ ସ୍ଥାନିତ ହେଉଛି । ଫୁଟବଲ, ଭଲିଭଲ, କବାଡି ଆଦି ଖେଳରେ ଓଡିଶା ବହୁ ପଛରେ । ଓଡିଶାରେ ଥିବା ସମସ୍ତ ଫୁଟବଲ ଆକାଡେମୀ ଆଜି ଅଚଳ । ଏପରିକି ଓସିଏ ଦ୍ୱାରା ପରିଚାଳିତ କ୍ରିକେଟ ଆକାଡେମୀ ଗତ ୩ ବର୍ଷ ଧରି ବନ୍ଦ ପଡିଛି । ତୃଣମୁଳ ସ୍ତରରେ ଖେଳାଳୀ ସୃଷ୍ଟି କରୁଥିବା କ୍ଲବଗୁଡିକୁ ରାଜ୍ୟ ସରକାର କୌଣସି ଅନୁଦାନ ବା ସହାୟତା ଦେଉନାହାନ୍ତି । 

ରାଜ୍ୟ ସରକାରଙ୍କ ଚକ୍ରାନ୍ତ ପାଇଁ ଆଜି ଓଡିଶାରେ କ୍ରିକେଟ ସମେତ ଫୁଟବଲ ଏବଂ ଅନ୍ୟ ଖେଳାଳୀଙ୍କ ମରୁଡି ସୃଷ୍ଟି ହୋଇଛି । ଜାତୀୟ ଆଥଲେଟିକ ମିଟରେ ଓଡିଶାର ସ୍ଥାନ ସର୍ବଭାରତୀୟ ସ୍ତରରେ ୧୭ ରୁ ୨୦ ଭିତରେ । ଆଜି ପର୍ଯ୍ୟନ୍ତ ଜଣେ ହେଲେ ବି ବ୍ୟକ୍ତିଗତ ଅଲଂପିକ ପଦକ ଓଡିଶାକୁ ମିଳିନାହିଁ । କ୍ରୀଡା ଛାତ୍ରାବାସରେ ଥିବା ଖେଳାଳିଙ୍କୁ ମିଳୁଥିବା ଷ୍ଟାଇପେଂଡ ପରିମାଣ ସବୁଠୁ କମ୍ । ଭିତିଭୁମିର ଅଭାବ କାରଣରୁ ଖେଳାଳିଙ୍କ ପ୍ରତିଭା ବିକଶିତ ହୋଇପାରୁନାହିଁ । ସ୍କୁଲ ଓ କଲେଜରେ ଖେଳ ଶିକ୍ଷକ ପଦବୀ ଖାଲି ପଡିଛି । କ୍ରୀଡାବିତଙ୍କ ପାଇଁ ଥିବା ସରକାରୀ ଚାକିରୀ କୋଟାକୁ ପୂରଣ କରାଯାଉନାହିଁ । କିନ୍ତୁ ରାଜ୍ୟ ସରକାର ଭଲ ଖେଳାଳି ସୃଷ୍ଟି କରିବା ପାଇଁ ଆନ୍ତରିକତା ନରଖି କେବଳ ଭିତିଭୁମି, କୋଠାବାଡି, ଷ୍ଟାଡିୟମ ନିର୍ମାଣ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି । ଏହାର ମୁଳ କାରଣ ହେଉଛି ଠିକାଦାରଙ୍କୁ ପୋଷି ବିପୁଳ ମାତ୍ରାରେ ଶହ ଶହ କୋଟି ଟଙ୍କା ଲୁଟ୍ କରିବା । ବର୍ତମାନ ବାରିବାଟୀ ନବୀକରଣ ନାଁରେ ଐତିହ୍ୟ, ସ୍ମୃତିଗୁଡିକୁ ଭାଙ୍ଗିବାକୁ ମସୁଧା କରୁଛନ୍ତି ରାଜ୍ୟ ସରକାର । ଠିକାଦାରଙ୍କୁ ପୋଷିବା ପାଇଁ ଓଡିଶାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରୁଥିବା ଐତିହ୍ୟ ସଂପନ୍ନ ବାରବାଟୀକୁ ନିଶ୍ଚିହ୍ନ ନକରାଯାଉ ବୋଲି ବିଧାୟକ ତଥା ରାଜ୍ୟ ଉପସଭାପତି ତଥା ପୂର୍ବତନ ରଣଜୀ ଖେଳାଳି ଶ୍ରୀ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ନିଷ୍ପତି କ୍ରୀଡାବିତଙ୍କ ମନକୁ ଆନ୍ଦୋଳିତ କରୁଛି । ବିଜେଡି ସରକାର ଇଭେଂଟ ମ୍ୟାନେଜମେଂଟ କଂପାନୀ ଏବଂ ନବୀନ ପଟ୍ଟନାୟକ ଜଣେ ଠିକାଦାରମାନଙ୍କ ଶୁଭଚିନ୍ତକ । ଖେଳ ଓ କ୍ରୀଡାର ପ୍ରସାର ଆଳରେ ବ୍ୟାପକ ମାତ୍ରାରେ ଶହ ଶହ କୋଟି ଟଙ୍କାର ରାଜସ୍ୱ ଖର୍ଚ୍ଚ କରି ଠିକାଦାରମାନଙ୍କୁ ପୋଷାଯାଉଛି । ରାଜ୍ୟ ସରକାର ଠିକାଦାରମାନଙ୍କ ପାଇଁ କ୍ରୀଡା ଓ କ୍ରୀଡାବୀତଙ୍କୁ ଅବହେଳା ନକରନ୍ତୁ । ଭଲ ଖେଳାଳି ସୃଷ୍ଟି ହେଲେ ଓଡିଶାର ସୁନାମ ଆସିବ । ନିର୍ବାଚନ, ଭୋଟ, ପ୍ରଚାର ଏବଂ ଘୋଷଣା ସର୍ବସ୍ୱ ବିଜେଡି ସରକାର ଠିକାଦାରମାନଙ୍କ ଜରିଆରେ ମୋଟା ପିସି ଆଦାୟ କରୁଛି । ନିର୍ମିତ ଓ ନିର୍ମାଣାଧିନ ଅନେକ ଷ୍ଟାଡିୟମ ଭାଙ୍ଗିଯିବାର ଦୃଶ୍ୟମାନ ହେଉଛି । ଡିଏମଏଫ ଫଣ୍ଡର ମଧ୍ୟ ଅପବ୍ୟବହାର କରାଯାଇ ଠିକାଦାରମାନଙ୍କୁ ପୋଷାଯାଇଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପୂର୍ବରୁ ବାରବାଟୀରେ ଭିତିଭୂମି, ଆନୁସଙ୍ଗିକ ନଥାଇ ମଧ୍ୟ ଓଡିଶା କ୍ରିକେଟ ଦଳରୁ ଦେବାଶିଷ ମହାନ୍ତି, ଶିବସୁନ୍ଦର ଦାସ ଓ ସଞ୍ଜୟ ରାଉଳଙ୍କ ଭଳି ଖେଳାଳି ଭାରତବର୍ଷକୁ ପ୍ରତିନିଧିତ୍ୱ କରିଛନ୍ତି । ଏହାଛଡା ପ୍ରଭଞ୍ଜନ ମଲ୍ଲିକ ଓ ସଞ୍ଜୟ ଶତପଥୀ ‘ଭାରତୀୟ ଏ’ ଟିମ୍‌ରେ ଖେଳୁଥିଲେ । ୧୯୯୪ ରୁ ୯୯ଭିତରେ ଓଡ଼ିଶାର ୩ଜଣ ଖେଳାଳି ଆନ୍ତର୍ଜାତୀୟ ସ୍ତରରେ ଖେଳୁଥିଲେ । ଦୀର୍ଘ ୨୪ବର୍ଷ ପରେ କୌଣସି ଜଣେ ଖେଳାଳୀ ଭାରତ ଟିମ୍ ଖେଳିବାର ଦୂରର କଥା ଖେଳ ଚର୍ଚ୍ଚାକୁ ଆସୁନାହାନ୍ତି । ୨୦୦୦ ମସିହାରେ ଓଡ଼ିଶା ଇତିହାସରେ ପ୍ରଥମଥର ପାଇଁ  ରଣଜି ଟ୍ରଫି ଟିମ୍‌ରେ ଓଡ଼ିଶା ସେମିଫାଇନାଲ ଯାଇଥିଲା, କିନ୍ତୁ ଏବେ ତାହାର ଅସ୍ତିତ୍ୱ ନାହିଁ । ଦୀର୍ଘ ୧୦ବର୍ଷ ହେଲା ବିସିସିଆଇ ଦ୍ୱାରା ଆଇପିଏଲ ଖେଳ ହେଉଥିଲେ ମଧ୍ୟ ଓଡ଼ିଶାରୁ ଖେଳାଳି ଖେଳିବାର ସୁଯୋଗ ପାଉନାହାନ୍ତି । ଓଡ଼ିଶା କ୍ରିକେଟ ଆସୋସିଏସନ ଓ ରାଜ୍ୟ ସରକାର ଜାଣିବା ଉଚିତ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରି ଭିତିଭୂମି ନିର୍ମାଣ କରିଦେଲେ ଖେଳାଳୀ ସୃଷ୍ଟି ହୁଅନ୍ତି ନାହିଁ । ରାଜ୍ୟ ସରକାର ଭିତିଭୂମିରେ ଟଙ୍କା ନଲୁଟି ବରଂ ଖେଳାଳୀ ସୃଷ୍ଟି କରନ୍ତୁ । ରାଜ୍ୟ ସରକାର କ୍ରୀଡାର ବିକାଶ ଚାହୁଁଥିଲେ ପ୍ରଥମେ ଖେଳ କ୍ଲବଗୁଡିକର ବିକାଶ ନିତ୍ୟାନ୍ତ ଆବଶ୍ୟକ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ବାରବାଟୀ ଷ୍ଟାଡିୟମ ଭବ୍ୟ ଓ ନବୀକରଣ କରନ୍ତୁ ମୁଖ୍ୟମନ୍ତ୍ରୀ ଆମର କୌଣସି ଅସୁବିଧା ନାହିଁ, କିନ୍ତୁ ଐତିହ୍ୟକୁ ଭାଙ୍ଗି ଦେଇ ନଷ୍ଟ ନକରନ୍ତୁ ରାଜ୍ୟ ସରକାର । କଟକ ଇଣ୍ଡୋର ଷ୍ଟାଡିୟମ ଛାତ ଉପରେ ଜରିପାଲ ପକାଯାଉଛି, ତାହା ବଡ ଦୁଃଖର ବିଷୟ । ବାରବାଟୀ ହେଉଛି କଟକର ପରିଚୟ, ଏହି ଷ୍ଟାଡିୟମ ନାଁରେ କୌଣସି ଠିକାଦାରକୁ ଲାଭାନ୍ୱିତ କରିବାକୁ ଷଡଯନ୍ତ୍ର ନକରାଯାଉ । ସୁବ୍ୟବସ୍ଥିତ ଗମନାଗମନ ପାଇଁ ବାରବାଟି ଷ୍ଟାଡିୟମକୁ ମେଟ୍ରୋ ରେଳ ସହ ସଂଯୋଗ କରାଯାଉ ବୋଲି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଶ୍ରୀତମ ଦାସ  ଦାବି କରିଛନ୍ତି । 

Sponsored
cuttack barabati stadium issues | Argus News