Ward Dispute / ମଣ୍ଡପକୁ ନେଇ ମୁହାଁମୁହିଁ BJDର ଦୁଇ କର୍ପୋରେଟର, ସିଲଭର ସିଟିରେ ଜୋର୍ ଚର୍ଚ୍ଚା
·1 hour ago·2 min read

Key Points
'ମୋ ୱାର୍ଡ, ମୋ ମଣ୍ଡପ'କୁ ନେଇ ରାଜନୀତି
ଗୋଟିଏ ମଣ୍ଡପ, ଦୁଇ ୱାର୍ଡ ନମ୍ବର
ୱାର୍ଡ ନମ୍ବର ୨୪ ନା ୨୭?
କୁମାର ଉତ୍ସବ ମଣ୍ଡପକୁ ନେଇ ବିଜେଡିରେ କନ୍ଦଳ
ଗୋଟିଏ ମଣ୍ଡପ, ଦୁଇ ୱାର୍ଡ ନମ୍ବର
ୱାର୍ଡ ନମ୍ବର ୨୪ ନା ୨୭?
କୁମାର ଉତ୍ସବ ମଣ୍ଡପକୁ ନେଇ ବିଜେଡିରେ କନ୍ଦଳ
କଟକ: ୱାର୍ଡ ନମ୍ବର ୨୪ ନା ୨୭ ? କୁମାର ଉତ୍ସବ ମଣ୍ଡପକୁ ନେଇ କଟକରେ ତେଜିଲା ରାଜନୀତି । ୱାର୍ଡ ସୀମା ବିବାଦକୁ ନେଇ ମୁହାଁମୁହିଁ ହୋଇଛନ୍ତି ଦୁଇ ମହିଳା ବିଜେଡି କର୍ପୋରେଟର । ଜଣେ କହୁଛନ୍ତି ମଣ୍ଡପ ମୋ ୱାର୍ଡରେ, ଆଉ ଜଣେ କହୁଛନ୍ତି ମଣ୍ଡପ ମୋ ୱାର୍ଡରେ ।
ବିବାଦର କେନ୍ଦ୍ରରେ ରହିଛି ସାଆନ୍ତ ସାହିର କୁମାର ଉତ୍ସବ ମଣ୍ଡପର ନବୀକରଣ କାମ ଏବଂ ଉଦଘାଟନୀ ଫଳକ । ଏପଟେ ପୂର୍ବତନ କର୍ପୋରେଟରଙ୍କ ବି ବୟାନବାଜି । ତେବେ ପ୍ରଶ୍ନ, ବିଧାୟକ ପାଣ୍ଠିରୁ କାମ ହେଲା କେଉଁ ୱାର୍ଡ ପାଇଁ ? ତେଜିଲା ବିଜେଡି ମଧ୍ୟରେ ଗୋଷ୍ଠୀ କନ୍ଦଳ ।
ଏଥିସହ ପଢ଼ନ୍ତୁ: ଭୀଷଣ ବାତ୍ୟାରେ ପରିଣତ ହେଲା 'ଅର୍ଣ୍ଣବ'; ଘଣ୍ଟାପ୍ରତି ୧୭ କିମି ବେଗରେ ମାଡ଼ି ଆସୁଛି
କୁମାର ଉତ୍ସବ ମଣ୍ଡପକୁ ନେଇ ରାଜନୈତିକ ଛକାପଞ୍ଝା । ଗୋଟିଏ ମଣ୍ଡପ, ଦୁଇଟି ୱାର୍ଡ ନମ୍ବର । ଆଉ ଦୁଇ ବିଜେଡି ମହିଳା କର୍ପୋରେଟରଙ୍କ ମଧ୍ୟରେ ତୁ ତୁ-ମେଁ ମେଁ । କଟକ ମହାନଗର ନିଗମ ଅଞ୍ଚଳର ସାଆନ୍ତ ସାହି କୁମାର ଉତ୍ସବ ମଣ୍ଡପକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି ।
ମଣ୍ଡପଟି ୨୪ ନମ୍ବର ୱାର୍ଡରେ ନା ୨୭ ନମ୍ବର ୱାର୍ଡରେ, ତାକୁ ନେଇ ଦୁଇ ବିଜେଡି କର୍ପୋରେଟରଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି । ୨୦୧୮ ମସିହାରେ ମଣ୍ଡପ ନିକଟରେ ଥଣ୍ଡା ପାନୀୟ ଜଳ ପ୍ରକଳ୍ପର ଉଦଘାଟନୀ ଫଳକରେ ଲେଖା ହୋଇଛି ୨୭ ନମ୍ବର ୱାର୍ଡ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କିନ୍ତୁ ଏବେ କୁମାର ଉତ୍ସବ ମଣ୍ଡପର ନବୀକରଣ କାମ ପରେ ଲାଗିଥିବା ଫଳକରେ ଉଲ୍ଲେଖ ରହିଛି ୨୪ ନମ୍ବର ୱାର୍ଡ । ଏହି ଦୁଇଟି ଫଳକ ଏବେ ବିବାଦର ମୁଖ୍ୟ କାରଣ । ୨୦୧୮ ମସିହା ୨୭ ନମ୍ବର ୱାର୍ଡ, ବର୍ତ୍ତମାନ ୨୪ ନମ୍ବର ୱାର୍ଡ । ଏହି ବିବାଦକୁ ନେଇ ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରିଛନ୍ତି କର୍ପୋରେଟର ।
ଅନ୍ୟପଟେ, ଇତିଶ୍ରୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ୨୪ ନମ୍ବର ୱାର୍ଡର କର୍ପୋରେଟର ଦୀପ୍ତିମୟୀ ମୂଳିଆ । ତାଙ୍କ କହିବା କଥା, "କୁମାର ଉତ୍ସବ ମଣ୍ଡପ ୨୪ ନମ୍ବର ୱାର୍ଡ ଅଧୀନରେ ରହିଛି । ପୂର୍ବରୁ ମଧ୍ୟ ଏଠାରେ ବିଧାୟକ ପାଣ୍ଠିରୁ ଅନେକ କାମ ହୋଇଛି । ଏବେ ମଧ୍ୟ ୨୪ ନମ୍ବର ୱାର୍ଡ ପାଇଁ ୱାର୍କ ଅର୍ଡର ମିଳିଛି ।"
ଏଥିସହ ପଢ଼ନ୍ତୁ: ବରଗଡ଼ ଧନୁଯାତ୍ରା କଂସ ଭୂମିକାରୁ ଓହରିଗଲେ ସୁଶୀଲ ମେହେର; କିଏ ହେବ ନୂଆ କଂସ ?
ଇତିଶ୍ରୀ ଶସ୍ତା ରାଜନୀତି କରୁଛନ୍ତି ବୋଲି ପାଲଟା ଅଭିଯୋଗ କରିଛନ୍ତି ଦୀପ୍ତିମୟୀ । ସେପଟେ ଏହି ବିବାଦରେ ମୁହଁ ଖୋଲିଛନ୍ତି ପୂର୍ବତନ କର୍ପୋରେଟର ରଞ୍ଜନ ବିଶ୍ୱାଳ।
ପ୍ରଶ୍ନ ଉଠୁଛି, ଯଦି ଏହି ମଣ୍ଡପକୁ ନେଇ ୱାର୍ଡ ସୀମାରେ ଏତେ ଦ୍ଵନ୍ଦ୍ଵ ରହିଛି, ତେବେ ସରକାରୀ ରେକର୍ଡରେ ଏହା କେଉଁ ୱାର୍ଡରେ ରହିଛି ? କେଉଁ ୱାର୍ଡ ଆଧାରରେ ବିଧାୟକ ପାଣ୍ଠିରୁ ଅର୍ଥ ମଞ୍ଜୁର ହେଲା ? ଆଉ ଉଦଘାଟନୀ ଫଳକରେ ଦୁଇଟି ଭିନ୍ନ ୱାର୍ଡ ନମ୍ବର କାହିଁକି ?

Related Topics
Explore more stories