Cyclone Arnab / ଭୀଷଣ ବାତ୍ୟାରେ ପରିଣତ ହେଲା 'ଅର୍ଣ୍ଣବ'; ଘଣ୍ଟାପ୍ରତି ୧୭ କିମି ବେଗରେ ମାଡ଼ି ଆସୁଛି
·1 hour ago·3 min read

Key Points
'ଅର୍ଣ୍ଣବ'ର ବାହ୍ୟ ବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଦେଖିବାକୁ ମିଳିଛି । ସନ୍ଧ୍ୟାରେ ରାଜଧାନୀ ଭୁବନେଶ୍ଵର ସହ ଜଗତସିଂହପୁରରେ ବର୍ଷା ହୋଇଛି ।
ଭୁବନେଶ୍ଵର: ସାମୁଦ୍ରିକ ଝଡ଼ 'ଅର୍ଣ୍ଣବ' ଭୀଷଣ ବାତ୍ୟାରେ ପରିଣତ ହୋଇଛି । ଏବେ ଭୀଷଣ ବାତ୍ୟା 'ଅର୍ଣ୍ଣବ' ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ରହିଛି । 'ଅର୍ଣ୍ଣବ'ର ବାହ୍ୟ ବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଦେଖିବାକୁ ମିଳିଛି । ସନ୍ଧ୍ୟାରେ ରାଜଧାନୀ ଭୁବନେଶ୍ଵର ସହ ଜଗତସିଂହପୁରରେ ବର୍ଷା ହୋଇଛି ।
ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଥିବା ବାତ୍ୟା 'ଅର୍ଣ୍ଣବ' ଘଣ୍ଟାପ୍ରତି ୧୭ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ କରି କରୁଛି । ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ 'ଅର୍ଣ୍ଣବ' ପହଞ୍ଚିବା ଭୀଷଣ ବାତ୍ୟାରେ ପରିଣତ ହୋଇଛି ।
ଏଥିସହ ପଢ଼ନ୍ତୁ: ବାତ୍ୟା 'ଅର୍ଣ୍ଣବ' ପାଇଁ ନଭେମ୍ବର ୪ ପର୍ଯ୍ୟନ୍ତ ଏକାଧିକ ଟ୍ରେନ୍ ବାତିଲ୍; ଯାତ୍ରା ପୂର୍ବରୁ ଦେଖି ନିଅନ୍ତୁ ତାଲିକା
ଏବେ ଭୀଷଣ ବାତ୍ୟା 'ଅର୍ଣ୍ଣବ' ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୪୯୦ କିଲୋମିଟର ଦୂରରେ ରହିଛି । ସେହିଭଳି ଆନ୍ଧ୍ରର ବିଶାଖାପାଟଣମ୍ ଠାରୁ ଅତି ଭୀଷଣ ବାତ୍ୟା ଅର୍ଣ୍ଣବ ପୂର୍ବ-ଦକ୍ଷିଣ ପୂର୍ବରେ ୪୯୦ କିମି, କାକିନାଡ଼ା ଠାରୁ ସମାନ ଦିଗର ୫୬୦ କିମି, ମଛଲିପାଟଣମ୍ ଠାରୁ ପୂର୍ବରେ ୬୬୦ କିମି, ବାପଟଲା ଠାରୁ ପୂର୍ବରେ ୭୩୦ କିମି, ଆଣ୍ଡାମାନର ଶ୍ରୀ ବିଜୟ ପୂରମ ଠାରୁ ଉତ୍ତର-ପଶ୍ଚିମରେ ୭୩୦ କିମି ଦୂରରେ ରହିଛି ।
'ଅର୍ଣ୍ଣବ' ଭୀଷଣ ବାତ୍ୟାରେ ପରିଣତ ହୋଇଥିବା ବେଳେ ଆଗାମୀ ୧୨ଘଣ୍ଟାରେ ଆହୁରି ଘନୀଭୂତ ହୋଇ ଅତି ଭୀଷଣ ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି । ଭୀଷଣ ବାତ୍ୟା 'ଅର୍ଣ୍ଣବ'ର ବାହ୍ୟ ବଳୟ ପ୍ରଭାବରେ ରାଜ୍ୟରେ କେତକ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି । ଏବେ ଦୃଶ୍ୟମାନ ହେଉଛି ଭୀଷଣ ବାତ୍ୟା ଅର୍ଣ୍ଣବର ଆଖି ।
IMD ଅନୁସାରେ, ଭୀଷଣ ବାତ୍ୟା 'ଅର୍ଣ୍ଣବ' ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି ଜାରି ରଖି ଆଗାମୀ ୧୨ ଘଣ୍ଟାରେ ଅତି ଭୀଷଣ ବାତ୍ୟାର ରୂପ ନେଇପାରେ । ଏହା ପରେ 'ଅର୍ଣ୍ଣବ' ସମାନ ଦିଗରେ ଗତି କରି ୨୭ ତାରିଖ ସନ୍ଧ୍ୟା ସୁଦ୍ଧା 'ଅର୍ଣ୍ଣବ' ଉତ୍ତର-ପଶ୍ଚିମ ଦିଗକୁ ଗତି ବଦଳାଇପାରେ ।
ପାଣିପାଗ ବିଭାଗର ଆକଳନ ଅନୁସାରେ, ଅତି ଭୀଷଣ ବାତ୍ୟା ଭାବେ 'ଅର୍ଣ୍ଣବ' ଆନ୍ଧ୍ରପ୍ରଦେଶ ଓ ୟାନମ ଉପକୂଳର ବାପଟଲା ଏବଂ ବିଶାଖାପାଟଣମ୍ ନିକଟ ୟାନମ୍ ଦେଇ ସ୍ଥଳଭାଗ ଛୁଇଁବ । ସେହି ସମୟରେ ପବନର ସର୍ବାଧିକ ବେଗ ଘଣ୍ଟାପ୍ରତି ୧୧୫ରୁ ୧୨୫ କିଲୋମିଟର ଓ ଝଟ୍କା ପବନର ବେଗ ଘଣ୍ଟାପ୍ରତି ୧୪୦ କିମି ରହିପାରେ । ୨୮ ତାରିଖ ପୂର୍ବାହ୍ଣରେ ଅତି ଭୀଷଣ ବାତ୍ୟା 'ଅର୍ଣ୍ଣବ' ସ୍ଥଳଭାଗ ଅତିକ୍ରମ କରିବା ପୂର୍ବାନୁମାନ କରାଯାଇଛି ।
ରାୟଗଡ଼ା/ନବରଙ୍ଗପୁର: ପୂର୍ବକେନ୍ଦ୍ରୀୟ ଓ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ଘନୀଭୂତ ହେଉଛି । ଆସନ୍ତାକାଲି ୨୭ ତାରିଖରେ ଏହା ଅତି ଭୀଷଣ ବାତ୍ୟା 'ଅର୍ଣ୍ଣବ'ରେ ପରିଣତ ହେବ । 'ଅର୍ଣ୍ଣବ' ଆନ୍ଧ୍ରପ୍ରଦେଶ ଓ ୟାନାମ ଉପକୂଳର ବାପଟଲା ଏବଂ ବିଶାଖାପାଟଣମ୍ ମଧ୍ୟରେ ୟାନାମ୍ ପାଖାପାଖି ଅତି ଭୀଷଣ ବାତ୍ୟା ଭାବେ ଅତିକ୍ରମ କରିବ ।
ଏଥିସହ ପଢ଼ନ୍ତୁ: ମାଡ଼ି ଆସୁଛି ବାତ୍ୟା 'ଅର୍ଣ୍ଣବ'; ଦକ୍ଷିଣ ଓଡ଼ିଶାର ଦୁଇ ଜିଲ୍ଲାରେ ସବୁ ସ୍କୁଲ୍ ୨ ଦିନ ବନ୍ଦ
ପ୍ରଭାବରେ ଦକ୍ଷିଣ ଓଡ଼ିଶା ସହ ଅନ୍ୟ ଜିଲ୍ଲାରେ ବର୍ଷା ହେବ । ୨୭ ତାରିଖରେ ପ୍ରବଳ ବର୍ଷା ନେଇ ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ରହିଛି ।
୨୮ରେ ରେଡ୍ ୱାର୍ଣ୍ଣିଂ
ଅକ୍ଟୋବର ୨୮ରେ ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଅତି ପ୍ରବଳ ଅତ୍ୟନ୍ତ ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଦିଆଯାଇଛି । ସେହିଭଳି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗିର, ବରଗଡ଼, ପୁରୀ, ଖୋର୍ଦ୍ଧା, ସୁବର୍ଣ୍ଣପୁର, ବୌଦ୍ଧ ଓ ନୟାଗଡ଼ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ରହିଛି ।

ଭୀଷଣ ବାତ୍ୟା ରେ ପରିଣତ ହେଲା ଅର୍ଣ୍ଣବ ଆଗାମୀ #୧୨ଘଣ୍ଟାରେ ଘନୀଭୁତ ହୋଇ ଅତିଭୀଷଣବାତ୍ୟା ରେ ପରିଣତ ହେବା ସମ୍ଭାବନା ବାହ୍ୟ ବଳୟ ପ୍ରଭାଵରେ ରାଜ୍ୟରେ କେତକ ଅଞ୍ଚଳରେ ବର୍ଷା ସମ୍ଭାବନା https://t.co/VbSndJTYH8
— usd (@usd0705) October 26, 2026
'ଅର୍ଣ୍ଣବ' ଭୀଷଣ ବାତ୍ୟାରେ ପରିଣତ ହୋଇଥିବା ବେଳେ ଆଗାମୀ ୧୨ଘଣ୍ଟାରେ ଆହୁରି ଘନୀଭୂତ ହୋଇ ଅତି ଭୀଷଣ ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି । ଭୀଷଣ ବାତ୍ୟା 'ଅର୍ଣ୍ଣବ'ର ବାହ୍ୟ ବଳୟ ପ୍ରଭାବରେ ରାଜ୍ୟରେ କେତକ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି । ଏବେ ଦୃଶ୍ୟମାନ ହେଉଛି ଭୀଷଣ ବାତ୍ୟା ଅର୍ଣ୍ଣବର ଆଖି ।
ଦୃଶ୍ୟମାନ ହେଉଛି ଭୀଷଣ ବାତ୍ୟା #ଅର୍ଣ୍ଣବର ଆଖି ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୪୯୦କିମି ଦୂରରେ କେନ୍ଦ୍ରୀଭୂତ https://t.co/SzYaDzjuFW
— usd (@usd0705) October 26, 2026
IMD ଅନୁସାରେ, ଭୀଷଣ ବାତ୍ୟା 'ଅର୍ଣ୍ଣବ' ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି ଜାରି ରଖି ଆଗାମୀ ୧୨ ଘଣ୍ଟାରେ ଅତି ଭୀଷଣ ବାତ୍ୟାର ରୂପ ନେଇପାରେ । ଏହା ପରେ 'ଅର୍ଣ୍ଣବ' ସମାନ ଦିଗରେ ଗତି କରି ୨୭ ତାରିଖ ସନ୍ଧ୍ୟା ସୁଦ୍ଧା 'ଅର୍ଣ୍ଣବ' ଉତ୍ତର-ପଶ୍ଚିମ ଦିଗକୁ ଗତି ବଦଳାଇପାରେ ।
ପାଣିପାଗ ବିଭାଗର ଆକଳନ ଅନୁସାରେ, ଅତି ଭୀଷଣ ବାତ୍ୟା ଭାବେ 'ଅର୍ଣ୍ଣବ' ଆନ୍ଧ୍ରପ୍ରଦେଶ ଓ ୟାନମ ଉପକୂଳର ବାପଟଲା ଏବଂ ବିଶାଖାପାଟଣମ୍ ନିକଟ ୟାନମ୍ ଦେଇ ସ୍ଥଳଭାଗ ଛୁଇଁବ । ସେହି ସମୟରେ ପବନର ସର୍ବାଧିକ ବେଗ ଘଣ୍ଟାପ୍ରତି ୧୧୫ରୁ ୧୨୫ କିଲୋମିଟର ଓ ଝଟ୍କା ପବନର ବେଗ ଘଣ୍ଟାପ୍ରତି ୧୪୦ କିମି ରହିପାରେ । ୨୮ ତାରିଖ ପୂର୍ବାହ୍ଣରେ ଅତି ଭୀଷଣ ବାତ୍ୟା 'ଅର୍ଣ୍ଣବ' ସ୍ଥଳଭାଗ ଅତିକ୍ରମ କରିବା ପୂର୍ବାନୁମାନ କରାଯାଇଛି ।
ରାୟଗଡ଼ା/ନବରଙ୍ଗପୁର: ପୂର୍ବକେନ୍ଦ୍ରୀୟ ଓ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ଘନୀଭୂତ ହେଉଛି । ଆସନ୍ତାକାଲି ୨୭ ତାରିଖରେ ଏହା ଅତି ଭୀଷଣ ବାତ୍ୟା 'ଅର୍ଣ୍ଣବ'ରେ ପରିଣତ ହେବ । 'ଅର୍ଣ୍ଣବ' ଆନ୍ଧ୍ରପ୍ରଦେଶ ଓ ୟାନାମ ଉପକୂଳର ବାପଟଲା ଏବଂ ବିଶାଖାପାଟଣମ୍ ମଧ୍ୟରେ ୟାନାମ୍ ପାଖାପାଖି ଅତି ଭୀଷଣ ବାତ୍ୟା ଭାବେ ଅତିକ୍ରମ କରିବ ।
ଏଥିସହ ପଢ଼ନ୍ତୁ: ମାଡ଼ି ଆସୁଛି ବାତ୍ୟା 'ଅର୍ଣ୍ଣବ'; ଦକ୍ଷିଣ ଓଡ଼ିଶାର ଦୁଇ ଜିଲ୍ଲାରେ ସବୁ ସ୍କୁଲ୍ ୨ ଦିନ ବନ୍ଦ
ପ୍ରଭାବରେ ଦକ୍ଷିଣ ଓଡ଼ିଶା ସହ ଅନ୍ୟ ଜିଲ୍ଲାରେ ବର୍ଷା ହେବ । ୨୭ ତାରିଖରେ ପ୍ରବଳ ବର୍ଷା ନେଇ ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ରହିଛି ।
୨୮ରେ ରେଡ୍ ୱାର୍ଣ୍ଣିଂ
ଅକ୍ଟୋବର ୨୮ରେ ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଅତି ପ୍ରବଳ ଅତ୍ୟନ୍ତ ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଦିଆଯାଇଛି । ସେହିଭଳି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗିର, ବରଗଡ଼, ପୁରୀ, ଖୋର୍ଦ୍ଧା, ସୁବର୍ଣ୍ଣପୁର, ବୌଦ୍ଧ ଓ ନୟାଗଡ଼ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ରହିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories