Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୁଣି ପଦାରେ ପଡ଼ିଛି ବିଜେଡି ଗୋଷ୍ଠୀ କନ୍ଦଳ

Jitendra Dash
Browse all articles by Jitendra Dash
·2 years ago
ପୁଣି ପଦାରେ ପଡ଼ିଛି ବିଜେଡି ଗୋଷ୍ଠୀ କନ୍ଦଳ

ଅର୍ଗସ ବ୍ୟୁରୋ : ପୁଣି ପଦାରେ ପଡ଼ିଛି ବିଜେଡି ଗୋଷ୍ଠୀ କନ୍ଦଳ । ଆଜି ଚୌଦ୍ବାରରେ ଶିଳ୍ପ ପାର୍କ ପାଇଁ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିବାବେଳେ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଦଳୀୟ କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଥିଲା । 

ଅଧିକ ପଢନ୍ତୁ ଓଡ଼ିଶା ଖବର

କଟକ ଚୌଦ୍ୱାର ନିର୍ବାଚନ ମଣ୍ଡଳୀର ବିଜେଡି ନେତ୍ରୀ ତଥା ବିଜେଡି ଟିକେଟ ଆଶାୟୀ ପ୍ରାର୍ଥୀ ରୂପାଲୀ ଲେଙ୍କା ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଆସିଥିବା ଲୋକଙ୍କ ପାଇଁ ଗୋପବନ୍ଧୁ ପଡ଼ିଆରେ ଖାଦ୍ୟ ପ୍ରସ୍ତୁତ କରା ଯାଇଥିଲା । କିନ୍ତୁ ବିଜେଡିର ଅନ୍ୟ ଏକ ଗୋଷ୍ଠୀର ସଦସ୍ୟମାନେ ଖାଦ୍ୟକୁ ଫୋପାଡ଼ି ଦେଇଥିବା ଅଭିଯୋଗ ହୋଇଥିଲା । ଫଳରେ ବହୁ ଦଳୀୟ ସମର୍ଥକ ଉପାସରେ ଫେରିଥିବା କହିଛନ୍ତି ରୁପାଲୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
cuttack bjd fight | Argus News