Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଟିକେଟ ଘୋଷଣା ପରେ ବିଜେଡିରେ ବଢିଲା ଗୋଷ୍ଠୀ କନ୍ଦଳ

Odisha

ଟିକେଟ ଘୋଷଣା ପରେ ବିଜେଡିରେ ବଢିଲା ଗୋଷ୍ଠୀ କନ୍ଦଳ

Jitendra Dash
Browse all articles by Jitendra Dash
·2 years ago·1 min read
ଟିକେଟ ଘୋଷଣା ପରେ ବିଜେଡିରେ ବଢିଲା ଗୋଷ୍ଠୀ କନ୍ଦଳ

ଅର୍ଗସ ବ୍ୟୁରୋ : କଟକ ଚୌଦ୍ଵାରରେ ଅକଳରେ ବିଜେଡି । ଟିକେଟ ଘୋଷଣା ପରେ ବଢିଲା ଗୋଷ୍ଠୀ କନ୍ଦଳ । ମୁଖିଆଙ୍କୁ ଟେନସନ୍ ଦେଉଛନ୍ତି ବିଦ୍ରୋହୀ । ସୌଭିକ ବିଶ୍ଵାଳଙ୍କ ପ୍ରାର୍ଥୀତ୍ବକୁ ବିରୋଧ କରି ସ୍ଵାଧୀନରେ ଲଢ଼ିବେ କଟକ ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳର ପୂର୍ବତନ ଉପସଭାପତି ଲୋକନାଥ ଲେଙ୍କାଙ୍କ ପତ୍ନୀ ରୂପାଲୀ ଲେଙ୍କା । ସାମ୍ବାଦିକ ସମ୍ମିଳନୀରେ ଏ ନେଇ ଘୋଷଣା କରିଛନ୍ତି ନିଜେ ରୂପାଲୀ । ଏହା ସହ ବିଜେଡି ପ୍ରାର୍ଥୀ ସୌଭିକ ବିଶ୍ଵାଳଙ୍କ ବାପା ପୂର୍ବତନ ବିଧାୟକ ପ୍ରଭାତ ବିଶ୍ଵାଳଙ୍କ ଏକ ଅଡିଓ ସେ ସାମନାକୁ ଆଣିଛନ୍ତି । 

ଯେଉଁଥିରେ ପ୍ରଭାତ ଓ ସୌଭିକ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, 5T ଅଧ୍ୟକ୍ଷ ଭି କେ ପାଣ୍ଡିଆନଙ୍କ ବିରୋଧରେ ଟିକେଟକୁ ନେଇ ଆଲୋଚନା କରୁଥିଲେ । ବିଜେଡି ଟିକେଟ ଆଶାରେ କଟକ ଚୌଦ୍ଵାର ନିର୍ବାଚନ ମଣ୍ଡଳୀରେ ପୂର୍ବତନ କଟକ ବିଜୁ ଯୁବ ଓ ଛାତ୍ର ଜନତାର ଉପସଭାପତି ଲୋକନାଥ ଲେଙ୍କାଙ୍କ ପତ୍ନୀ ଦୀର୍ଘ ଦିନ ଧରି ନବୀନ ପଟ୍ଟନାୟକ ଓ 5T ଅଧ୍ୟକ୍ଷଙ୍କ ବ୍ୟାନରରେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ କରିବା ସହ ସଭା ସମିତି ଓ ଶୋଭାଯାତ୍ରା କରିଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ହେଲେ ଦଳର ସୁପ୍ରିମୋ ପୁଣି ଥରେ ସୌଭିକ ବିଶ୍ଵାଳଙ୍କ ଆସ୍ଥା ପ୍ରକଟ କରିବା ପରେ ଯାହାକୁ ବିରୋଧ କରି ସ୍ଵାଧୀନ ଭାବେ ଲଢ଼ିବେ ରୂପାଲୀ । ଅନ୍ୟପଟେ ପ୍ରଭାତ ବିଶ୍ବାଳଙ୍କ ବିରୋଧରେ ରୂପାଲୀ ଆଣିଥିବା ଅଭିଯୋଗ ଉପରେ ପ୍ରତିକ୍ରିୟା ଦେଇଛନ୍ତି ପ୍ରଭାତ ରଞ୍ଜନ ବିଶ୍ଵାଳ । କଟକରେ ପ୍ରାର୍ଥୀତ୍ବକୁ ନେଇ ବିଜେଡିର ଏବେ ଅକଲ ଗୁଡୁମ୍ ହୋଇଥିବା ବେଳେ ସେପଟେ ଗୋଟିଏ ପରେ ଗୋଟିଏ ବିଦ୍ରୋହୀ ଦେଲେଣି ଟେନସନ୍ । 
 

Sponsored
cuttack bjd issue | Argus News