Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କଟକ ବାରବାଟୀ ନିର୍ବାଚନ ମଣ୍ଡଳୀରେ କିଏ ହେବ ବିଜେଡିର ବିଧାୟକ ପାର୍ଥି ?

Odisha

କଟକ ବାରବାଟୀ ନିର୍ବାଚନ ମଣ୍ଡଳୀରେ କିଏ ହେବ ବିଜେଡିର ବିଧାୟକ ପାର୍ଥି ?

Jitendra Dash
Browse all articles by Jitendra Dash
·2 years ago·2 min read
କଟକ ବାରବାଟୀ ନିର୍ବାଚନ ମଣ୍ଡଳୀରେ କିଏ ହେବ ବିଜେଡିର ବିଧାୟକ ପାର୍ଥି ?

ଅର୍ଗସ ବ୍ୟୁରୋ : ଋଶିଙ୍କୁ ରାଜ୍ୟସଭାକୁ ପଠାଇବାରେ ପଛରେ ରହିଛି କି ବଡ ରାଜନୀତି ? ବାରବାଟୀରୁ ଦେବାଶିଷଙ୍କୁ ବେଦଖଲ ଲାଗି ନିର୍ଦ୍ଧିଷ୍ଟ ଗୋଷ୍ଠୀର ବ୍ଲୁ-ପ୍ରିଣ୍ଟ ନୁହେଁ ତ ? ଚର୍ଚ୍ଚା ସରପ୍ରାଇଜ ନୁହେଁ ବରଂ ଷଡ଼ଯନ୍ତ୍ରର ଶିକାର ହୋଇଛନ୍ତି ଦେବାଶିଷ । କଟକ ବାରବାଟୀ ନିର୍ବାଚନ ମଣ୍ଡଳୀ ରେ କିଏ ହେବ ବିଜେଡିର ବିଧାୟକ ପାର୍ଥି ? କାହାକୁ ଦଳ କରିବ ଭରସା । କାହିଁକି ନା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ ରାଜ୍ୟସଭା ପାର୍ଥି କରି ମୁଖ୍ୟମନ୍ତ୍ରୀ ସରପ୍ରାଇଜ କାର୍ଡ ଖେଳିଛନ୍ତି । ତେବେ ପାର୍ଥି ହେବା ପରେ ଦେବାଶିଷ ସାମନ୍ତରାୟ କହିଛନ୍ତି ଏହା ମୋ ପାଇଁ ସରପ୍ରାଇଜ ଥିଲା । କିନ୍ତୁ ଆଗରୁ ବାରବାଟୀର ଯେମିତି ନେତୃତ୍ବ ନେଉଥିଲି ଆଗକୁ ବି ସେମିତି ନେବି ବୋଲି କହିଛନ୍ତି ଦେବାଶୀଷ ।

ସେପଟେ କଟକ ବାରବାଟୀ ନିର୍ବାଚନ ମଣ୍ଡଳୀରେ ବିଜେଡି ନୂଆ ମୁହଁକୁ ପାର୍ଥି କରିପାରେ ବୋଲି ରାଜନୈତିକ ମାହୋଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ କଟକ ମହାନଗର ନିଗମର ମେୟର ଥିବା ସୁବାସ ସିଂ ଏବଂ ଅଭିନେତା ତଥା ବିଜେଡିର ସାଧାରଣ ସମ୍ପାଦକ ଥିବା ଅରିନ୍ଦମ ରାୟଙ୍କ ନା ମଧ୍ୟ ଆଗରେ ରହିଛ । ଉଭୟ  କହିଛନ୍ତି ମୁଖ୍ୟମନ୍ତ୍ରୀ ବା ଦଳ ଯାହା ନିଷ୍ପତି ନେବ ଆମେ ମାନିବୁ । ଅନ୍ୟପଟେ ବିଜେପି କହିଛି ଦେବାଶିଷ ସାମନ୍ତରାୟଙ୍କ ଲୋକ ପ୍ରିୟତା କମିଥିଲା ଆଉ ସେ ନିର୍ବାଚନ ଲଢ଼ିଥିଲେ ହାରିଥାନ୍ତେ ଦଳ ଏକଥା ଜାଣିପାରି ତାଙ୍କୁ ରାଜ୍ୟସଭାପାର୍ଥି କରିଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କିଛି ଦିନ ତଳେ ପ୍ରଣବ ପ୍ରକାଶ ଦାସଙ୍କ ଭିଣୋଇ ତଥା ବିଜେଡି ନେତା ଅରିନ୍ଦମ ରାୟ ବିଜେପି ନେତାଙ୍କୁ ଭେଟିବାକୁ ନେଇ ସରଗରମ ହୋଇଥିଲା କଟକ ରାଜନୀତି । କହୁଯାଉଥିଲା ଦଳରେ ପ୍ରଣବଙ୍କ କାଟତି କମିବା କାରଣରୁ ଅରିନ୍ଦମଙ୍କୁ ଟିକେଟ ମିଳିବା ଆଶା କ୍ଷିଣ ଥିଲା । ଯେଉଁଥିପାଇଁ ବିଜେପି ଆଡକୁ ଢଳୁଥିଲେ ଅରିନ୍ଦମ । ତେବେ କଟକ ବିଜେଡିରେ ଏପରି ବଢୁଥିବା ଗୋଷ୍ଠୀ କନ୍ଦଳ ଆଳରେ ଜିଲ୍ଲା ସଭାପତି ଥିବା ଦେବାଶୀଷଙ୍କୁ ରାଜ୍ୟସଭା ପଠାଇ ବବି ଅରିନ୍ଦମ ରାସ୍ତା ସଫା କରିଛନ୍ତି ବୋଲି ଚର୍ଚ୍ଚା ହେଉଛି । 

Sponsored
cuttack bjd mla issue | Argus News